Advertisment

ଷ୍ଟ୍ରିମିଂ କଲା ଚୁମ୍ବକ, ତରଙ୍ଗ ପ୍ଲସ୍‌ ଆପ୍‌ରେ ଦେଖିପାରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଭାଲେନ୍‌ଟାଇନ୍ସ ଡେ ଅବସରରେ ଷ୍ଟ୍ରିମିଂ କରିଛି ୱେବ୍‌ ସିରିଜ୍‌ ‘ଚୁମ୍ବକ’। ତରଙ୍ଗ ପ୍ଲସ୍‌ ଆପ୍‌ରେ ଏହି ୱେବ୍‌ ସରିଜ୍‌କୁ ଆପଣ ଦେଖି ପାରିବେ। ଲେସ୍‌ବିଆନ୍‌ ମାନଙ୍କୁ ନେଇ ୱେବ୍‌ ସିରିଜ୍‌ର କାହାଣୀ ଗତିଶୀଳ ହୋଇଛି। ଯେଉଁଥିରେ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ଦିବ୍ୟା ଏବଂ ତମନ୍ନା। ଏଥିରେ ତମନ୍ନାଙ୍କୁ ମାନିଆଙ୍କ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଦିବ୍ୟାଙ୍କ ନାଁ ରହିଛି ଶିଖା। କଲେଜ୍‌ ପଢୁଥିବା ସମୟରେ କେମିତି ଦୁଇ ସାଙ୍ଗ ପରସ୍ପରକୁ […]

ଅଦ୍ୟତନ ହୋଇଛି
ଷ୍ଟ୍ରିମିଂ କଲା ଚୁମ୍ବକ, ତରଙ୍ଗ ପ୍ଲସ୍‌ ଆପ୍‌ରେ ଦେଖିପାରିବେ

chumbak

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଭାଲେନ୍‌ଟାଇନ୍ସ ଡେ ଅବସରରେ ଷ୍ଟ୍ରିମିଂ କରିଛି ୱେବ୍‌ ସିରିଜ୍‌ ‘ଚୁମ୍ବକ’। ତରଙ୍ଗ ପ୍ଲସ୍‌ ଆପ୍‌ରେ ଏହି ୱେବ୍‌ ସରିଜ୍‌କୁ ଆପଣ ଦେଖି ପାରିବେ। ଲେସ୍‌ବିଆନ୍‌ ମାନଙ୍କୁ ନେଇ ୱେବ୍‌ ସିରିଜ୍‌ର କାହାଣୀ ଗତିଶୀଳ ହୋଇଛି। ଯେଉଁଥିରେ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ଦିବ୍ୟା ଏବଂ ତମନ୍ନା। ଏଥିରେ ତମନ୍ନାଙ୍କୁ ମାନିଆଙ୍କ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଦିବ୍ୟାଙ୍କ ନାଁ ରହିଛି ଶିଖା।

Advertisment

କଲେଜ୍‌ ପଢୁଥିବା ସମୟରେ କେମିତି ଦୁଇ ସାଙ୍ଗ ପରସ୍ପରକୁ ଭଲ ପାଇ ବସୁଛନ୍ତି ସେଇଟା ଏହି ୱେବ୍‌ ସିରିଜ୍‌ରେ ଦେଖିବାକୁ ମିଳିବ। ତେବେ ଏହି ୱେବ୍‌ ସରିଜ୍‌ ପାଇଁ ଦିବ୍ୟା ଏବଂ ତମନ୍ନାଙ୍କୁ ଢେର୍‌ ପରିଶ୍ରମ କରିବାକୁ ପଡିଛି। ନିର୍ଦ୍ଦେଶକ ସୁଶାନ୍ତ ମଣି ଏଥିରେ ଦୁଇ ଅଭିନେତ୍ରୀଙ୍କୁ ଏକଦମ୍‌ ନାଚୁରାଲ୍‌ ଅଭିନୟ କରିବାକୁ ଦେଇଛନ୍ତି। ସାଧାରଣ ଝିଅମାନେ ଯେମିତି କଥାବାର୍ତ୍ତା କରନ୍ତି, ଯେମିତି କଲେଜ୍‌ ଯାଆନ୍ତି ଏମାନଙ୍କୁ ମଧ୍ୟ ଠିକ୍‌ ସେମିତି କରିବାକୁ କୁହାଯାଇଥିଲା।

ତେବେ ଏ ୱେବ୍‌ ସରିଜ୍‌କୁ କରିବା କେତେ ଚ୍ୟାଲେଜିଂ ରହିଥିଲା ସେ ବିଷୟରେ ପଚାରିବାରୁ ଦିବ୍ୟା କହିଛନ୍ତି, ଯେତେବେଳେ ତାଙ୍କୁ ଏହି ଅଫର ମିଳିଥିଲା ସେ କାହାଣୀ ଶୁଣି ଡରିଯାଇଥିଲେ। କେମିତି ସେ ଅଭିନୟ କରିବେ ଲୋକମାନେ କାହାଣୀକୁ କେମିତି ଗ୍ରହଣ କରିବେ ସେ ନେଇ ସେ ଟିକେ ଚିନ୍ତାରେ ଥିଲେ। ଟିଜର ଆସିବା ପରେ ମଧ୍ୟ କିଛି ଲୋକ ତାଙ୍କୁ ନକରାତ୍ମକ କମେଣ୍ଟ କରିଥିଲେ।

Advertisment

ସେପଟେ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ କହିବା ଅନୁଯାୟୀ, ସେ ଏହି ୱେବ୍‌ ସିରିଜ୍‌ ପାଇଁ କଳାକାର ବାଛିବା ପୂର୍ବରୁ ପ୍ରାୟ ଅଭିନେତ୍ରୀଙ୍କ ସହ ଭେଟ ହୋଇଥିଲେ। କିନ୍ତୁ ତମନ୍ନା ଏବଂ ଦିବ୍ୟାଙ୍କ ଲୁକ୍‌ ମ୍ୟାଚ୍‌ ଆସିବାରୁ ଏ ଦୁହିଁଙ୍କୁ ୱେବ୍‌ ସିରିଜ୍‌ ପାଇଁ ବଛା ଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe