Advertisment

ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ

ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଅଦ୍ୟତନ ହୋଇଛି
Supreme Court & Siddique

Supreme Court & Siddique

Advertisment

ବିଶିଷ୍ଟ ମାଲୟାଲମ ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି। ଦୁଷ୍କର୍ମ ମାମଲାରେ ଆଗୁଆ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ସିଦ୍ଦିକିଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। 

Advertisment

ଜଷ୍ଟିସ୍ ବେଲା ତ୍ରିବେଦୀ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଏକ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରି ସିଦ୍ଦିକିଙ୍କୁ ଆଗୁଆ ଜାମିନ ଦେବା ସହ ତଦନ୍ତରେ ପୁଲିସକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ତଦନ୍ତ ଅଧିକାରୀଙ୍କୁ ପାସପୋର୍ଟ ମଧ୍ୟ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଅଗଷ୍ଟରେ ଜଷ୍ଟିସ କେ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ସିଦ୍ଦିକିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଅଭିନେତ୍ରୀ ଜଣକ ୨୦୧୬ର ପୁରୁଣା ମାମଲାକୁ ସର୍ବସମ୍ମୁଖକୁ ଆଣିଥିଲେ। ୨୦୧୬ରେ ସିଦ୍ଦିକି ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା।

Advertisment

ଏହି ଅଭିଯୋଗ ଆଣିଥିବା ଅଭିନେତ୍ରୀ ଜଣକ ୨୦୧୮ରେ ମଧ୍ୟ ଅନ୍ୟ ୧୩ ଜଣଙ୍କ ବିରୁଦ୍ଧରେ ଫେସବୁକରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଏସବୁ ମାମଲା ଉପରେ ପୁଲିସ ତଦନ୍ତ ଜାରି ରଖିଛି।

ପ୍ରକାଶ ଥାଉକି କେରଳର ମାଲୟାଲାମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ କାମ ଦେବା ବଦଳରେ ସେମାନଙ୍କୁ 'କମ୍ପ୍ରମାଇଜ୍' କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଥିଲେ। ଏହା ପରେ, ୨୦୧୯ରେ ସରକାର ପୁରୁଣା ମାମଲା ଏବଂ ମହିଳା ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା କରି ଜଷ୍ଟିସ୍ 'ହେମା କମିଟି' ଗଠନ କରିଥିଲେ। ଏହି କମିଟି ଇଣ୍ଡଷ୍ଟ୍ରିରେ କାମ କରୁଥିବା ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ହୋଇଥିଲା।

କମିଟି ଯାଞ୍ଚ କରିବା ପରେ ଅଗଷ୍ଟରେ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନାର ଖୁଲାସା ହୋଇଥିଲା। ଏପରିକି କମିଟି ରିପୋର୍ଟ ପ୍ରକାଶ କରିବା ପରେ ଅନେକ ଅଭିନେତ୍ରୀ ମଧ୍ୟ ଅଭିନେତା, ନିର୍ଦ୍ଦେଶକ ଏବଂ ସହକଳାକାରଙ୍କ ବିରୁଦ୍ଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏମାନଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତା ସିଦ୍ଦିକିଙ୍କ ନାଁ ଥିଲା। 

Siddique Rape Case Malayalam MeToo MeToo Cases
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe