Advertisment

କରନ୍‌ଙ୍କ ସିକ୍ରେଟ୍‌କୁ ସିକ୍ରେଟ୍‌ ରଖିଥିଲେ ଦୀପିକା

ମୁମ୍ବାଇ: ଆଜି ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ‘କଫି ଉଇଥ୍‌ କରନ୍‌’ର ପ୍ରଥମ ଏପିସୋଡ୍‌। ଶୋ’ର ରେକଡିଂ ପୂର୍ବରୁ ସରିଥିବା ବେଳେ ଆଜି ଏହା ଅନ୍‌ ଏୟାର୍‌ ହେବ। ଶୋ’ରେ ପ୍ରଥମ ଅତିଥି ଭାବେ ଯୋଗ ଦେବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ୍‌। ଶୋ’ରେ ଆଲିଆ ଓ ଦୀପିକାଙ୍କ କିଛି ସିକ୍ରେଟ୍‌ ରିଭିଲ୍‌ ହେବା ସହ ଶୋ’ର ହୋଷ୍ଟ୍‌ କରନ୍‌ ଜୋହରଙ୍କର ଗୋଟିଏ ସିକ୍ରେଟ୍‌ ରିଭିଲ୍‌ ହୋଇଛି। ଜାଣିଛନ୍ତି ସେ ସିକ୍ରେଟ୍‌ଟି […]

author-image
Mihir Pattnayak
ଅଦ୍ୟତନ ହୋଇଛି
କରନ୍‌ଙ୍କ ସିକ୍ରେଟ୍‌କୁ ସିକ୍ରେଟ୍‌ ରଖିଥିଲେ ଦୀପିକା

h8

ମୁମ୍ବାଇ: ଆଜି ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ‘କଫି ଉଇଥ୍‌ କରନ୍‌’ର ପ୍ରଥମ ଏପିସୋଡ୍‌। ଶୋ’ର ରେକଡିଂ ପୂର୍ବରୁ ସରିଥିବା ବେଳେ ଆଜି ଏହା ଅନ୍‌ ଏୟାର୍‌ ହେବ। ଶୋ’ରେ ପ୍ରଥମ ଅତିଥି ଭାବେ ଯୋଗ ଦେବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ୍‌। ଶୋ’ରେ ଆଲିଆ ଓ ଦୀପିକାଙ୍କ କିଛି ସିକ୍ରେଟ୍‌ ରିଭିଲ୍‌ ହେବା ସହ ଶୋ’ର ହୋଷ୍ଟ୍‌ କରନ୍‌ ଜୋହରଙ୍କର ଗୋଟିଏ ସିକ୍ରେଟ୍‌ ରିଭିଲ୍‌ ହୋଇଛି। ଜାଣିଛନ୍ତି ସେ ସିକ୍ରେଟ୍‌ଟି କ’ଣ।

Advertisment

ତେବେ ଆମେ ଆପଣଙ୍କୁ କହି ରଖୁଛୁ, କରନ୍‌ଙ୍କ ଜୀବନର ଏମିତି ଏକ କଥା ଅଛି ଯାହା କେବଳ ଦୀପିକା ହିଁ ଜାଣିଥିଲେ। ଆଜ୍ଞା ହଁ, କଥାଟି ସତ ଯେ, ଦୀପିକା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ୪୬ ବର୍ଷୀୟ କରନ୍‌ ଜୋହରଙ୍କ ସନ୍ତାନଙ୍କ(surrogate child) ବିଷୟରେ ଜାଣିଥିଲେ। ଗତବର୍ଷ କରନ୍‌ ନିଜ ଦୁଇ ସନ୍ତାନ ରୁହି ଓ ୟଶ୍‌ଙ୍କ ଆଗମନ ବିଷୟରେ ଘୋଷଣା କରିଥିଲେ।

କିନ୍ତୁ ଘୋଷଣାର କିଛି ମାସ ପୂର୍ବରୁ ସେ ପିଲାଙ୍କୁ ଘରକୁ ଆଣି ସାରିଥିଲେ। କଥାଟିକୁ ଅନ୍ୟ କେହି ଜାଣି ନ ଥିଲା ବେଳେ କେବଳ ଦୀପିକା ହିଁ ଏହି ବିଷୟରେ ଜାଣିଥିଲେ।

Advertisment

ଗତବର୍ଷ ଦୀପିକା କରନ୍‌ଙ୍କୁ ଫୋନ୍‌ କରିଥିବା ସମୟରେ କରନ୍‌ ତାଙ୍କ ସହ ନିଜ ଫିଲିଂ ଶେୟାର ନ କରି ରହିପାରିଲେ ନାହିଁ। ଦୀପିକା ଏହା ଜାଣିବା ପରେ କରନ୍‌ ତାଙ୍କୁ କିଛି ମାସ ପର୍ଯ୍ୟନ୍ତ ଏହି କଥାକୁ ସିକ୍ରେଟ୍‌ ରଖିବାକୁ କହିଥିଲେ।

ସୂଚନାଯୋଗ୍ୟ, କରନ୍‌ଙ୍କ ଏହି ଟ୍ୱିନ୍‌ଙ୍କ ଜନ୍ମ ଫେବୃଆରୀ ୭ରେ ସରୋଗେସୀ ପଦ୍ଧତିରେ ହୋଇଥିଲା। କିନ୍ତୁ ପିଲା ଦୁଇଜଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ନେବାରୁ ସେମାନଙ୍କୁ ଦୁଇ ମାସ ହସ୍‌ପିଟାଲରେ ରଖିବାକୁ ପଡ଼ିଥିଲା।