ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ କୋରିଓଗ୍ରାଫର ସରୋଜ୍ ଖାନ୍ଙ୍କ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହେଲାବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସରୋଜଙ୍କ କୋରିଓଗ୍ରାଫିର କେବଳ ବଲିଉଡ୍ ଦିୱାନା ନଥିଲା ଅନେକ ସିନେପ୍ରେମୀ ତାଙ୍କ କୋରିଓଗ୍ରାଫିକୁ ପସନ୍ଦ କରୁଥିଲେ। ଆଜି କୋଟି କୋଟି ଲୋକଙ୍କ ଭଲ ପାଇବା ସାଉଁଟୁଥିବା ସରୋଜଙ୍କର ପିଲାଦିନ କିନ୍ତୁ ବଡ ଅଭାବରେ କିଟିଥିଲା।
୧୯୪୮ମସିହାରେ ମୁମ୍ବାଇରେ ସରୋଜ ଖାନ୍ଙ୍କ ଜନ୍ମ ହୋଇଥିଲା। ସେ ସମୟରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଖରାପ ଥିଲା। ମୁମ୍ବାଇର ଏକ ଚଲ୍ରେ ସରୋଜଙ୍କର ପିଲାଦିନ କଟିଥିଲା। ପିଲାଦିନୁ ତାଙ୍କୁ ନାଚିବାକୁ ଭଲ ଲାଗୁଥିଲା। ଯେତେବେଳେ ସରୋଜ ୩ ବର୍ଷର ହୋଇଥିଲେ ସେତେବେଳେ ପ୍ରାୟ ସମୟ ସେ ନିଜ ଛାଇକୁ ଦେଖି ହାତ ଗୋଡ଼ ହଲାଉଥିଲେ। ସରୋଜଙ୍କୁ ଏମିତି ଦେଖି ତାଙ୍କ ମା’ ଡରିଯାଇଥିଲେ। ଏବଂ ତାଙ୍କୁ ଡାକ୍ତରଙ୍କୁ ପାଖକୁ ନେଇ ଦେଖାଇଥିଲେ।
ଡାକ୍ତର ସରୋଜଙ୍କ ମାଆଙ୍କୁ ତାଙ୍କ ପାଇଁ ଘରେ ମ୍ୟୁଜିକ୍ ଲଗାଇବାକୁ ପରାମର୍ଶ ଦେଇଥିଲେ ଏବଂ ଝିଅ ପୂରା ଠିକ୍ ଅଛି ସେ ନାଚିବାକୁ ଚାହୁଁଛି ବୋଲି କହିଥିଲେ। ଝିଅକୁ ଫିଲ୍ମ ଜଗତରେ ଛାଡ଼ିବାକୁ ମଧ୍ୟ ଡାକ୍ତର ଜଣଙ୍କ ପରାମର୍ଶ ଦେଇଥିଲେ। କିନ୍ତୁ ସରୋଜଙ୍କର ମାଆ ସେ କାହାକୁ ଜାଣନ୍ତି ନାହିଁ ବୋଲି କହିଥିଲେ। ସେତେବେଳେ ଡାକ୍ତର ଜଣଙ୍କ ତାଙ୍କର କିଛି ପରିଚିତ ଲୋକ ଅଛନ୍ତି ଯେଉଁମାନେ ତାକୁ ଫିଲ୍ମରେ କାମ କରିବାର ସୁଯୋଗ ଦେବେ ବୋଲି କହିଥିଲେ।
ଡାକ୍ତରଙ୍କ ଯୋଗାଯୋଗରେ ୯ ବର୍ଷ ବୟସରେ ସରୋଜ ଖାନ୍ ପ୍ରଥମେ ଶିଶୁ କଳାକାର ଭାବେ ଫିଲ୍ମ ଜଗତରେ ପାଦ ରଖିଥିଲେ। ତା’ପରେ ସରୋଜ କିଛି ପ୍ରୋଗାମରେ ବ୍ୟାଗ୍ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କଲେ।
ଶେଷଥର ପାଇଁ ସରୋଜ ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘କଲଙ୍କ’ରେ କାମ କରିଥିଲେ।