ଆସୁଛି ‘ଛୋଟ ଜଗା’ | Odisha Reporter
ଶିଶୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ପ୍ରଥମ ଥର ପାଇଁ ଓଡିଶାର ନିଜସ୍ବ ସୁପର ହିରୋର କାହାଣୀକୁ ନେଇ ତରଙ୍ଗ ପ୍ଲସ ଓଟିଟି ପ୍ଲାଟଫର୍ମରେ ଆରମ୍ଭ ହୋଇଛି କାର୍ଟୁନ ସୋ 'ଛୋଟ ଜଗା' । ମଙ୍ଗଳବାର ଦିନ ଶିଶୁ ଦିବସ ଅବସରରେ ଶିଶୁଙ୍କ ଗହଣରେ ପ୍ରଦର୍ଶିତ ହୋଇଛି ଏହି ସୁପର ହିରୋର କାହାଣୀ। ତରଙ୍ଗ ଓ ଅଲିଭ ରିଡଲେ ମିଡିଆ ପ୍ରସ୍ତୁତ କରିଛି ଓଡିଶାର ପ୍ରଥମ ସୁପର ହିରୋର କାହାଣୀ । ଜଗନ୍ନାଥଙ୍କ ଶକ୍ତିକୁ ନେଇ ଆସିଛି 'ଛୋଟ ଜଗା' । ଶିଶୁଙ୍କ ମଧ୍ୟରେ ଛୋଟ ଜଗାକୁ ନେଇ ବେଶ ଉତ୍ସାହ ଦେଖାଦେଇଛି । ଛାତିରେ ସୁଦର୍ଶନ ଚକ୍ର, ଆଖିରେ ଜ୍ବାଳାର ଶକ୍ତି, ହାତରେ ଶତ ହାତୀର ବଳ । ଜଗନ୍ନାଥଙ୍କ ଶକ୍ତିରେ ସେ ଶକ୍ତିଶାଳୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
