Advertisment

କପିଲ୍‌ଙ୍କ ପାଖରେ ଏବେ ଦୁଇ ଦୁଇଟି ଖୁସି

ମୁମ୍ବାଇ: କଥାରେ ଅଛି ଯେତେବେଳେ ଜୀବନରେ ଦୁଃଖ ଆସେ ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତଙ୍କୁ ସାଙ୍ଗରେ ଧରି ଆସେ। ଆଉ ଭଗବାନ୍‌ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି। ଆଉ ଏହି କଥାଟିର ଯଥାର୍ଥତା କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ବିବାଦ ଘେରରେ ଏବଂ ଶାରିରୀକ ତଥା ମାନସିକ କ୍ଷେତ୍ରରେ ଅସୁସ୍ଥ ରହିବା ପରେ ଏବେ ପୁଣି ଥରେ ସେ ନିଜ ସୁପରହିଟ୍‌ ଶୋ’ ଜରିଆରେ ଛୋଟ ପରଦାକୁ କମ୍‌ବ୍ୟାକ୍‌ […]

କପିଲ୍‌ଙ୍କ ପାଖରେ ଏବେ ଦୁଇ ଦୁଇଟି ଖୁସି

kapil

Advertisment

ମୁମ୍ବାଇ: କଥାରେ ଅଛି ଯେତେବେଳେ ଜୀବନରେ ଦୁଃଖ ଆସେ ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତଙ୍କୁ ସାଙ୍ଗରେ ଧରି ଆସେ। ଆଉ ଭଗବାନ୍‌ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି।

Advertisment

ଆଉ ଏହି କଥାଟିର ଯଥାର୍ଥତା କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ବିବାଦ ଘେରରେ ଏବଂ ଶାରିରୀକ ତଥା ମାନସିକ କ୍ଷେତ୍ରରେ ଅସୁସ୍ଥ ରହିବା ପରେ ଏବେ ପୁଣି ଥରେ ସେ ନିଜ ସୁପରହିଟ୍‌ ଶୋ’ ଜରିଆରେ ଛୋଟ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି। ମାନେ ବୁଝି ପାରୁଥିବେ। କପିଲ୍‌ ପୁଣି ଆସୁଛନ୍ତି, ଆପଣଙ୍କୁ ହସେଇ ହସେଇ ବେଦମ୍‌ କରିବେ ବୋଲି।

ଏହା ଛଡ଼ା କପିଲ୍‌ଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଆଉ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ଏହି ଖୁସି ଖବରଟି କ’ଣ ଜାଣିଛନ୍ତି। ଏହା ହେଉଛି ତାଙ୍କ ବାହାଘର।

Advertisment

ଆଜ୍ଞା ହଁ କପିଲ୍‌ଙ୍କ ଘରେ ବହୁତ୍‌ ଜଲ୍‌ଦି ଶଙ୍ଖ ମହୂରୀ ବାଜିବାକୁ ଯାଉଛି।

publive-image

ରିପୋର୍ଟ ମୁତାବଗକ କପିଲ୍‌ ନିଜ ଗର୍ଲଫ୍ରେଣ୍ଡ୍‌  ଗିନ୍ନୀ ଚତରଥ୍‌ଙ୍କୁ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ  ସେ ପ୍ରସ୍ତୁତି ବି କରି ସାରିଲେଣି। ବିବାହର ସବୁ ରୀତି ଅମୃତସର ପଞ୍ଜାବରେ ଅନୁଷ୍ଠିତ ହେବ । ଏହାପରେ କପିଲ୍‌ ଓ ଗିନ୍ନୀ ନିଜ ଖାସ୍‌ ବନ୍ଧୁମାନଙ୍କ ପାଇଁ ମୁମ୍ବାଇରେ ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ। ଖବର ମୁତାବକ ଦୁହିଁଙ୍କ ବିବାହ ପାରମ୍ପରିକ ରିତିନୀତିରେ ହେବ।

କପିଲ୍‌ ଓ ଗିନ୍ନୀ ଦୁହେଁ ପରସ୍ପରକୁ କଲେଜ୍‌ ଟାଇମ୍‌ରୁ ଜାଣିଛନ୍ତି।  କିଛିମାସ ପୂର୍ବରୁ କପିଲ୍‌ ନିଜ ସମ୍ପର୍କ ବିଷୟରେ ସୋଶାଲ୍‌ ମିଡିଆରେ ସମସ୍ତଙ୍କୁ ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe