Advertisment

ଏ କଳା ଦିନ ସରିଯାଉ, ସେ ରଙ୍ଗୀନ ରାତି ଆସୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଜାଲରେ ଛନ୍ଦି ହୋଇପଡ଼ିଲା କଳାକାର। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ସେଥିରେ ଘାଣ୍ଟି ହେଉଛି। କଳାଠାରୁ ଦୂରେଇ ଯାଇ କିଏ ରାସ୍ତା କଡ଼ରେ ପାନ ବିକୁଛି ତ ଆଉ କିଏ ଘଣାରେ ତେଲ ପେଡୁଛି। ଆଉ କିଏ ମାଂସ କାଟି ପରିବାର ପୋଷୁଛି। ତଥାପି ସେମାନଙ୍କର ଆଶା ଅଛି, ଏ କଳା ଦିନ ସରିଯାଉ, ଆଉ ସେ ରଙ୍ଗୀନ ରାତି ଆସିବ। ଯେଉଁ ରାତିରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଏ କଳା ଦିନ ସରିଯାଉ, ସେ ରଙ୍ଗୀନ ରାତି ଆସୁ

Jatra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଜାଲରେ ଛନ୍ଦି ହୋଇପଡ଼ିଲା କଳାକାର। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ସେଥିରେ ଘାଣ୍ଟି ହେଉଛି। କଳାଠାରୁ ଦୂରେଇ ଯାଇ କିଏ ରାସ୍ତା କଡ଼ରେ ପାନ ବିକୁଛି ତ ଆଉ କିଏ ଘଣାରେ ତେଲ ପେଡୁଛି। ଆଉ କିଏ ମାଂସ କାଟି ପରିବାର ପୋଷୁଛି। ତଥାପି ସେମାନଙ୍କର ଆଶା ଅଛି, ଏ କଳା ଦିନ ସରିଯାଉ, ଆଉ ସେ ରଙ୍ଗୀନ ରାତି ଆସିବ। ଯେଉଁ ରାତିରେ ନିଜେ ଝୁମିବା ସହିତ ଦର୍ଶକଙ୍କୁ ଝୁମାଇବ।

Advertisment

ଚରିତ୍ର ଅଭିନେତାରୁ ଏଣ୍ଟ୍ରି ମାରି ପରେ ନାୟିକାଙ୍କ ସହ ରୋମାନ୍ସ କରୁକରୁ ନିଜ ଅଜାଣତରେ ବିଲକୁଲ୍ ବ୍ୟାଡମ୍ୟାନ୍‌ ବନି ଯାଇଥିଲେ ଯଲିଉଡ୍‌ ସୁପରଷ୍ଟାର୍ ଦାମ ପଣ୍ଡା। ପାଖାପାଖି ଚାଳିଶ ବର୍ଷ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜୁତି କରିଥିବା ଏହି ବର୍ଷିଆନ ଅଭିନେତା କ୍ୟାନ୍‌ସର ପରି ଦୋରା ରୋଗରେ ଛନ୍ଦି ହୋଇପଡ଼ିଥିଲେ। ପରେ ସୁସ୍ଥ ହୋଇ ମଞ୍ଚକୁ ଫେରିଥିଲେ। ଭାବିଥିଲେ ପୂର୍ବ ପରି ମଞ୍ଚରେ ନିଜ ଚରିତ୍ର ଭିତରେ ହଜିଯିବେ। ହେଲେ ତାହା ସମ୍ଭବ ହେଲାନାହିଁ।

ଖଳନାୟକ ଦାମ ପଣ୍ଡାଙ୍କ ଜୀବନଟା ହଠାତ ବଦଳି ଗଲା। ଯାତ୍ରା ଖଳନାୟକରୁ ବନିଗଲେ ରାସ୍ତା କଡ଼ର ଦୋକାନୀ। ଡାଇଲଗ୍‌ ଡେଲିଭରି ବଦଳରେ ପାନ ଭାଙ୍ଗି ଡେଲିଭରୀ କରୁଛନ୍ତି ସେ। ଆଉ ନିରୁଳା ସମୟରେ ପୁରୁଣା ସ୍ମୃତିକୁ ତାଜା କରୁଛନ୍ତି। ଜୀବନରେ ଏମିତି ଘଟିବ ବୋଲି ସେ କେବେ ଭାବିନଥିଲେ। ମହାମାରୀ କରୋନାର ମହାଦୁର୍ଦ୍ଦଶା ଭିତରେ ବଞ୍ଚିବାକୁ ସେ ଏମିତି ପନ୍ଥା ଆପଣାଇବା ବାଧ୍ୟ ହୋଇଛନ୍ତି।

Advertisment

ଆଉ ଇଏ ହେଉଛନ୍ତି ହ୍ୟାଣ୍ଡସମ୍‌ ହିରୋ ବାପି ପଣ୍ଡା। ମଞ୍ଚରେ ୟାଙ୍କ ସ୍ନେହବୋଳା ସଂଳାପ କିଏ ବା ଭୁଲି ପାରିବ। ଶତାଧିକ ନାଟକରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମନ ଜିଣିଥିବା ବାପି ଆଜି ଜୀବନ ବଞ୍ଚାଇବା ପାଇଁ କରୁଛନ୍ତି ସଂଘର୍ଷ। କରୋନା ଯୋଗୁ ଦୁଇ ବର୍ଷ ହେଲା ମଞ୍ଚ ବନ୍ଦ ରହିଥିବାରୁ ପେଟ ଚାଖଣ୍ଡକ ପାଇଁ ଋଣ କରି ଘରେ ବସାଇଛନ୍ତି ଘଣା ଶୋରିଷ ତେଲ ମେସିନ। ସେ କହିଛନ୍ତି, ଜୀବୀକା ସିନା ବଦଳିଛି ହେଲେ ଯାତ୍ରାକୁ ଭୁଲିନି। ସମୟ ସୁଧୁରିଲେ ପୁଣି ପେଣ୍ଡାଲକୁ ଫେରିବେ ବୋଲି ବାପି କହିଛନ୍ତି।

ଠିକ୍‌ ସେମିତି ଇଏ ହେଉଛନ୍ତି ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଅଞ୍ଚଳର ପ୍ରତାପ କୁମାର ନାୟକ। ଗୀତ ଗାଇ ନିଝୁମ୍‌ ରାତିକୁ ଉଷ୍ମ କରୁଥିଲେ। ଆଉ ତାଙ୍କ ଗୀତରେ ଜୀବନ୍ତ ହେଉଥିଲା ନାଟକ। ‘ସତ ସବାରିରେ ମିଛ କନିଆ’ ନାଟକରେ ...ବାନ୍ଧି ଦେଇ ଏକ ନିଚ୍ଛକ ବନ୍ଧନ....ଗୀତକୁ ଆଜି ସିନା ଗୁଣୁଗୁଣାଉଛନ୍ତି। ହେଲେ ହାତରେ ମାଇକ୍‌ ବଦଳରେ ଧରିଛନ୍ତି କଟୁରୀ। ପେଟ ପାଟଣା ପାଇଁ ତାଙ୍କୁ କରୋନା ସଜେଇ ଦେଇଛି କଂସେଇ। କୁକୁଡ଼ା ମାଂସ ବ୍ୟବସାୟ କରି ପରିବାର ପୋଷଣ କରୁଛନ୍ତି ଦୀର୍ଘ ୨୦ ବର୍ଷ ଧରି ମଞ୍ଚ ସହ ନୀବିଡ଼ ସଂପର୍କ ରଖିଥିବା କଣ୍ଠଶିଳ୍ପୀ ପ୍ରତାପ ନାୟକ।

Jollywood Corona In Odisha Lockdown In Odisha