Advertisment

ପ୍ରଥମ ଦିନରେ ‘ଛପାକ’କୁ ମିଳିଛି ଆଶା ମୁତାବକ ଆୟ

ମୁମ୍ବାଇ: ବହୁ ବାଦ ବିବାଦ ଭିତରେ ଗତକାଲି ରିଲିଜ୍‌ ହୋଇଯାଇଛି ଦୀପିକା ପାଦୁକୋନ୍‌ଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍’।  ଏହି ଫିଲ୍ମକୁ ନେଇ ସୋଶାଲ୍‌ ମିଡିଆରେ ଜବରଦସ୍ତ ହଙ୍ଗାମା ଚାଲିଥିଲା। ଦୀପିକା ଜେଏନୟୁରେ ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀଙ୍କ ସହିତ ସାମିଲ ହେବା ପରେ ତାଙ୍କ ଫିଲ୍ମକୁ ବୟକଟ କରିବାକୁ ନାରା ଦିଆଯାଇଥିଲା। ଆଉ ଏଭଳି ସ୍ଥିତିରେ ଫିଲ୍ମର ପ୍ରଥମ ଦିନର କଲେକ୍ସନ୍‌ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ୫ କୋଟି ଟଙ୍କା ଆୟ […]

ଅଦ୍ୟତନ ହୋଇଛି
ପ୍ରଥମ ଦିନରେ ‘ଛପାକ’କୁ ମିଳିଛି ଆଶା ମୁତାବକ ଆୟ

chapak

Advertisment

ମୁମ୍ବାଇ: ବହୁ ବାଦ ବିବାଦ ଭିତରେ ଗତକାଲି ରିଲିଜ୍‌ ହୋଇଯାଇଛି ଦୀପିକା ପାଦୁକୋନ୍‌ଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍’।  ଏହି ଫିଲ୍ମକୁ ନେଇ ସୋଶାଲ୍‌ ମିଡିଆରେ ଜବରଦସ୍ତ ହଙ୍ଗାମା ଚାଲିଥିଲା। ଦୀପିକା ଜେଏନୟୁରେ ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀଙ୍କ ସହିତ ସାମିଲ ହେବା ପରେ ତାଙ୍କ ଫିଲ୍ମକୁ ବୟକଟ କରିବାକୁ ନାରା ଦିଆଯାଇଥିଲା। ଆଉ ଏଭଳି ସ୍ଥିତିରେ ଫିଲ୍ମର ପ୍ରଥମ ଦିନର କଲେକ୍ସନ୍‌ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ୫ କୋଟି ଟଙ୍କା ଆୟ କରିଛି।

Advertisment

https://twitter.com/rameshlaus/status/1215803429609598976

ଫିଲ୍ମ ସମୀକ୍ଷକ ରମେଶ ବାଲା ଟ୍ୱିଟ୍‌ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ତେବେ ଫିଲ୍ମ ନିର୍ମାତା ମଧ୍ୟ ଫିଲ୍ମର ପ୍ରଥମ ଦିନର କଲେକ୍ସନ ୪ ରୁ ୫ କୋଟି ଭିତରେ ହିଁ  ହେବ ବୋଲି ଅନୁମାନ କରିଥିଲେ। ଆଜି ଓ ଆସନ୍ତାକାଲି ଫିଲ୍ମଟି ଭଲ କଲେକ୍ଶନ୍‌ କରିବ ବୋଲି ଆଶା କରାଯାଉଛି। ଫିଲ୍ମଟି ୪୫ କୋଟି ଟଙ୍କାରେ ତିଆରି ହୋଇଛି।

ଅନ୍ୟପଟେ ‘ଛପାକ୍‌’ ସହ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିୟର୍’ ମଧ୍ୟ ରିଲିଜ୍ ହୋଇଛି। ତେବେ ଓପନିଂ ଡେ’ କଲେକ୍ଶନ୍‌ରେ ‘ଛପାକ୍‌’କୁ ପଛରେ ପକାଇ ଦେଇଛି ‘ତାନାଜୀ’। ଅଜୟ ଦେବଗନ୍‌ଙ୍କ ‘ତାନାଜୀ’ ପ୍ରଥମ ଦିନରେ ୧୫ କୋଟି ଆୟ କରିଛି।

Advertisment

କିନ୍ତୁ ‘ତାନାଜୀ’କୁ ସମୁଦାୟ ୪ହଜାର ୫୪୦ ସ୍କ୍ରିନ୍‌ ମିଳିଥିବାବେଳେ 'ଛପାକ୍‌‘କୁ ମାତ୍ର ୨ ହଜାର ୧୬୦ ସ୍କ୍ରିନ୍‌ ମିଳିଛି। ସେହି ଦୃଷ୍ଟିରୁ 'ଛପାକ୍'ର ଓପନିଂ ଡେ’ କଲେକ୍ସନ କିଛି ଖରାପ ହୋଇନି।

https://www.instagram.com/p/B7BCFvzgTNt/?utm_source=ig_web_copy_link

ଏସିଡ୍ ଆକ୍ରମଣର ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମିତ ହୋଇଛି ଏହି ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲ୍‌ଜାର୍‌। ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଦୀପିକାଙ୍କ ଲୁକ୍‌ ଏକଦମ୍‌ ଲକ୍ଷ୍ମୀଙ୍କ ଭଳି ରହିଛି। ଏହି ଫିଲ୍ମ ଜରିଆରେ ଦୀପିକା ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ପାଦ ଥାପିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe