Advertisment

'ଆଶ୍ରମ-୨'କୁ ନେଇ ତେଜିଲା ବିବାଦ, ପ୍ରକାଶଙ୍କ ଗିରଫ ଦାବି

ମୁମ୍ବାଇ: ଓଟିଟି ପ୍ଲାଟଫର୍ମର ଓ୍ୱେବ୍ ସିରିଜ୍ ‘ଆଶ୍ରମ୍’କୁ ନେଇ ବିବାଦ ଲାଗି ରହିଛି। ଦର୍ଶକଙ୍କ ମନରୁ ବଲିଉଡ୍ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଏହି ଓ୍ୱେବ୍ ସିରିଜର ପ୍ରଥମ ସିଜିନର ନିଶା ଉତୁରି ନ ଥିବା ବେଳେ ଏବେ ସିଜନ୍-୨ ରିଲିଜ୍ ହେବାକୁ ଯାଉଛି। ତେବେ ଶୁକ୍ରବାର ଆଶ୍ରମ ସିଜନ୍-୨ର ଟିଜର ମଧ୍ୟ ରିଲିଜ୍ ହୋଇଯାଇଛି। ଏହାସହ ପ୍ରକାଶ ଝା ପୁଣି ଥରେ ଏବେ ବିବାଦରେ ଫସିଛନ୍ତି। ସୋଶାଲ ମିଡିଆରେ ପ୍ରକାଶ ଝାଙ୍କୁ ଗିରଫ କରାଯିବା ଦାବି ମଧ୍ୟ […]

ଅଦ୍ୟତନ ହୋଇଛି
'ଆଶ୍ରମ-୨'କୁ ନେଇ ତେଜିଲା ବିବାଦ, ପ୍ରକାଶଙ୍କ ଗିରଫ ଦାବି

ashram

Advertisment

ମୁମ୍ବାଇ: ଓଟିଟି ପ୍ଲାଟଫର୍ମର ଓ୍ୱେବ୍ ସିରିଜ୍ 'ଆଶ୍ରମ୍'କୁ ନେଇ ବିବାଦ ଲାଗି ରହିଛି। ଦର୍ଶକଙ୍କ ମନରୁ ବଲିଉଡ୍ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଏହି ଓ୍ୱେବ୍ ସିରିଜର ପ୍ରଥମ ସିଜିନର ନିଶା ଉତୁରି ନ ଥିବା ବେଳେ ଏବେ ସିଜନ୍-୨ ରିଲିଜ୍ ହେବାକୁ ଯାଉଛି। ତେବେ ଶୁକ୍ରବାର ଆଶ୍ରମ ସିଜନ୍-୨ର ଟିଜର ମଧ୍ୟ ରିଲିଜ୍ ହୋଇଯାଇଛି। ଏହାସହ ପ୍ରକାଶ ଝା ପୁଣି ଥରେ ଏବେ ବିବାଦରେ ଫସିଛନ୍ତି। ସୋଶାଲ ମିଡିଆରେ ପ୍ରକାଶ ଝାଙ୍କୁ ଗିରଫ କରାଯିବା ଦାବି ମଧ୍ୟ ଜୋର୍ ଧରିଲାଣି।

Advertisment

ଆରେଷ୍ଟ ପ୍ରକାଶ ଝା ହ୍ୟାଶ୍ ଟ୍ୟାଗ୍ ସହ ଟ୍ୱିଟରରେ ଏବେ ଟ୍ରେଣ୍ଡ୍ କରୁଛି। ଏହାସହ ଆଶ୍ରମ ସିରିଜକୁ ବ୍ୟାନ୍ କରିବା ନେଇ ମଧ୍ୟ ଦାବି ଉଠିଛି। ଏହି ଓ୍ୱେବ୍ ସିରିଜ୍ ମାଧ୍ୟମରେ ହିନ୍ଦୁ ଧର୍ମକୁ ବଦନାମ୍ କରିବାକୁ ଚେଷ୍ଟା କରାଯାଉଥିବା ଲୋକେ ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ଅନଲାଇନ୍ ମାଧ୍ୟମରେ ଏଭଳି କଣ୍ଟେଣ୍ଟ ପ୍ରଚାର ପ୍ରସାର ହେବା ଦ୍ୱାରା ହିନ୍ଦୁ ଧର୍ମକୁ ନେଇ ଭୁଲ ଧାରଣା ଲୋକମାନଙ୍କ ମନରେ ସୃଷ୍ଟି ହେବା ସହ ଆସ୍ଥା ଉପରୁ ଭରଷା ଉଠିଯାଇପାରେ। ଏଣୁ ଏହାକୁ ରୋକିବାକୁ ଲୋକେ ସ୍ୱର ଶାଣିତ କରିଛନ୍ତି।

Advertisment

ସୂଚନା ଥାଉ କି, ଆଶ୍ରମ ସିଜନ୍-୧ ଆସିବା ପରେ ବବି ଦେଓଲଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା। ଆଗକୁ ସିଜନ୍-୨ ରିଲିଜ୍ ହେବାକୁ ଯାଉଛି। ଟିଜରରେ ବବି ଦେଓଲ କାଶୀପୁର ଅଞ୍ଚଳର ବାବା ନିରାଲା ଚରିତ୍ରରେ ନଜରକୁ ଆସିଛନ୍ତି। ସିଜନ୍-୧ ତୁଳନାରେ ସିଜନ୍-୨ ଧମାକା କରିବ ବୋଲି ଆଶା କରାଯାଉଛି। ତେବେ ନଭେମ୍ବର ୧୧ରେ ଏମଏକ୍ସ ପ୍ଲେୟରରେ ଆଶ୍ରମ୍ ଫ୍ରି-ଷ୍ଟ୍ରିମିଂ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe