ଚୀନରେ ‘ପିକେ’ ହିଟ୍; ଛଅ ଦିନରେ ଆଦାୟ କଲା ୪୬ କୋଟି

ମୁମ୍ବାଇ: ଚୀନରେ ହିଟ୍ ହୋଇଛି ‘ପିକେ’। ଆମୀର ଖାଁ ଓ ଅନୁଷ୍ଖା ଶର୍ମା ଅଭିନୀତ ଏହି ଫିଲ୍ମଟି ଚୀନରେ ରିଲିଜ୍ ହୋଇଥିଲା ମେ’୨୨ ତାରିଖରେ। ରିଲିଜ୍ ହେବାର ସପ୍ତାହେ ପୂରି ନଥିବା ବେଳେ ଏହା ୪୬.୭ କୋଟି ଟଙ୍କା କଲେକ୍ସନ କରି ସାରିଲାଣି। ଚୀନର ୫,୪୦୦ ହଲରେ ଫିଲ୍ମଟି ପ୍ରଦର୍ଶିତ ହେଉଛି। ୟୁଟିଭିର ଅମ୍ରିତା ପାଣ୍ଡେ କହିଛନ୍ତି, ଚୀନ ଦର୍ଶକଙ୍କ ମନକୁ ପାଇଛି ‘ପିକେ’। ଏ ସଫଳତାରେ ଆମେ ଖୁବ୍ ଖୁସୀ। ଆମୀର ଖାନ୍, ରାଜ କୁମାର ହିରାନି […]

Pk

Pk

Rakesh Mallick
  • Published: Thursday, 28 May 2015
  • Updated: 28 May 2015, 06:35 AM IST

Sports

Latest News

ମୁମ୍ବାଇ: ଚୀନରେ ହିଟ୍ ହୋଇଛି ‘ପିକେ’। ଆମୀର ଖାଁ ଓ ଅନୁଷ୍ଖା ଶର୍ମା ଅଭିନୀତ ଏହି ଫିଲ୍ମଟି ଚୀନରେ ରିଲିଜ୍ ହୋଇଥିଲା ମେ’୨୨ ତାରିଖରେ। ରିଲିଜ୍ ହେବାର ସପ୍ତାହେ ପୂରି ନଥିବା ବେଳେ ଏହା ୪୬.୭ କୋଟି ଟଙ୍କା କଲେକ୍ସନ କରି ସାରିଲାଣି। ଚୀନର ୫,୪୦୦ ହଲରେ ଫିଲ୍ମଟି ପ୍ରଦର୍ଶିତ ହେଉଛି।

ୟୁଟିଭିର ଅମ୍ରିତା ପାଣ୍ଡେ କହିଛନ୍ତି, ଚୀନ ଦର୍ଶକଙ୍କ ମନକୁ ପାଇଛି ‘ପିକେ’। ଏ ସଫଳତାରେ ଆମେ ଖୁବ୍ ଖୁସୀ। ଆମୀର ଖାନ୍, ରାଜ କୁମାର ହିରାନି ଓ ବିଧୂ ବିନୋଦ ଚୋପ୍ରା ଚୀନର ବିଭିନ୍ନ ସ୍ଥାନକୁ ଯାଇ କରିଥିଲେ ‘ପିକେ’ର ପ୍ରୋମୋସନ୍। ଏକ ମାର୍କେଟିଂ ଟିମ୍ ସେଠାରେ ରହି ଫିଲ୍ଟିର ପ୍ରୋମୋସନରେ ଲାଗିଥିଲେ। ସାଂଘାଇରେ ‘ପିକେ‘ର ଗ୍ରାଣ୍ଡ ପ୍ରେମିୟର ବି କରାଯାଇଥିଲା।

ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନରେ ବି ହିଟ୍ ହୋଇଥିଲା ‘ପିକେ’। ଉତ୍ତର ଆମେରିକାରେ ତ ଏହା ୨୦୧୪ରେ ବିଦେଶୀ ଫିଲ୍ମ ଭାବେ ସବୁଠୁ ଅଧିକ ଆୟ କରିଥିଲା। ଚୀନରେ ଗତ ୬ ଦିନରେ ‘ପିକେ’ ୪୬ କୋଟି ଆଦାୟ କରିବା ସହିତ କେବଳ ବିଦେଶରେ ଏହା ୨୦୦ କୋଟି ଟଙ୍କା କଲେକ୍ସନ କରିଛି।

‘ପିକେ’ ପୂର୍ବରୁ ଆମୀର ଖାନଙ୍କ ‘ଧୂମ୍ ୩’ ଓ ‘ଥ୍ରୀ ଇଡିୟଟ୍ସ’ ମଧ୍ୟ ଅନ୍ତର୍ଜାତୀୟ ମାର୍କେଟରେ ଭଲ ବ୍ୟବସାୟ କରିଥିଲା। ବିଦେଶରେ ସବୁଠୁ ଅଧିକ ବ୍ୟବସାୟ କରିବା ତାଲିକାର ଆମୀରଙ୍କ ଏହି ତିନୋଟି ଯାକ ଫିଲ୍ମ ରହିଛି।

ୟୁଟିଭି ମୋସନ ପିକଚର୍ସ ସହିତ ମିଶି ‘ପିକେ’ର ପ୍ରଯୋଜନା କରିଥିଲା  ବଧୂ ବିନୋଦ ଚୋପ୍ରା ଫିଲ୍ମସ ସ ରାଜକୁମାର ହିରାନୀ ଫିଲ୍ମସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos