Advertisment

ବନ୍ଦ ହେବ ‘ଦାସ୍ତାନ-ଏ-ମୋହବତ୍‌’

ମୁମ୍ୱାଇ: କର୍ଲସ୍‌ର ଶୋ’ ‘ଦାସ୍ତାନ-ଏ-ମୋହବତ୍‌ ସଲିମ୍‌ ଅନାରକଲି’ ବହୁତ ଶୀଘ୍ର ଅଫ୍‌ ଏୟାର୍‌ ହେବାକୁ ଯାଉଛି। ଏହି ଶୋ’କୁ ଆରମ୍ଭ ହେବାର ମାତ୍ର ୩ ମାସ ହୋଇଛି। କିନ୍ତୁ ଟିଆର୍‌ପି ନ ମିଳିବାରୁ ପ୍ରୟୋଜକ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଶୋ’ର ଶେଷ ସୁଟିଂ ଶୁକ୍ରବାର ହେବାକୁ ଯାଉଛି। ଏହି ଶୋ’ର ପ୍ରଡ୍ୟୁସର୍‌ ଅନିରୁଦ୍ଧ ପାଠକଙ୍କ କହିବା ଅନୁସାରେ, “ମୁଁ କର୍ଲସ୍‌ର ନିଷ୍ପତ୍ତିକୁ ସମ୍ମାନ କରୁଛି। କିନ୍ତୁ ଅଚାନକ ଶୋ’ ବନ୍ଦ ହେବା ବହୁତ […]

ଅଦ୍ୟତନ ହୋଇଛି
ବନ୍ଦ ହେବ ‘ଦାସ୍ତାନ-ଏ-ମୋହବତ୍‌’

r5

Advertisment

ମୁମ୍ୱାଇ: କର୍ଲସ୍‌ର ଶୋ’ ‘ଦାସ୍ତାନ-ଏ-ମୋହବତ୍‌ ସଲିମ୍‌ ଅନାରକଲି’ ବହୁତ ଶୀଘ୍ର ଅଫ୍‌ ଏୟାର୍‌ ହେବାକୁ ଯାଉଛି। ଏହି ଶୋ’କୁ ଆରମ୍ଭ ହେବାର ମାତ୍ର ୩ ମାସ ହୋଇଛି। କିନ୍ତୁ ଟିଆର୍‌ପି ନ ମିଳିବାରୁ ପ୍ରୟୋଜକ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଶୋ’ର ଶେଷ ସୁଟିଂ ଶୁକ୍ରବାର ହେବାକୁ ଯାଉଛି।

Advertisment

ଏହି ଶୋ’ର ପ୍ରଡ୍ୟୁସର୍‌ ଅନିରୁଦ୍ଧ ପାଠକଙ୍କ କହିବା ଅନୁସାରେ, “ମୁଁ କର୍ଲସ୍‌ର ନିଷ୍ପତ୍ତିକୁ ସମ୍ମାନ କରୁଛି। କିନ୍ତୁ ଅଚାନକ ଶୋ’ ବନ୍ଦ ହେବା ବହୁତ ଦୁଃଖଦାୟକ। ଏହି କାହାଣୀକୁ ସେହି କାଷ୍ଟ୍‌ ଓ କ୍ରୁ ସହିତ ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ନେବା ପାଇଁ ଆମେ ଯୋଜନା କରୁଛୁ। ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ମଧ୍ୟ ଏହି ଶୋ’ର କାହାଣୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।”

ଏହି ଶୋ’ରେ ଶାହିର୍‌ ଶେଖ୍‌ ଓ ସୋନାରିକା ଭଦୌରିଆ ଲିଡ୍‌ ରୋଲ୍‌ରେ ରହିଥିଲେ। ଶାହିର୍‌ଙ୍କୁ ସଲିମ୍‌ ଓ ସୋନାରିକାଙ୍କୁ ଅନାରକଲି ରୂପରେ ଦର୍ଶକ ଦେଖିବାକୁ ପାଉଥିଲେ। ଏହି ଶୋ’ ବଦଳରେ ‘ଗଠବନ୍ଧନ’ ଅନ୍‌ ଏୟାର୍‌ ହେବ ବୋଲି ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe