/odisha-reporter/media/post_attachments/uploads/2015/11/imgkriti-sanon-work-sushant-singh-rajput-half-girlfriend.jpg)
imgkriti-sanon-work-sushant-singh-rajput-half-girlfriend
ମୁମ୍ବାଇ: ଚେତନ ଭଗତଙ୍କ ନଭେଲ୍ ‘ହାଫ୍ ଗାର୍ଲଫ୍ରେଣ୍ଡ’କୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ। ଏଥିରେ ଲିଡ ରୋଲରେ ନଜରକୁ ଆସିବେ ‘ପିକେ’ ଓ ‘କାଇ ପୋଚେ’ ଷ୍ଟାର ସୁଶାନ୍ତ ରାଜପୁତ ଓ ‘ହିରୋପନ୍ଥି’ର ନାୟିକା କ୍ରିତି ସାନନ୍। ଏହି ଫିଲ୍ମରେ ନାୟିକା ବଲିଉଡ ବିୟୁଟି କ୍ୟାଟ୍ରିନା କେଫ ହେବେ ବୋଲି ଚର୍ଚ୍ଚା ହେଥିଲା। ତେବେ ଶେଷରେ ରୋଲଟି କ୍ରିତିଙ୍କୁ ମିଳିଛି। ଏହି ଫିଲ୍ମ ଚେତନ ଭଗତ ଓ ଏକତା କାପୁର ମିଳିତ ପ୍ରଯୋଜନାରେ ବି-ଟାଉନକୁ ଆସିବ। ଏବେ କ୍ରିତି ତାଙ୍କ ଅପକମିଙ୍ଗ ଫିଲ୍ମ ‘ଦିଲୱାଲେ’କୁ ନେଇ ଖୁବ ଏକସାଇଟେଡ ଅଛନ୍ତି। ଏଥିରେ ସେ ବରୁନ ଧୱନଙ୍କ ଅପୋଜିଟରେ ନଜର ଆସିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
