ତାମିଲ ଫିଲ୍ମର ଅନ୍ୟତମ ଲୋକପ୍ରିୟ ହାସ୍ୟ ଅଭିନେତା ବୋଣ୍ଡା ମଣିଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୬୦ ବର୍ଷ ହୋଇଥିଲା।
ବୋଣ୍ଡା ମଣିଙ୍କର କିଡ୍ନୀରେ ସମସ୍ୟା ରହିଥିଲା। ଗତକାଲି ରାତିରେ ସେ ତାଙ୍କ ଚେନ୍ନାଇର ପୋଝିଚାଲୁର ସ୍ଥିତ ଘରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Also Read
ବୋଣ୍ଡା ମଣିଙ୍କୁ ତାମିଲ ଫିଲ୍ମର ଅନ୍ୟତମ ପ୍ରସିଦ୍ଧ ହାସ୍ୟ ଅଭିନେତା ବାଡିବେଲୁଙ୍କ ସହିତ ଅଧିକ ଦେଖିବାକୁ ମିଳିଥିଲା। କମେଡିରେ ସେମାନଙ୍କ ଯୋଡ଼ି ବେଶ୍ ଜମୁଥିଲା। ବୋଣ୍ଡା ମଣି ତାମିଲ ଫିଲ୍ମର ପ୍ରାୟ ସମସ୍ତ ପ୍ରମୁଖ ଅଭିନେତାଙ୍କ ସହିତ କାମ କରିଥିଲେ।
କିଡ୍ନୀ ଜନିତ ସମସ୍ୟାରେ ପୀଡ଼ିତ ହେବା ପରେ ବୋଣ୍ଡା ମଣିଙ୍କୁ ଆର୍ଥିକ ସ୍ତରରେ ସହାୟତାର ହାତ ବଢ଼ାଇଥିଲେ ଅଭିନେତା ଧନୁଷ ଓ ବିଜୟ ସେତୁପତି। ସେହିଭଳି ହାସ୍ୟ ଅଭିନେତା ବାଡ଼ିବେଲୁ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।
National
ଜେଲ ଗଲେ ଅଲ୍ଲୁ ଅର୍ଜୁନ
ଆଜି ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ହାଇଦ୍ରାବାଦ ସ୍ଥିତ ଘରୁ ଗିରଫ କରିଥିଲା ପୁଲିସ।