Advertisment

Tarang Plusରେ ‘ଛାଡ଼ପତ୍ର’ର ଷ୍ଟ୍ରିମିଂ ଆରମ୍ଭ

ଏହି ୱେବ୍ ସିରିଜଟି ୬ ଅଧ୍ୟାୟ ବିଶିଷ୍ଟ।

Chhadapatra

Chhadapatra

Advertisment

ୱେବ୍ ସିରିଜ୍ ‘ଛାଡ଼ପତ୍ର’ର ଷ୍ଟ୍ରିମିଂ ଆଜିଠାରୁ ‘ତରଙ୍ଗ’ର ଓଟିଟି ପ୍ଲାଟଫର୍ମ ‘ତରଙ୍ଗ ପ୍ଲସ’ରେ ଆରମ୍ଭ ହୋଇଯାଇଛି। ୬ ଅଧ୍ୟାୟ ବିଶିଷ୍ଟ ଏହି ୱେବ୍‌ ସିରିଜ୍‌ରେ ଦୁଇ ଜଣ ଟେଲିଭିଜନ ଷ୍ଟାର ଆକାଶ ଓ ଭୂମିକା (ଜଗଜିତ ପାଲ ଓ ଶ୍ରଦ୍ଧା ପାଣିଗ୍ରାହୀ ଏହି ଦୁଇ ଚରିତ୍ରରେ ଅଭିନୟ କରିଛନ୍ତି)ଙ୍କ କାହାଣୀକୁ ଦେଖାଯାଇଛି। ବିବାହ, ପରକୀୟା ପ୍ରେମ ଓ ଛାଡ଼ପତ୍ରକୁ ନେଇ ଏହି ୱେବ୍ ସିରିଜର କାହାଣୀ ଗତିଶୀଳ ହୋଇଛି।

Advertisment

ଏହି ୱେବ୍ ସିରିଜର ସବୁ ଅଧ୍ୟାୟଗୁଡ଼ିକୁ ଦେଖିବା ପାଇଁ ଦର୍ଶକମାନଙ୍କୁ ‘ତରଙ୍ଗ ପ୍ଲସ’କୁ ସବ୍‌ସ୍କ୍ରାଇବ କରିବାକୁ ପଡ଼ିବ। ତେବେ ଦର୍ଶକମାନେ ଏହାର ପ୍ରଥମ ଏପିସୋଡକୁ ମାଗଣାରେ ଦେଖିପାରିବେ। ପ୍ରଥମ ଏପିସୋଡକୁ ସମସ୍ତଙ୍କ ପାଇଁ ମାଗଣା କରାଯାଇଛି।

‘ଛାଡ଼ପତ୍ର’ ୱେବ୍ ସିରିଜକୁ ତରଙ୍ଗ ସିନେ ପ୍ରଡକ୍ସନ୍ସ ନିର୍ମାଣ କରିଛି। ଏହାର ଟ୍ରେଲର ଗତ ଏପ୍ରିଲ ୩୦ ତାରିଖରେ ରିଲିଜ ହୋଇଥିଲା। ଆଉ ଏହାକୁ ବଢ଼ିଆ ରେସ୍‌ପନ୍ସ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଏହାକୁ ଦର୍ଶକମାନେ ୩ ଲକ୍ଷ ୪ ହଜାର ଥର ଦେଖି ସାରିଲେଣି।

Advertisment

‘ଛାଡ଼ପତ୍ର’ ୱେବ୍ ସିରିଜ୍‌ର କାହାଣୀକୁ ତରଙ୍ଗର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ ଲେଖିଥିବା ବେଳେ ଏହାର ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା। ରାଜେନ୍ଦ୍ର ମହାନ୍ତ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଜଗଜିତ ପାଲ୍ ଓ ଶ୍ରଦ୍ଧା ପାଣିଗ୍ରାହୀ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ବିଏମ୍ ବୈଶାଳୀ, ମନସ୍ୱନୀ ପତି, ଶକ୍ତି ବରାଳ ଓ ମିହିର ସ୍ୱାଇଁ ପ୍ରମୁଖ।

Chhadapatra Tarang Plus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe