Advertisment

‘ଛପାକ୍‌’ ପାଇଁ ପୂରା ହଲ୍ ବୁକ୍ କଲେ ଅଖିଳେଶ

ମୁମ୍ୱାଇ: ବାଦବିବାଦ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପାକ୍‌’ ଆଜି ରିଲିଜ୍‌ ହୋଇଯାଇଛି। ଜେଏନ୍‌ୟୁରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ସହିତ ଦୀପିକା ସାମିଲ ହେବା ପରେ ’ଛପାକ୍‌’କୁ ବୟକଟ କରିବାକୁ ଦିଲ୍ଲୀର ଜଣେ ବିଜେପି ନେତା ଆହ୍ୱାନ ଦେଇଥିବା ବେଳେ ଏହି ଫିଲ୍ମ ଦେଖିବା ପାଇଁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଲକ୍ଷ୍ମୌର ଏକ ସିନେମା ହଲ୍‌କୁ ବୁକ୍ କରିଛନ୍ତି। ଦଳର ଅଫିସିଆଲ୍‌ ଟ୍ୱିଟର୍ ଆକାଉଣ୍ଟରୁ ଏକଥା ଜଣାପଡ଼ିଛି। […]

‘ଛପାକ୍‌’ ପାଇଁ ପୂରା ହଲ୍ ବୁକ୍ କଲେ ଅଖିଳେଶ

ddd1

Advertisment

ମୁମ୍ୱାଇ: ବାଦବିବାଦ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପାକ୍‌’ ଆଜି ରିଲିଜ୍‌ ହୋଇଯାଇଛି। ଜେଏନ୍‌ୟୁରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ସହିତ ଦୀପିକା ସାମିଲ ହେବା ପରେ ’ଛପାକ୍‌’କୁ ବୟକଟ କରିବାକୁ ଦିଲ୍ଲୀର ଜଣେ ବିଜେପି ନେତା ଆହ୍ୱାନ ଦେଇଥିବା ବେଳେ ଏହି ଫିଲ୍ମ ଦେଖିବା ପାଇଁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଲକ୍ଷ୍ମୌର ଏକ ସିନେମା ହଲ୍‌କୁ ବୁକ୍ କରିଛନ୍ତି। ଦଳର ଅଫିସିଆଲ୍‌ ଟ୍ୱିଟର୍ ଆକାଉଣ୍ଟରୁ ଏକଥା ଜଣାପଡ଼ିଛି। ଏଥିରେ ଲେଖାଯାଇଛି ଯେ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ସମାଜବାଦୀ ପାର୍ଟି ତା’ କାର୍ଯ୍ୟକର୍ତ୍ତାମାନଙ୍କୁ ‘ଛପାକ୍’ ଫିଲ୍ମ ଦେଖାଇବ। ଏଥିପାଇଁ ଲକ୍ଷ୍ମୌରେ ଏକ ହଲ୍ ବୁକ୍ କରାଯାଇଛି।

Advertisment

https://www.instagram.com/p/B54350Zg_om/?utm_source=ig_web_copy_link

ସେହିଭଳି ଏହି ଫିଲ୍ମକୁ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କଂଗ୍ରେସ ସରକାର ଟିକସ ମୁକ୍ତ କରିଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ସରକାରଙ୍କ ଏ ନିଷ୍ପତ୍ତି ସମ୍ପର୍କରେ ଟ୍ୱିଟ୍ କରି ଘୋଷଣା କରିଥିଲେ। ଏହା ସହିତ ସେ ଲେଖିଥିଲେ ଯେ ଏହି ଫିଲ୍ମଟି ସମାଜରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାମାନଙ୍କୁ ନେଇ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ସେମାନଙ୍କ ଯନ୍ତ୍ରଣା, ଆତ୍ମବିଶ୍ୱାସ, ସଂଘର୍ଷ, ଆଶା ଓ ବଞ୍ଚିବାର ଅଦମ୍ୟ ଇଚ୍ଛାକୁ ନେଇ ଫିଲ୍ମଟି ତିଆରି ହୋଇଛି। ଆଉ ଏଭଳି ଘଟଣାଗୁଡ଼ିକରେ ସମାଜକୁ କିଭଳି ନିଜ ଚିନ୍ତାଧାରା ବଦଳାଇବାକୁ ହେବ, ସେ ବାର୍ତ୍ତା ବି ଏ ଫିଲ୍ମରେ ରହିଛି।

ସୂଚନାଯୋଗ୍ୟ, ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କୁ ନେଇ ଏହି ଫିଲ୍ମଟି ନିର୍ମାଣ ହୋଇଛି। ଫିଲ୍ମରେ ଦୀପିକା ପାଦୁକୋନ୍‌ଙ୍କ ସହ ବିକ୍ରାନ୍ତ ମେସି ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ମେଘନା ଗୁଲ୍‌ଜାର୍ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାରି ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି ଦୀପିକା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe