Advertisment

ଆସନ୍ତାକାଲିଠାରୁ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ: ୬ମାସର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତାକାଲିଠାରୁ ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ଦେଶରେ ସିନେମା ହଲ୍ ଖୋଲିବ। ତେବେ ସିନେମା ହଲ୍ ଖୋଲିବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ହଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସିନେମା ହଲ୍ ଖୋଲିବା ସହ ଲୋକେ ଏବେ ନିଜର ମନପସନ୍ଦର ଫିଲ୍ମକୁ ବଡ଼ ସ୍କ୍ରିନରେ ଦେଖିବାକୁ ପାଇବେ। As cinemas ready to reopen their doors from this week onwards, the list […]

ଅଦ୍ୟତନ ହୋଇଛି
ଆସନ୍ତାକାଲିଠାରୁ ଖୋଲିବ ସିନେମା ହଲ୍

hall

Advertisment

ନୂଆଦିଲ୍ଲୀ: ୬ମାସର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତାକାଲିଠାରୁ ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ଦେଶରେ ସିନେମା ହଲ୍ ଖୋଲିବ। ତେବେ ସିନେମା ହଲ୍ ଖୋଲିବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ହଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସିନେମା ହଲ୍ ଖୋଲିବା ସହ ଲୋକେ ଏବେ ନିଜର ମନପସନ୍ଦର ଫିଲ୍ମକୁ ବଡ଼ ସ୍କ୍ରିନରେ ଦେଖିବାକୁ ପାଇବେ।

Advertisment

https://twitter.com/taran_adarsh/status/1316233053115564032?s=20

https://twitter.com/taran_adarsh/status/1316247548370186240?s=20

କରୋନା କାରଣରୁ ଗତ ୬ ମାସ ଧରି ସିନେମା ହଲ୍ ଓ ଥିଏଟର୍ ବନ୍ଦ ରହିଥିଲା। ତେବେ ଆସନ୍ତାକାଲିଠାରୁ ସିନେମା ହଲ୍ ଖୋଲିବା ମାତ୍ରକେ କୌଣସି ନୂଆ ଫିଲ୍ମ ରିଲିଜ୍ ହେବ ନାହିଁ। ଏ ନେଇ ଟ୍ରେଡ୍ ଆନାଲିଷ୍ଟ୍ ତରନ ଆଦର୍ଶ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଚଳିତ ସପ୍ତାହରେ ସିନେମା ହଲ୍ ଖୋଲିବାକୁ ଯାଉଛି। ଚଳିତ ସପ୍ତାହରେ ୬ ହିନ୍ଦୀ ଫିଲ୍ମର ପ୍ରି-ରିଲିଜ୍ ପାଇଁ ଘୋଷଣା କରାଯାଇଛି। ଏଥିରେ ତାନାଜୀ, ୱାର୍, ଶୁଭ ମଙ୍ଗଲ ଜ୍ୟାଦା ସାବଧାନ୍, ମଲଙ୍ଗ, ଥପ୍ପଡ ଓ କେଦାରନାଥ ସାମିଲ୍ ଅଛି। ଆଗାମୀ ଦିନରେ ଆଉ କିଛି ଫିଲ୍ମ ପାଇଁ ସିଡ୍ୟୁଲ୍ ଜାରି କରାଯିବ। ଯେପରିକି ରଣବୀର ସିଂହଙ୍କ '୮୩ ଦି ଫିଲ୍ମ' ଓ ଅକ୍ଷୟ କୁମାରଙ୍କ 'ସୂର୍ଯ୍ୟବଂଶୀ'ର ରିଲିଜ୍ ହେବାର ସମ୍ଭାବନା ରହିଛି।

https://twitter.com/taran_adarsh/status/1316227972215435264?s=20

ଏହି ସବୁ ଫିଲ୍ମ ମଧ୍ୟରେ କେଦାରନାଥ ୨୦୧୯ରେ ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୧୪ ତାରିଖରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ରହିଛି। ଯେହେତୁ ଏବେ ସୁଶାନ୍ତଙ୍କ ମାମଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି, ତେଣୁ ତାଙ୍କର ଫିଲ୍ମର 'କେଦାରନାଥ'କୁ ଆଉଥରେ ରିଲିଜ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

When will cinema halls open in India?

ସେହିପରି ଚଳିତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ମଧ୍ୟରୁ ଅଜୟ ଦେବଗନଙ୍କ 'ତାନାଜୀ' ବକ୍ସ ଅଫିସରେ ଧମାଲ୍ କରିଥିଲା। ଏହି ଫିଲ୍ମ ଜାନୁଆରୀରେ ରିଲିଜ୍ ହୋଇଥିଲା। ତାନାଜୀ ମଧ୍ୟ ଚଳିତ ବର୍ଷର ସବୁଠାରୁ ଅଧିକ ଆୟକାରୀ ଫିଲ୍ମ ହୋଇଛି। ତେବେ କରୋନା କାରଣରୁ କିଛି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଥିଲା। ଯେହେତୁ ଏବେ ସିନେମା ହଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଆଗାମୀ ଦିନରେ କିଛି ବିଗ୍ ବଜେଟ୍ ଫିଲ୍ମ ରିଲିଜ୍ ହେବା ନେଇ ସିନେପ୍ରେମୀ ଆଶାୟୀ ଅଛନ୍ତି। ଏଥିରେ '୮୩' ଓ 'ସୂର୍ଯ୍ୟବଂଶୀ' ଆଦି ଫିଲ୍ମ ସାମିଲ୍ ଅଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ମୁତାବକ ଗୁରୁବାର ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ୫୦ ପ୍ରତିଶତ କ୍ଷମତା ସହ ସବୁ ସିନେମାହଲ୍, ଥିଏଟର ଓ ମଲ୍ଟି ପ୍ଲେକ୍ସ ଖୋଲାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe