Advertisment

‘CID’ ସିରିଏଲର ଇନ୍ସପେକ୍ଟର ଫ୍ରେଡିକ୍ସଙ୍କୁ ହୃଦଘାତ, ମେଡିକାଲରେ ଭର୍ତ୍ତି

ଦିନେଶଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଗତ ୧ ତାରିଖରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

CID-Fredericks

CID-Fredericks

Advertisment

 ଛୋଟ ପରଦାର ପପୁଲାର ଶୋ’ CID ର ଇନ୍ସପେକ୍ଟର ଫ୍ରେଡିକ୍ସ ହୋଇଛନ୍ତି ହୃଦଘାତର ଶିକାର। ଦୀର୍ଘ ବର୍ଷ ଧରି ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରି ବେଶ୍‌ ପପୁଲାର ହୋଇ ପାରିଥିବା ଦିନେଶ ଫଡନିଶ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି।

Advertisment

ନବେ ଦଶକର ବେଶ୍‌ ପପୁଲାର ଶୋ’ CID ର ପ୍ରମୁଖ କଳାକାର ଦୟାନନ୍ଦ ସେଟ୍ଟିଙ୍କ ସୂଚନା ଅନୁଯାୟୀ, ଦିନେଶଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଗତ ୧ ତାରିଖରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଧୀରେ ଧୀରେ ସୁଧାର ଆସୁଛି। ସେ ଶୀଘ୍ର ଠିକ୍‌ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ସେ କହିଛନ୍ତି।

ଦିନେଶ CID ସିରିଏଲରେ ଫ୍ରେଡି ରୋଲରେ ବେଶ୍‌ ପପୁଲାର ହୋଇ ପାରିଥିଲେ। ଏବେ ସେ ସ୍କ୍ରିନ୍‌ରୁ ଗାଏବ ହୋଇ ଯାଇଥିବା ବେଳେ ମରାଠି ଫିଲ୍ମର ସ୍କ୍ରିପ୍ଟ ଲେଖକ ସାଜିଥିବା ଜଣାଯାଇଛି।

Advertisment
Hearth Attack Hospital Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe