Advertisment

କରୋନା ହ୍ରିତିକଙ୍କ ପରିବାରକୁ ଏକାଠି କଲା

ମୁମ୍ବାଇ: ଭାରତରେ ଲକ୍‌ ଡାଉନ ଘୋଷଣା ହେବା ପରେ ସମସ୍ତେ ଏବେ ଘରେ ରହିଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସିନେ ତାରକାଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ ଅଛନ୍ତି। ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଯେମିତି ନିଜ ପିଲାମାନେ ପିତାମାତାଙ୍କ ଅଭାବ ଅନୁଭବ ନ କରନ୍ତି ସେଥିପାଇଁ ସୁଜାନ ଖାନ ହ୍ରିତିକ ରୋଶନଙ୍କ ଘରେ ନିଜ ପିଲାମାନଙ୍କୁ ନେଇ ପହଞ୍ଚି ଯାଇଛନ୍ତି। ସୂଚନାଯୋଗ୍ୟ, ହ୍ରିତିକ […]

ଅଦ୍ୟତନ ହୋଇଛି
କରୋନା ହ୍ରିତିକଙ୍କ ପରିବାରକୁ ଏକାଠି କଲା

hrithik-roshan-family-10009

Advertisment

ମୁମ୍ବାଇ: ଭାରତରେ ଲକ୍‌ ଡାଉନ ଘୋଷଣା ହେବା ପରେ ସମସ୍ତେ ଏବେ ଘରେ ରହିଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସିନେ ତାରକାଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ ଅଛନ୍ତି। ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଯେମିତି ନିଜ ପିଲାମାନେ ପିତାମାତାଙ୍କ ଅଭାବ ଅନୁଭବ ନ କରନ୍ତି ସେଥିପାଇଁ ସୁଜାନ ଖାନ ହ୍ରିତିକ ରୋଶନଙ୍କ ଘରେ ନିଜ ପିଲାମାନଙ୍କୁ ନେଇ ପହଞ୍ଚି ଯାଇଛନ୍ତି।

ସୂଚନାଯୋଗ୍ୟ, ହ୍ରିତିକ ରୋଶନଙ୍କର ରୁହାନ ଓ ରୁଘାନ ନାମରେ ଦୁଇ ପୁତ୍ର ସନ୍ତାନ ଅଛନ୍ତି। ଏପରି ସମୟରେ ଯେପରି ଉଭୟ ପିତାମାତା ସେମାନଙ୍କର ଦେଖାଶୁଣା କରି ପାରିବେ ସେ ଉଦ୍ଦେଶ୍ୟରେ  ହ୍ରିତିକଙ୍କ  ପତ୍ନୀ ସୁଜାନ ତାଙ୍କ ଘରକୁ ଆସିଛନ୍ତି।

ହ୍ରିତିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି,  ପତ୍ନୀ ସୁଜାନ ଖାନଙ୍କର ଏକ ଫଟୋ ଶେଆର କରି ସେ ଲେଖିଛନ୍ତି, ସୁଜାନ ବହୁତ ଭଲ ବୁଝନ୍ତି ଏବଂ ମତେ ସହଯୋଗ କରନ୍ତି।

ଇଏ ଏପରି ଏକ ସମୟ ଏ ସମୟରେ ନିଜ ପିଲାମାନଙ୍କଠାରୁ ଅଲଗା ରହିବା ଜଣେ ବାପା ଭାବେ ମୋ ପାଇଁ ଅକଳ୍ପନୀୟ। ସମସ୍ତଙ୍କୁ ଏ ସମୟରେ ଏକାଠି ଦେଖି ବହୁତ ଖୁସି ଲାଗୁଛି।

Advertisment

https://www.instagram.com/p/B-JlJZvH0bC/?igshid=18l4y8ftm9xjk

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe