Advertisment

ସଲ୍‌ମାନ୍‌ଙ୍କୁ ନାପସନ୍ଦ କରନ୍ତି ଏହି କଣ୍ଠଶିଳ୍ପୀ

ମୁମ୍ବାଇ: ସଲମାନ୍‌ଙ୍କୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। କିନ୍ତୁ ଏମିତି ଜଣେ ସେଲିବ୍ରିଟି ଅଛନ୍ତି ଯିଏକି ସଲମାନ୍‌ଙ୍କ ନାଁରେ ସବୁବେଳେ କିଛି ନା କିଛି ବିବାଦୀୟ କଥା କୁହନ୍ତି। ସେ ହେଉଛନ୍ତି ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ। ହିନ୍ଦୀ ବ୍ୟତୀତ ବଙ୍ଗଳାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି। କିନ୍ତୁ ସେ କେବଳ ନିଜ ଗୀତ ପାଇଁ ନୁହେଁ ବିବାଦୀୟ ବୟାନ ପାଇଁ ଅଧିକ ଚର୍ଚ୍ଚାରେ ଥାଆନ୍ତି। ଯେ କୌଣସି ଘଟଣାରେ ନିଜ ରାୟ ଦେବା […]

ଅଦ୍ୟତନ ହୋଇଛି
ସଲ୍‌ମାନ୍‌ଙ୍କୁ ନାପସନ୍ଦ କରନ୍ତି ଏହି କଣ୍ଠଶିଳ୍ପୀ

ggg

Advertisment

ମୁମ୍ବାଇ: ସଲମାନ୍‌ଙ୍କୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। କିନ୍ତୁ ଏମିତି ଜଣେ ସେଲିବ୍ରିଟି ଅଛନ୍ତି ଯିଏକି ସଲମାନ୍‌ଙ୍କ ନାଁରେ ସବୁବେଳେ କିଛି ନା କିଛି ବିବାଦୀୟ କଥା କୁହନ୍ତି। ସେ ହେଉଛନ୍ତି ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ। ହିନ୍ଦୀ ବ୍ୟତୀତ ବଙ୍ଗଳାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି। କିନ୍ତୁ ସେ କେବଳ ନିଜ ଗୀତ ପାଇଁ ନୁହେଁ ବିବାଦୀୟ ବୟାନ ପାଇଁ ଅଧିକ ଚର୍ଚ୍ଚାରେ ଥାଆନ୍ତି।

Advertisment

ଯେ କୌଣସି ଘଟଣାରେ ନିଜ ରାୟ ଦେବା ପାଇଁ ସେ ଆଦୌ ଡରନ୍ତି ନାହିଁ। ଆମେ କହୁଛୁ ବଲିଉଡ୍‌ର ଲୋକପ୍ରିୟ ଗାୟକ ଅଭିଜିତ୍‌ ଭଟ୍ଟାଚାର୍ଯ୍ୟଙ୍କ କଥା। ଭାରତ ପାକିସ୍ତାନ୍‌ ଘଟଣା ଉପରେ ସେ ନିଜ ରାୟ ଯେମିତି ରଖିଥାନ୍ତି ସେମିତି ବିନା କୌଣସି ଭୟରେ ବଲିଉଡ୍‌ ଦବଙ୍ଗ ଖାନ୍‌ଙ୍କ ଉପରେ ମଧ୍ୟ ନିଜ ବିଚାର ରଖିବାକୁ ସେ ଆଦୌ ପଛାଇ ନାହାନ୍ତି।

କିଛିଦିନ ପୂର୍ବରୁ ସେ ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ- “ଦବଙ୍ଗ ଖାନ୍‌ ନିଜର ସମସ୍ତ ଫିଲ୍ମରେ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥାନ୍ତି। ଏଣୁ ପ୍ରଥମେ ବଲିଉଡ୍‌ରୁ ପାକିସ୍ତାନୀମାନଙ୍କୁ ସଫା କରିବା କଥା।”

Advertisment

ଅଭିଜିତ୍‌ ଏ କଥା ମଧ୍ୟ କହିଥିଲେ ଯେ, “ସଲ୍‌ମାନ୍‌ ଜାଣି ରଖିବା ଦରକାର ଯେ, ଗୋଟିଏ ପକ୍ଷରେ ମୁଣ୍ଡ ଗଡ଼ୁଛି, କାହାର ପୁଅ କାନ୍ଦୁଛି, କିଏ କାହାକୁ ହରାଉଛି ଆଉ ଅନ୍ୟ ପକ୍ଷରେ ସଲ୍‌ମାନ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କୁ ଆମ ‍ଫିଲ୍ମରେ ସୁଯୋଗ ଦେଉଛନ୍ତି। କ’ଣ ଭାରତୀୟ ଗାୟକଙ୍କ କଣ୍ଠ ଏତେ ଖରାପ୍‌?”

ସେ ଆହୁରି କହିଥିଲେ ଯେ, ‘‘୫ ଫୁଟ୍‌ର ଯେତିକି ବି ଖାନ୍‌ ଷ୍ଟାର୍ସ  ଅଛନ୍ତି ମୁଁ କାହାର ବି ଫ୍ୟାନ୍‌ ନୁହେଁ।  ମୁଁ କେବେବି ସଲ୍‌ମାନ୍‌ଙ୍କ ଫ୍ୟାନ୍‌ କିମ୍ବା ସପୋର୍ଟର ହେବିନି।”

ସୂଚନାଯୋଗ୍ୟ, ୨୦୦୨ର ହିଟ୍ ଆଣ୍ଡ୍‌ ରନ୍‌ ଘଟଣାରେ ଅଭିଜିତ୍‌ ସଲ୍‌ମାନ୍‌ଙ୍କୁ ସପୋର୍ଟ କରି ବିବାଦୀୟ ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ, ‘‘କୁକୁର ପରି ରାସ୍ତାରେ ଶୋଇଲେ କୁକୁର ପରି ମରିବ। ରାସ୍ତା କେଉଁ ଗରିବ ବାପାର ନୁହେଁ। ଗୋଟିଏ ବର୍ଷ ମୋ ପାଖରେ ବି ଘର ନ ଥିଲା କିନ୍ତୁ ମୁଁ  ରୋଡ୍‌ ଉପରେ ଶୋଇ ନ ଥିଲି।  ଏଣୁ ସଲ୍‌ମାନଙ୍କର ଆଦୌ ଭୁଲ୍‌ ନାହିଁ।”

ସେତେବେଳେ  ତାଙ୍କର ଏହି ଟ୍ୱିଟ୍‌ରେ ଖୁବ୍‌ ହଙ୍ଗାମା ହୋଇଥିଲା। କିନ୍ତୁ ପରେ ସଲ୍‌ମାନଙ୍କୁ ସପୋର୍ଟ କରିବାକୁ ସେ ମନା କରି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe