Advertisment

ଅକ୍ଷୟଙ୍କୁ ପୂର୍ବତନ ଡାକୁ ମଲ୍‌ଖାନ୍‌ ସିଂହଙ୍କ ଚେତାବନୀ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର। ଖିଲାଡ଼ୀ କୁମାର ନାଁରେ ପରିଚିତ ଏହି ଅଭିନେତା ବିଭିନ୍ନ ଚରିତ୍ରରେ ଅଭିନୟ କରି ବେଶ୍ ସଫଳ ହୋଇଛନ୍ତି। ପ୍ରାୟ ୩୦ ବର୍ଷ ହେଲା ଇଣ୍ଡଷ୍ଟ୍ରୀରେ ସକ୍ରିୟ ଥିବା ଅକ୍ଷୟଙ୍କ ହାତରେ ଏବେବି ରହିଛି ଅନେକ ଫିଲ୍ମ। ତେବେ ତାଙ୍କର ନୂଆ ଫିଲ୍ମ ‘ପୃଥ୍ୱୀରାଜ୍ ଚୌହାନ୍‌’କୁ ନେଇ ଚମ୍ବଲର ପୂର୍ବତନ ଡାକୁ ମଲ୍‌ଖାନ୍‌ ସିଂହ ତାଙ୍କୁ ଚେତାବନୀ ଦେଇଛନ୍ତି। ଭାରତ ବର୍ଷର ଅନ୍ୟତମ ଯୋଦ୍ଧା ତଥା ସମ୍ରାଟ୍ […]

ଅଦ୍ୟତନ ହୋଇଛି
ଅକ୍ଷୟଙ୍କୁ ପୂର୍ବତନ ଡାକୁ ମଲ୍‌ଖାନ୍‌ ସିଂହଙ୍କ ଚେତାବନୀ

akshya

Advertisment

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର। ଖିଲାଡ଼ୀ କୁମାର ନାଁରେ ପରିଚିତ ଏହି ଅଭିନେତା ବିଭିନ୍ନ ଚରିତ୍ରରେ ଅଭିନୟ କରି ବେଶ୍ ସଫଳ ହୋଇଛନ୍ତି। ପ୍ରାୟ ୩୦ ବର୍ଷ ହେଲା ଇଣ୍ଡଷ୍ଟ୍ରୀରେ ସକ୍ରିୟ ଥିବା ଅକ୍ଷୟଙ୍କ ହାତରେ ଏବେବି ରହିଛି ଅନେକ ଫିଲ୍ମ। ତେବେ ତାଙ୍କର ନୂଆ ଫିଲ୍ମ ‘ପୃଥ୍ୱୀରାଜ୍ ଚୌହାନ୍‌’କୁ ନେଇ ଚମ୍ବଲର ପୂର୍ବତନ ଡାକୁ ମଲ୍‌ଖାନ୍‌ ସିଂହ ତାଙ୍କୁ ଚେତାବନୀ ଦେଇଛନ୍ତି। ଭାରତ ବର୍ଷର ଅନ୍ୟତମ ଯୋଦ୍ଧା ତଥା ସମ୍ରାଟ୍ ପୃଥ୍ୱୀରାଜ୍‌ ଚୌହାନ଼ଙ୍କ ଜୀବନୀ ଉପରେ ଏ ଫିଲ୍ମ ତିଆରି ହେଉଥିବା ବେଳେ ସେଥିରେ କିଛି ତଥ୍ୟଗତ ତ୍ରୁଟି ନରଖିବାକୁ ମଲ୍‌ଖାନ୍‌ ତାଙ୍କୁ ଚେତାଇ ଦେଇଛନ୍ତି।

Advertisment

ସେ କହିଛନ୍ତି, ଏ ଫିଲ୍ମର କାହାଣୀରେ ତାଙ୍କର ପୂର୍ବଜ ଖେତ୍‌ ସିଂହଙ୍କ କଥାକୁ ମଧ୍ୟ ସ୍ଥାନିତ କରାଯାଉ। ଅକ୍ଷୟ କୁମାର ଏଭଳି ନକଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ।

ମଲ୍‌ଖାନ୍‌ଙ୍କ କହିବା ଅନୁଯାୟୀ, ଖେତ୍‌ ସିଂହ ସମ୍ରାଟ୍‌ ପୃଥ୍ୱୀରାଜ୍‌ ଚୌହାନଙ୍କ ରାଜ ଦରବାରର ଜଣେ ପ୍ରମୁଖ୍ୟ ବ୍ୟକ୍ତି ଥିଲେ।

Advertisment

publive-imageଏହା ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସେ ଏ ଫିଲ୍ମ ତିଆରି କରିବା ପୂର୍ବରୁ ଅକ୍ଷୟ ତାଙ୍କୁ ଆସି ଭେଟିବା ଦରକାର ବୋଲି କହିଥିଲେ।

ସୂଚନାଯୋଗ୍ୟ, ‘ପୃଥ୍ୱୀରାଜ ଚୌହାନ’ ଫିଲ୍ମରେ ଅକ୍ଷୟ ହିଁ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଫିଲ୍ମଟି ଆସନ୍ତାବର୍ଷ ଦୀପାବଳିରେ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe