ସୁପରଷ୍ଟାର ବିକ୍ରମଙ୍କୁ ବୋମାମାଡ ଧମକ!

ଚେନ୍ନାଇ(ଓଡ଼ିଶା ରିପୋର୍ଟର): ରିଲ ଲାଇଫରେ ଧମକା କରିଥିବା ସୁପରଷ୍ଟାର ଚିଆନ ବିକ୍ରମଙ୍କୁ ରିଅଲ ଲାଇଫରେ ମିଳିଛି ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘର ଉପରକୁ ବୋମା ପକାଇ ଉଡାଇଦେବାକୁ ଧମକ ଦେଇଛି । ଏହା ପରେ ପୂରା ସାଉଥ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳି ଯାଇଛି ।  ପୁଲିସ ବିକ୍ରମଙ୍କ ଘରକୁ ଯାଇ ଖୋଜାଖୋଜି ଆରମ୍ଭ କରିଛି ।

ସୂଚନା ମୁତାବକ, ସୋମବାର ସକାଳେ କେହି ଜଣେ ଅଜଣା ବ୍ୟକ୍ତି ଚେନ୍ନାଇର ବସନ୍ତ ନଗରରେ ରହୁଥିବା ବିକ୍ରମଙ୍କ ଘରେ ବୋମା ଥିବା ଜଣାଇଥିଲା । ଏହାପରେ ପୁଲିସ ପହଂଚି ବିକ୍ରମଙ୍କ ଘରେ ଏବଂ ବହାରେ ତନାଘନା ଆରମ୍ଭ କରିଥିଲା । କିନ୍ତୁ ପରେ ଏହି ଖବର ମିଛ ପ୍ରମାଣିତ ହୋଇଥିଲା ।

ବିକ୍ରମ ଘରେ ବୋମା ଥିବା ନେଇ ଏଭଳି କିଏ ଫୋନ କିରଥିଲା ତାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି । ବିକ୍ରମଙ୍କ ଫୋନ ଟାପ କରିବା ପାଇଁ ପୁଲସ ନିର୍ଦ୍ଦେଶ ଦେଇଛି । ସନ୍ଧାନୀ କୁକୁର ଏବଂ ତଦନ୍ତ ପରେ ଫୋନ କଲ୍ କରି ଧମକ ଦେଇଥିବା ବ୍ୟକ୍ତି ଜଣକ ଭିଲ୍ଲପୁରମର ବୋଲି ଜଣାପଡିଛି । ବିକ୍ରମଙ୍କ ପୂର୍ବରୁ ସାଉଥ ଅଭିନତା ବିଜୟ, ଅଜିତ, ସୂର୍ଯ୍ୟ, ରଜନୀକାନ୍ତଙ୍କୁ ମଧ୍ୟ ଠିକ୍ ଏହିଭଳି ଫୋନ କଲ୍ ଆସିଥିବା ଜଣାପଡିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।