Advertisment

ଆଖି ବୁଜିଲେ ‘CID’ ଫେମ୍‌ ଦିନେଶ ଫଡନିଶ

ସ୍ୱାସ୍ଥ୍ୟାବସ୍ଥା ଖବର ହେବାରୁ ଗତ ରବିବାରଠୁ ଦିନେଶଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Dinesh-Phadnis

Dinesh-Phadnis

ଶେଷରେ ଆଖି ବୁଜିଲେ ‘CID’ ଫେମ୍‌ ଦିନେଶ ଫଡନିଶ । ୫୭ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ଦିନେଶଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଲାଗିଛି।

Advertisment

ସ୍ୱାସ୍ଥ୍ୟାବସ୍ଥା ଖବର ହେବାରୁ ଗତ ରବିବାରଠୁ ଦିନେଶଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ହୃଦଘାତ ହୋଇଥିବା କୁହାଯାଉଥିବା ବେଳେ ପରେ କିନ୍ତୁ ତାଙ୍କ ଲିଭରରେ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏନେଇ ସିଆଇଡିରେ ଦିନେଶଙ୍କ କୋ-ଆକ୍ଟର ଦୟାନନ୍ଦ ସେଟ୍ଟି ସୂଚନା ଦେଇଛନ୍ତି । ବହୁ ଦିନରୁ ଦିନେଶ ଅସୁସ୍ଥ ଥିବାବେଳେ ମଲଟିପଲ୍ ଅରଗାନ୍ ଫେଲିୟୋର ଯୋଗୁଁ ତାଙ୍କୁ ବଞ୍ଚାଇବା କଷ୍ଟକର ହୋଇ ପଡ଼ିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। 

 ଗତ ରାତି ପ୍ରାୟ ୧୨ଟା ବେଳେ ଦିନେଶ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଶେଷକୃତ୍ୟୁ ଆଜି ମୁମ୍ବାଇରେ ସମ୍ପନ୍ନ ହେବ । ‘CID’ ର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ ଏଥିରେ ଯୋଗ ଦେବେ ବୋଲି କହିଛନ୍ତି ଦୟାନନ୍ଦ ସେଟ୍ଟି ।

Advertisment

ଦିନେଶ CID ସିରିଏଲରେ ଫ୍ରେଡି ରୋଲରେ ବେଶ୍‌ ପପୁଲାର ହୋଇ ପାରିଥିଲେ। ବହୁ ବର୍ଷ ଧରି ସିଆଇଡିର ଫେଡ୍ରିକ୍ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିଥିଲେ। ଏହାପରେ ସେ ସ୍କ୍ରିନ୍‌ରୁ ଗାଏବ ହୋଇ ଯାଇଥିବା ବେଳେ ମରାଠି ଫିଲ୍ମର ସ୍କ୍ରିପ୍ଟ ଲେଖକ ପାଲଟି ଯାଇଥିଲେ। ଦିନେଶଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ଟିଭି ଜଗତରେ ଶୋକର ପରିବେଶ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। 

Mumbai Artist Passes Away