Advertisment

‘ଟଙ୍କା ପାଇଁ ଯାତ୍ରା କରେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ଆଙ୍କରିଂ ଓ  ତା’ପରେ ସିରିଏଲ୍‌ରେ ଅଭିନୟ। ଛୋଟ ପରଦାରେ ଲୋକପ୍ରିୟତା ହାସଲ କରିବା ପରେ ତାଙ୍କୁ ଦେଖିବାକୁ ମିଳିଲା ଯାତ୍ରା ଷ୍ଟେଜ୍‌ରେ। ବୋଲ୍ଡ ଗେଟ୍‌ଅପ୍‌ ଓ ନେଗେଟିଭ୍‌ ଚରିତ୍ରରେ ଢେର୍‌ ପ୍ରଶଂସା ସାଉଁଟିଛନ୍ତି ଅଭିନେତ୍ରୀ ଛନ୍ଦିତା ପାଢ଼ୀ। ଜଣେ ସ୍ପଷ୍ଟବାଦୀ ମଣିଷ, ଦକ୍ଷ ଅଭିନେତ୍ରୀ ଓ ସୁନ୍ଦର ଉପସ୍ଥାପିକା ଭାବେ ଜଣାଶୁଣା ଛନ୍ଦିତା କହନ୍ତି ଯେ ସେ ଟଙ୍କା ପାଇଁ ଯାତ୍ରାରେ ଅଭିନୟ କରନ୍ତି। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ […]

ଅଦ୍ୟତନ ହୋଇଛି
‘ଟଙ୍କା ପାଇଁ ଯାତ୍ରା କରେ’

chandita

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ଆଙ୍କରିଂ ଓ  ତା’ପରେ ସିରିଏଲ୍‌ରେ ଅଭିନୟ। ଛୋଟ ପରଦାରେ ଲୋକପ୍ରିୟତା ହାସଲ କରିବା ପରେ ତାଙ୍କୁ ଦେଖିବାକୁ ମିଳିଲା ଯାତ୍ରା ଷ୍ଟେଜ୍‌ରେ। ବୋଲ୍ଡ ଗେଟ୍‌ଅପ୍‌ ଓ ନେଗେଟିଭ୍‌ ଚରିତ୍ରରେ ଢେର୍‌ ପ୍ରଶଂସା ସାଉଁଟିଛନ୍ତି ଅଭିନେତ୍ରୀ ଛନ୍ଦିତା ପାଢ଼ୀ। ଜଣେ ସ୍ପଷ୍ଟବାଦୀ ମଣିଷ, ଦକ୍ଷ ଅଭିନେତ୍ରୀ ଓ ସୁନ୍ଦର ଉପସ୍ଥାପିକା ଭାବେ ଜଣାଶୁଣା ଛନ୍ଦିତା କହନ୍ତି ଯେ ସେ ଟଙ୍କା ପାଇଁ ଯାତ୍ରାରେ ଅଭିନୟ କରନ୍ତି। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲେବ୍ରେଟି’ରେ ଥରେ ଯୋଗଦେଇ ସେ ଏ କଥା କହିଥିଲେ।

Advertisment

ଏଥିରେ ଛନ୍ଦିତା କହିଥିଲେ ଯେ ପ୍ରଥମେ ଯେତେବେଳେ ସେ ବିଭିନ୍ନ ପ୍ରୋଗାମ୍‌ରେ ଆଙ୍କରିଂ କରୁଥିଲେ ସେତେବେଳେ ଅଭିନୟ କରିବା କଥା ଭାବି ନଥିଲେ। ସାର୍ଥକ ଚ୍ୟାନେଲ୍‌ରେ ଆଙ୍କରିଂ କରୁଥିବା ସମୟରେ ତାଙ୍କୁ ‘ତୋ ଅଗଣାର ତୁଳସୀ ମୁଁ’ ସିରିଏଲ୍‌ରେ ଅଭିନୟ କରିବା ପାଇଁ ଅଫର୍ ମିଳିଥିଲା। ସେଥିରେ ତାଙ୍କ ଚରିତ୍ରର ନାଁ ଥିଲା ‘ଲିସା’। ଏହା ଏକ ନେଗେଟିଭ୍ ଚରିତ୍ର ଥିଲା। ଏହି ଚରିତ୍ର ମାଧ୍ୟମରେ ସେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲେ। ଏହି ସିରିଏଲ୍‌ରେ ତାଙ୍କ ଅଭିନୟ ଦେଖି କଛି ଯାତ୍ରା ଗ୍ରୁପ୍‌ ତାଙ୍କୁ ଅଫର୍ ଦେଇଥିଲେ। ତେବେ ସେତେବେଳେ ସମୟ ଅଭାବରୁ ସେ ଯାତ୍ରା କରି ପାରୁ ନ ଥିଲେ। ଏହି ସିରିଏଲ୍ ସରିବା ପରେ ସମୟ ମିଳିବାରୁ ସେ ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ।

ସ୍ପଷ୍ଟବାଦୀ ଛନ୍ଦିତା ଏଥିରେ କହିଥିଲେ ଯେ ଯାତ୍ରାରୁ ଅଧିକ ଟଙ୍କା ମିଳେ। ସେଥିପାଇଁ ସେ ଯାତ୍ରାରେ କାମ କରିବାକୁ ରାଜି ହୋଇଯାଇଥିଲେ। କିଛି କଳାକାର ଅଛନ୍ତି ଯେଉଁମାନେ ସିରିଏଲ୍‌ ସହ ଯାତ୍ରାରେ କାମ କରନ୍ତି। ସେମାନେ ଅଭିନୟ ବିଷୟରେ ଅଧିକ ଶିଖିବା ପାଇଁ ଯାତ୍ରା କରନ୍ତି ବୋଲି କହନ୍ତି। କିନ୍ତୁ ସେ ସେମିତି ଡିପ୍ଲୋମାଟିକ୍‌ ଉତ୍ତର ଦେବେ ନାହିଁ ବୋଲି କହିଥିଲେ।

Advertisment

publive-imageସେ ଆହୁରି କହିଥିଲେ, “ମୋତେ ଯାତ୍ରାରେ ଅଧିକ ପରିଶ୍ରମ କରିବାକୁ ହୁଏ। ରାତି ରାତି ଅନିଦ୍ରା ହୋଇ କାମ କରିବାକୁ ପଡ଼େ। ଯେଉଁଠି ଅଧିକ ପରିଶ୍ରମ କରିବାକୁ ପଡ଼ୁଛି ସେଠାରୁ ଅଧିକ ଟଙ୍କା ମିଳୁଛି। ଏଥିରେ ଭୁଲ୍‌ କିଛି ନାହିଁ।”

‘ଯାତ୍ରା’ର ଅନୁଭୂତି ଶେଆର କରି ଛନ୍ଦିତା କହିଥିଲେ, “ଯାତ୍ରା ଷ୍ଟେଜ୍‌କୁ ଗଲା ପରେ ଜଣେ କଳାକାରକୁ ନାନା କଥା ଶୁଣିବାକୁ ପଡ଼େ। ମୁଁ ମଧ୍ୟ ଅନେକ କଥା ଶୁଣିଛି। ପ୍ରଥମେ ପ୍ରଥମେ ଯେତେବେଳେ ଯାତ୍ରା କରୁଥିଲି ସେତେବେଳେ ଲୋକମାନଙ୍କ ନକାରାତ୍ମକ କଥାରେ ସହଜରେ ପ୍ରଭାବିତ ହୋଇ ଯାଉଥିଲି। କିନ୍ତୁ ଏବେ ମୁଁ ସେସବୁ ଶୁଣୁନାହିଁ। ବାସ୍‌ ମୋ କାମରେ ମତଲବ୍‌ ରଖୁଛି।”

ସୂଚନାଯୋଗ୍ୟ, ଛନ୍ଦିତା ‘ତୋ ଅଗଣାର ତୁଳସୀ ମୁଁ’, ‘ତାରା ତାରିଣୀ’ ଓ ‘ଦୁର୍ଗା’ ଆଦି ସିରିଏଲ୍‌ରେ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe