Advertisment

ସଲମାନଙ୍କ ୨ ଭାଇ ଓ ପୁତୁରାଙ୍କ ନାଁରେ ମାମଲା

ମୁମ୍ବାଇ: ଫିସିଲେ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଦୁଇ ଭାଇ ଓ ପୁତୁରା । ଅରବାଜ ଖାନ ଓ ସୋହେଲ ଖାନ ଏବଂ ପୁତୁରା ନାଁରେ ରୁଜୁ ହେଲା ଥାନାରେ ମାମଲା। କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଅରବାଜ, ସୋହେଲ ଓ ତାଙ୍କ ପୁଅଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଭାଇ ଡିସେମ୍ବର ୨୫ରେ ଦୁବାଇରୁ ଫେରି କ୍ୱାରେଣ୍ଟାଇନ୍‌ରେ ନରହି ଘରକୁ ଫେରିଥିଲେ। ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହଯାଇଥିଲେ […]

ସଲମାନଙ୍କ ୨ ଭାଇ ଓ ପୁତୁରାଙ୍କ ନାଁରେ ମାମଲା

salman

Advertisment

ମୁମ୍ବାଇ: ଫିସିଲେ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଦୁଇ ଭାଇ ଓ ପୁତୁରା । ଅରବାଜ ଖାନ ଓ ସୋହେଲ ଖାନ ଏବଂ ପୁତୁରା ନାଁରେ ରୁଜୁ ହେଲା ଥାନାରେ ମାମଲା। କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଅରବାଜ, ସୋହେଲ ଓ ତାଙ୍କ ପୁଅଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି।

Advertisment

ମିଳିଥିବା ସୂଚନା ଅନୁସାରେ ଦୁଇ ଭାଇ ଡିସେମ୍ବର ୨୫ରେ ଦୁବାଇରୁ ଫେରି କ୍ୱାରେଣ୍ଟାଇନ୍‌ରେ ନରହି ଘରକୁ ଫେରିଥିଲେ। ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହଯାଇଥିଲେ ବି ସେମାନେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିବାରୁ ବିଏମସି ସେମାନଙ୍କ ଉପରେ ଗତ ବିଳମ୍ବିତ ରାତିରେ ଏଭଳି ଆକ୍ସନ ନେଇଛି।

ବିଏମସି ଏବଂ ମୁମ୍ବାଇର ପୁଲିସ ଅଧିକାରୀ ତିନି ଜଣଙ୍କୁ ଏବେ କ୍ୱାରେଣ୍ଟାଇନକୁ ପଠାଇ ଦେଇଛନ୍ତି । ବାନ୍ଦ୍ରାର ୱେଷ୍ଟରେ ଥିବା ତାଜ ଲ୍ୟାଣ୍ଡସ ହୋଟେଲରେ କ୍ୱାରେଣ୍ଟାଇନ କରାଯାଇଛି । କ୍ୱାରେଣ୍ଟାଇନ ଅବଧି ପୂରଣ କରିବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସେମାନଙ୍କ RT PCR ଟେଷ୍ଟ ହେବ। ଏହି କ୍ୱାରେଣ୍ଟାଇନ ଅବଧିରେ ରହିବା, ଖାଇବା ଏବଂ ଟେଷ୍ଟର ସବୁ ଖର୍ଚ୍ଚ ସେମାନେଙ୍କୁ ହିଁ ଦେବାକୁ ପଡିବ ବୋଲି ବିଏମସି କହିଛି ।  ଏଥିସହ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବିଏମସି ସୂଚନା ଦେଇଛି।

Advertisment

ସୂଚନା ଯୋଗ୍ୟ ଯେ,ଖାର ଥାନରେ ଏକ ମାମଲା ଖାନ ବ୍ରଦର୍ସଙ୍କ ବିରୋଧରେ ରୁଜୁ ହୋଇଛି। ଜଣେ ବିଏମସି ମେଡିକାଲ ଅଧିକାରୀଙ୍କ ଅଭିଯୋଗ କ୍ରମେ ୩ ଜଣ ବିଦେଶରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିବା କଥା । କିନ୍ତୁ ସେମାନେ ଏହାକୁ ବେଖାତିର କରି ଘରକୁ ପଳାଇଯାଇଥିଲେ। ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତଦନ୍ତ ଚାଲିଛି ବୋଲି ଡିସିପି ଚୈତନ୍ୟ କହିଛନ୍ତି। ସେପଟେ ଏନେଇ ଭାଇ ସଲମାନ ଖାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଏବେର କରୋନା ନିୟମ ଅନୁସାରେ ବ୍ରିଟେନ, ଦୁବାଇ  ତଥା ୟୁରୋପରୁ ଫେରୁଥିବା ଲୋକେ ୭ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ । ବ୍ରିଟେନରେ ନୂଆ କରୋନା ରୂପ ମିଳିବା ପରେ ରାଜ୍ୟ ସରକାର ଏଭଳି ନିୟମ ଆପଣାଇଛନ୍ତି। କିନ୍ତୁ ଷ୍ଟାର ବ୍ରଦର୍ସ ଏହାକୁ ବେଖାତିର କରିଥିବାରୁ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି ।

Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe