/odisha-reporter/media/post_attachments/uploads/2019/10/preity.jpg)
preity
ନୂଆଦିଲ୍ଲୀ: ଗତ କିଛିଦିନ ତଳେ ନୂଆ ଟ୍ରାଫିକ୍ ଲାଗୁ କରାଯାଇଛି। ଆଉ ଏହି ନିୟମକୁ କେବଳ ମଣିଷ ନୁହେଁ ପଶୁମାନେ ବି ମାନୁଛନ୍ତି। କଥାଟା ଟିକେ ଅଡୁଆ ଲାଗୁଛି କି? ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୋଶାଲ୍ ମିଡିଆରେ।
ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ୍ ସିଗ୍ନାଲ୍ ଦେଖି ମଣିଷ ସହିତ ଏକ ଗାଈ ବି ଅଟକି ଯାଇଛି। ଏମିତି ଏକ ଭିଡିଓ ନିଜ ଟ୍ୱିଟର୍ରେ ଶେଆର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା।
ମାତ୍ର ୯ ସେକେଣ୍ଡରେ ଏହି ଭିଡିଓ ଶେଆର୍ କରି ପ୍ରୀତି ଲେଖିଛନ୍ତି, “ଟ୍ରାଫିକ୍ ନିୟମ କେମିତି ପାଳନ କରାଯାଏ ଏହାକୁ ଦେଖି ଶିଖନ୍ତୁ।” ସେ ଆହୁରି ଲେଖିଛନ୍ତି, “ଲୋକମାନଙ୍କ କଥା ଛାଡ଼ନ୍ତୁ, ଆମ ପଶୁମାନେ ବି ଟ୍ରାଫିକ୍ ନିୟମ ମାନୁଛନ୍ତି। ମୋତେ ବିଶ୍ୱାସ ନକରି ଭିଡିଓ ଦେଖନ୍ତୁ।”
ଟ୍ୱିଟର୍ରେ ଏହି ଭିଡିଓ ଅପ୍ଲୋଡ୍ ହେବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓ କୁ ୫୦ ହଜାର ଲୋକ ଦେଖିସାରିଲେଣି ଓ ୬ ହଜାର ଲୋକ ଲାଇକ୍ କଲେଣି। ଏଥିସହିତ ନେଟିଜେନ୍ସମାନେ(ଇଣ୍ଟର୍ନେଟ୍ ବ୍ୟବହାରକାରୀ) ମଧ୍ୟ ଏହାକୁ ପ୍ରବଳମାତ୍ରାରେ ଶେଆର୍ କରୁଛନ୍ତି।
https://twitter.com/realpreityzinta/status/1180749551046520832
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
