Advertisment

ଗଣେଶ ଆଚାର୍ଯ୍ୟଙ୍କ ଉପରେ ରାଗିଲେ ସରୋଜ ଖାନ୍‌

ମୁମ୍ୱାଇ : ବଲିଉଡ୍‌ କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ସୂଚନା ଅନୁସାରେ ସେ ଅଲ୍‌ ଇଣ୍ଡିଆ ଫିଲ୍ମ ଟେଲିଭିଜନ୍‌ ଆଣ୍ଡ ଇଭେଣ୍ଟ ଡ୍ୟାନ୍ସର୍ସ ଆସୋସିଏସନ୍‌’ ( AIFTEDA) ନାମରେ ସେ ଏକ ସଂଘ ଗଠନ କରିଛନ୍ତି। ତେବେ ଏହାକୁ ନେଇ ‘ସିନେ ଡ୍ୟାନ୍ସର୍ସ ଆସୋସିଏସନ୍‌’ ଏବେ ଚିନ୍ତାରେ ପଡ଼ିଛି। ଆଉ ଏହି ବିଷୟରେ ମୁହଁ ଖୋଲି ସିଧାସଳଖ ଗଣେଶଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରସିଦ୍ଧ କୋରିଓଗ୍ରାଫର୍‌ ସରୋଜ୍ ଖାନ୍। ସେ ଗଣମାଧ୍ୟମକୁ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଗଣେଶ ଆଚାର୍ଯ୍ୟଙ୍କ ଉପରେ ରାଗିଲେ ସରୋଜ ଖାନ୍‌

saroj

ମୁମ୍ୱାଇ : ବଲିଉଡ୍‌ କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ସୂଚନା ଅନୁସାରେ ସେ ଅଲ୍‌ ଇଣ୍ଡିଆ ଫିଲ୍ମ ଟେଲିଭିଜନ୍‌ ଆଣ୍ଡ ଇଭେଣ୍ଟ ଡ୍ୟାନ୍ସର୍ସ ଆସୋସିଏସନ୍‌’ ( AIFTEDA) ନାମରେ ସେ ଏକ ସଂଘ ଗଠନ କରିଛନ୍ତି। ତେବେ ଏହାକୁ ନେଇ ‘ସିନେ ଡ୍ୟାନ୍ସର୍ସ ଆସୋସିଏସନ୍‌’ ଏବେ ଚିନ୍ତାରେ ପଡ଼ିଛି। ଆଉ ଏହି ବିଷୟରେ ମୁହଁ ଖୋଲି ସିଧାସଳଖ ଗଣେଶଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରସିଦ୍ଧ କୋରିଓଗ୍ରାଫର୍‌ ସରୋଜ୍ ଖାନ୍।

Advertisment

ସେ ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି ଯେ ଗଣେଶ ନିଜ ପୋଜିସନ୍‌ର ଫାଇଦା ଉଠାଇ ଡ୍ୟାନ୍ସରକୁ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି ଓ ପୁରୁଣା ଆସୋସିଏସନ୍‌ର ଛବି ଖରାପ କରୁଛନ୍ତି।

ସେ ଆହୁରି କହିଛନ୍ତି, ସିନେ ଡ୍ୟାନ୍ସର୍ସ ଆସୋସିଏସନ୍‌’ (CDA) ୧୯୫୫ରେ ସ୍ଥାପିତ ହୋଇଥିଲା। ଏଥିରୁ ରେମୋ ଡିସୌଜା ଓ ଅହମ୍ମଦ ଖାନ୍ ପରି ଡ୍ୟାନ୍ସର  ବାହାରିଛନ୍ତି। ଏପରିକି ଗଣେଶ ଓ ତାଙ୍କ ବାପା ମଧ୍ୟ ଏହି ଆସୋସିଏସନ୍‌ ସହିତ ଜଡ଼ିତ। ନିଜ ମୂଳକୁ ଭୁଲିଯାଇ ନୂଆ ଆସୋସିଏସନ୍‌ ତିଆରି କରିବା ଧୋକା ଦେବା ସହିତ ସମାନ। ପୂରା ଇଣ୍ଡଷ୍ଟ୍ରୀରେ ଗଣେଶ ସିଡିଏର ନାମକୁ ବଦନାମ୍‌ କରୁଛନ୍ତି ଏବଂ ଅଧିକ ଟଙ୍କା ଦାବି କରି ଡ୍ୟାନ୍ସର୍ସଙ୍କୁ ଠକୁଛନ୍ତି। ଏପରି କରି ସେ ଡ୍ୟାନ୍ସ କମ୍ୟୁନିଟିକୁ ଭାଙ୍ଗୁଛନ୍ତି।

Advertisment

ସରୋଜ ଖାନଙ୍କ ଏଭଳି ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ଗଣେଶ ଆଚାର୍ଯ୍ୟ। ସେ କହିଛନ୍ତି, ଡ୍ୟାନ୍ସରମାନେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ AIFTEDA ଉଦ୍‌ଘାଟନ ସମୟରେ ଉପସ୍ଥିତ ଥିଲି। ଯଦି ଉପଯୁକ୍ତ ବେତନ ଓ ନିରପେକ୍ଷ ନିର୍ବାଚନ ହେବ, ତା’ହେଲେ ମୁଁ ସିଡିଏକୁ ପୁଣିଥରେ ଫେରିବାକୁ ଚାହିଁବି।

ଗଣେଶ ଆହୁରି କହିଛନ୍ତି, ସିଡିଏକୁ ୬ ମାସ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ କୋର୍ଟ ଆଦେଶକୁ ଅବମାନନା କରି ତିନିମାସ ପୂର୍ବରୁ ଜାହିଦ୍‌ ଶେଖ୍‌, ଡେରିକ ବିଶ୍ୱାସ, ଅଲ ଫହିମ୍‌ ସୁରାନୀ ଓ ରବି କମ୍ୱର୍ ଏହାକୁ ପୁଣିଥରେ ଖୋଲିଛନ୍ତି। ବିନା ନିର୍ବାଚନରେ ସବୁ ପୋଷ୍ଟକୁ ଫିଲ୍‌ ଅପ୍‌ ବି କରିଛନ୍ତି। ଆଉ ଏବେ ଡ୍ୟାନ୍ସରଙ୍କୁ ପୁଣି ଥରେ ସିଡିଏ ସହିତ ସାମିଲ ହେବା ପାଇଁ ଚାପ ପକାଯାଉଛି।