Advertisment

ହାସ୍ୟ ଅଭିନେତା ବୋଣ୍ଡା ମଣିଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।

Boda Mani

Boda Mani

Advertisment

ତାମିଲ ଫିଲ୍ମର ଅନ୍ୟତମ ଲୋକପ୍ରିୟ ହାସ୍ୟ ଅଭିନେତା ବୋଣ୍ଡା ମଣିଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୬୦ ବର୍ଷ ହୋଇଥିଲା।

Advertisment

ବୋଣ୍ଡା ମଣିଙ୍କର କିଡ୍‌ନୀରେ ସମସ୍ୟା ରହିଥିଲା। ଗତକାଲି ରାତିରେ ସେ ତାଙ୍କ ଚେନ୍ନାଇର ପୋଝିଚାଲୁର ସ୍ଥିତ ଘରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବୋଣ୍ଡା ମଣିଙ୍କୁ ତାମିଲ ଫିଲ୍ମର ଅନ୍ୟତମ ପ୍ରସିଦ୍ଧ ହାସ୍ୟ ଅଭିନେତା ବାଡିବେଲୁଙ୍କ ସହିତ ଅଧିକ ଦେଖିବାକୁ ମିଳିଥିଲା। କମେଡିରେ ସେମାନଙ୍କ ଯୋଡ଼ି ବେଶ୍ ଜମୁଥିଲା। ବୋଣ୍ଡା ମଣି ତାମିଲ ଫିଲ୍ମର ପ୍ରାୟ ସମସ୍ତ ପ୍ରମୁଖ ଅଭିନେତାଙ୍କ ସହିତ କାମ କରିଥିଲେ।

Advertisment

କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ହେବା ପରେ ବୋଣ୍ଡା ମଣିଙ୍କୁ ଆର୍ଥିକ ସ୍ତରରେ ସହାୟତାର ହାତ ବଢ଼ାଇଥିଲେ ଅଭିନେତା ଧନୁଷ ଓ ବିଜୟ ସେତୁପତି। ସେହିଭଳି ହାସ୍ୟ ଅଭିନେତା ବାଡ଼ିବେଲୁ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା କରିଥିଲେ।

Tamil Film Boda Mani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe