Advertisment

ବର୍ଲିନ୍‌ ଯିବ ‘କୋଡ୍‌ ବ୍ଲୁ’, ପଢ଼ନ୍ତୁ ରହସ୍ୟ

ମୁମ୍ବାଇ: ଟ୍ରିପଲ ତଲାକ୍‌ ପ୍ରସଙ୍ଗ ଉପରେ ଆଧାରିତ ଫିଲ୍ମ ‘କୋଡ୍‌ ବ୍ଲୁ’ ବର୍ଲିନ୍‌ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମର ନିର୍ମାତା ଏଲେନା ଖାନ କହିଛନ୍ତି, ଫିଲ୍ମ ‘କୋଡ୍‌ ବ୍ଲୁ’ରେ ଏପରି ୩ଟି ଶବ୍ଦକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ଯାହାଦ୍ୱାରା ମାତ୍ର ୩ ସେକେଣ୍ଡରେ ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ ଅସହାୟ ହୋଇଯାଉଛି। ରାହତ କାଜମି ଫିଲ୍ମ ସହଯୋଗରେ ଏହି ‘କୋଡ୍‌ ବ୍ଲୁ’ ଫିଲ୍ମ ନିର୍ମାଣ କରାଯାଇଛି। ଏହି ସିନେମାରେ ଆଲୋକନାଥ, ଋଷି ଭୁଟାନି, […]

author-image
Biswobandita Swain
ବର୍ଲିନ୍‌ ଯିବ ‘କୋଡ୍‌ ବ୍ଲୁ’, ପଢ଼ନ୍ତୁ ରହସ୍ୟ

Code-Blue-by-Aleena-khan-69

ମୁମ୍ବାଇ: ଟ୍ରିପଲ ତଲାକ୍‌ ପ୍ରସଙ୍ଗ ଉପରେ ଆଧାରିତ ଫିଲ୍ମ ‘କୋଡ୍‌ ବ୍ଲୁ’ ବର୍ଲିନ୍‌ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମର ନିର୍ମାତା ଏଲେନା ଖାନ କହିଛନ୍ତି, ଫିଲ୍ମ ‘କୋଡ୍‌ ବ୍ଲୁ’ରେ ଏପରି ୩ଟି ଶବ୍ଦକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ଯାହାଦ୍ୱାରା ମାତ୍ର ୩ ସେକେଣ୍ଡରେ ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ ଅସହାୟ ହୋଇଯାଉଛି। ରାହତ କାଜମି ଫିଲ୍ମ ସହଯୋଗରେ ଏହି ‘କୋଡ୍‌ ବ୍ଲୁ’ ଫିଲ୍ମ ନିର୍ମାଣ କରାଯାଇଛି। ଏହି ସିନେମାରେ ଆଲୋକନାଥ, ଋଷି ଭୁଟାନି, ସୁସ୍ମିତା ମୁଖାର୍ଜୀ ଓ ଏଲେନା ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Advertisment

ଏଲେନା କହିଛନ୍ତି, ଏହି ଫିଲ୍ମରେ ସେହି ମହିଳାଙ୍କ ଜୀବନ ଉପରେ ଆଧାରିତ ଯେଉଁମାନଙ୍କ ଜୀବନ ଟ୍ରିପଲ୍‌ ତଲାକ ପାଇଁ ବରବାଦ ହୋଇଯାଇଛି। ଏହି ଫିଲ୍ମ ତିଆରି କରିବା ସହଜ ନ ଥିଲା। ପ୍ରତ୍ୟେକ କ୍ଷେତ୍ରରେ ବିରୋଧକୁ ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ତାଙ୍କ ପରିବାର ସବୁବେଳେ ତାଙ୍କ ସହିତ ଠିଆ ହୋଇଥିଲେ। କେବଳ ପରିବର୍ତ୍ତନ ଉପରେ ନାରା ନଦେଇ ଏହା ଉପରେ କାମ କରିବା ଉଚିତ ବୋଲି ଏଲେନା କହିଛନ୍ତି।