Advertisment

କନିକାଙ୍କ ବିରୋଧରେ ୩ ଏତଲା

ମୁମ୍ବାଇ : ବଲିଉଡ୍ ସିଙ୍ଗର କନିକା କପୁର କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଏହାକୁ ଗୋପନ ରଖିବା ପରେ ବିବାଦୀୟ ହୋଇପଡିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ତାଙ୍କ ବିରୋଧରେ ଥାନାରେ ତିନୋଟି ମାମଲା ରୁଜୁ ହୋଇଛିା ଲକ୍ଷ୍ନୌ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ନରେନ୍ଦ୍ର କୁମାର ଅଗ୍ରଓ୍ୱାଲଙ୍କ ସୂଚନା ଅନୁଯାୟୀ, ଆଇପିସି ଧାରା ୧୮୮, ୨୬୯ ଓ ୨୭୦ ଅନୁଯାୟୀ କନିକାଙ୍କ ବିରୋଧରେ ମାମଲା ଦାୟର ହୋଇଛି। […]

ଅଦ୍ୟତନ ହୋଇଛି
କନିକାଙ୍କ ବିରୋଧରେ ୩ ଏତଲା

kanika

Advertisment

ମୁମ୍ବାଇ : ବଲିଉଡ୍ ସିଙ୍ଗର କନିକା କପୁର କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଏହାକୁ ଗୋପନ ରଖିବା ପରେ ବିବାଦୀୟ ହୋଇପଡିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ତାଙ୍କ ବିରୋଧରେ ଥାନାରେ ତିନୋଟି ମାମଲା ରୁଜୁ ହୋଇଛିା ଲକ୍ଷ୍ନୌ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ନରେନ୍ଦ୍ର କୁମାର ଅଗ୍ରଓ୍ୱାଲଙ୍କ ସୂଚନା ଅନୁଯାୟୀ, ଆଇପିସି ଧାରା ୧୮୮, ୨୬୯ ଓ ୨୭୦ ଅନୁଯାୟୀ କନିକାଙ୍କ ବିରୋଧରେ ମାମଲା ଦାୟର ହୋଇଛି।

Advertisment

ଲଣ୍ଡନରୁ ଫେରିବା ପରେ ଲକ୍ଷ୍ନୌ ପରିବାର ଲୋକଙ୍କ ସହିତ ମିଶିବା ସହ କନିକା ସାଙ୍ଗସାଥୀଙ୍କ ସହ ବିଭିନ୍ନ ପାର୍ଟିରେ ମଧ୍ୟ ସାମିଲ୍ ହୋଇଥିଲେ। ଏହାଜଣା ପଡ଼ିବା ପରେ ଚାରିଆଡୁ ତାଙ୍କୁ ତୀବ୍ର ବିରୋଧ କରାଯାଉଛି। ଏପରିକି କନିକାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲେ ବି ତାଙ୍କ ବିରୋଧରେ ଉଠିଥିବା ସ୍ୱର ଥମିବାର ନାଁ ଧରୁନି।

ଭାଇରସରେ ସଂକ୍ରମିତ ହୋଇଥିବା ଜାଣି ବି ଏହାକୁ ଲୁଚାଇ ଥିବାରୁ ବିହାର ମୁଜାଫାରନଗରେ ତାଙ୍କ ବିରୋଧରେ ଆଉ ଏକ ମାମଲା ମଧ୍ୟ ଦାୟର ହୋଇଛିା ଏହାର ଶୁଣାଣି ୩୧ ମାର୍ଚ୍ଚରେ ହେବ।
ରିପୋର୍ଟ ଅନୁସାରେ ଲକ୍ଷ୍ଣୋର ହଜରତଗଞ୍ଜ ଓ ଗୋମତୀ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ସମାନ ମାମଲା ରୁଜୁ ହୋଇଛିା

Advertisment

ସେପଟେ ଅଭିନେତ୍ରୀ ରବିନା ଟଣ୍ଡନ କନିକାଙ୍କୁ ନେଇ ଭିନ୍ନ ମତ ଦେଇଛନ୍ତିା ଏକ ସାକ୍ଷାତକାରରେ ରବିନା କହିଛନ୍ତି, ଲୋକଙ୍କୁ ସଚେତନ ରହିବାକୁ ପଡିବ। କନିକାଙ୍କୁ ଏହି ବିଷୟରେ ଜଣାଥିଲା କି ନାହିଁ, ସେ ଜ୍ୱର ବିଷୟରେ ମିଛ କହିଥିଲେ ନା ଏୟାରପୋର୍ଟ ଅଧିକାରୀ ତାଙ୍କର ଚେକଅପ୍ କରିନଥିଲେ, ଏହା କେବଳ ସେ ହିଁ କହିପାରିବେ ତାଙ୍କ ସହିତ କଣ ହୋଇଥିଲ।।

ସେହିପରି ସୋଶାଲ ମିଡିଆରେ କନିକା ଖୁବ୍ ଟ୍ରୋଲ ହେବା ପରେ ଅଭିନେତ୍ରୀ ସୋନମ୍ କପୁର ଶନିବାର ତାଙ୍କ ପକ୍ଷ ନେଇ ଟ୍ୱିଟ କରିଥିଲ । ଏବେ କନିକା ମେଡିକାଲ୍ ଆଇସୋଲେସନ୍
ଓ୍ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତିା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe