Advertisment

ହାତ ଧୋଇବା ଭିଡିଓ ଶେଆର୍ କରି ଟ୍ରୋଲ ହେଲେ ନୁସରତ

ମୁମ୍ୱାଇ : ସୋଶାଲ ମିଡିଆରେ କରୋନା ଭାଇରସ୍‌ ସମ୍ପର୍କିତ ସଚେତନତା ବାର୍ତ୍ତା ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ସେଫ୍‌ ହ୍ୟାଣ୍ଡସ୍‌’ର ଚ୍ୟାଲେଞ୍ଜ ରଖାଯାଇଛି। ଏଥିପାଇଁ ଦୀପିକା ପାଦୁକୋନ୍‌, ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରି ଅନେକ ଭାରତୀୟ ଅଭିନେତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ହାତ ମିଳାଇ ଲଗାତାର ଭାବରେ ଫ୍ୟାନ୍ସଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଏହି ଅଭିଯାନରେ ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ନୁସରତ୍‌ ଜାହାନ୍‌ ମଧ୍ୟ ସାମିଲ ହୋଇଛନ୍ତି। କରୋନା […]

ହାତ ଧୋଇବା ଭିଡିଓ ଶେଆର୍ କରି ଟ୍ରୋଲ ହେଲେ ନୁସରତ

n111

Advertisment

ମୁମ୍ୱାଇ : ସୋଶାଲ ମିଡିଆରେ କରୋନା ଭାଇରସ୍‌ ସମ୍ପର୍କିତ ସଚେତନତା ବାର୍ତ୍ତା ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ସେଫ୍‌ ହ୍ୟାଣ୍ଡସ୍‌’ର ଚ୍ୟାଲେଞ୍ଜ ରଖାଯାଇଛି। ଏଥିପାଇଁ ଦୀପିକା ପାଦୁକୋନ୍‌, ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରି ଅନେକ ଭାରତୀୟ ଅଭିନେତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ହାତ ମିଳାଇ ଲଗାତାର ଭାବରେ ଫ୍ୟାନ୍ସଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଏହି ଅଭିଯାନରେ ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ନୁସରତ୍‌ ଜାହାନ୍‌ ମଧ୍ୟ ସାମିଲ ହୋଇଛନ୍ତି।

Advertisment

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ନୁସରତ୍‌ ସୋଶାଲ ମିଡିଆରେ ହାତ ଧୋଇବାର ଏକ ଭିଡିଓ ଶେଆର୍‌ କରିଛନ୍ତି। ତେବେ ଏହି ଭିଡିଓଟିକୁ ଶେଆର୍‌ କରି ସେ ଫ୍ୟାନ୍ସଙ୍କ ଟ୍ରୋଲିଙ୍ଗର ଶିକାର ହୋଇଛନ୍ତି।

ଇନଷ୍ଟାଗ୍ରାମ୍‌ରେ ଶେଆର୍‌ କରିଥିବା ଭିଡିଓରେ ନୁସରତ ହ୍ୟାଣ୍ଡ୍‌ ୱାଶ୍‌ରେ ହାତ ଧୋଉଥିବା ଦେଖିବାକୁ ମିଳିଛି। କିନ୍ତୁ ଭିଡିଓଟି ଶୁଟ୍‌ କରିବା ସମୟରେ ସେ ଏକ ଭୁଲ୍ କରି ବସିଛନ୍ତି। ହାତ ଧୋଇବା ସମୟରେ ନୁସରତ ନଳକୁ ଖୋଲା ଛାଡ଼ି ଦେଇଥିଲେ। ଯାହାକୁ ଦେଖିବା ପରେ ୟୁଜର୍ସ ସୋଶାଲ ମିଡିଆରେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

Advertisment

https://www.instagram.com/p/B94X4tFnFBt/?utm_source=ig_web_copy_link

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ସେଫ୍‌ ହ୍ୟାଣ୍ଡସ୍‌’ ଚ୍ୟାଲେଞ୍ଜରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ୍‌ ସୋଶାଲ ମିଡିଆରେ ଲୋକଙ୍କୁ ପାଣି ବଞ୍ଚାଇବା ପାଇଁ ପରାମର୍ଶ ଦେଉଥିବା ବେଳେ ନୁସରତଙ୍କର ପାଣି ନଷ୍ଟ କରିବା ଭିଡିଓ ଦେଖି ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି।

କିଛି ୟୁଜର୍‌ ନୁସରତଙ୍କୁ ଓଲଟାସିଧା କମେଣ୍ଟ ଦେବାରେ ମଧ୍ୟ ଲାଗିଛନ୍ତି। ସେପଟେ ମିଡିଆରେ ଟ୍ରୋଲ ହେବା ପରେ ନୁସରତ ଫ୍ୟାନ୍ସଙ୍କୁ ପାଣି ବଞ୍ଚାଇବାର ପରାମର୍ଶ ଦେବା ସହ ପାଣି ନଷ୍ଟ କରିଥିବାରୁ କ୍ଷମା ମାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe