ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିଜରୁ ହଜି ଯାଇଛି କ୍ରିଏଟିଭିଟି। କେବଳ ଚାଲିଛି ଡବିଂ ଓ କପି-ପେଷ୍ଟର ଫିଲ୍ମ। ଆଜି ଏହା କହିଛନ୍ତି ଘାୟଲ୍ ଷ୍ଟାର ସନ୍ନି ଦିୱଲ। ସେ କହିଛନ୍ତି ଯେ, କେବଳ କିଛି ନାୟକ ଏହି ଇଣ୍ଡଷ୍ଟ୍ରିଜକୁ ମାଡି ବସିଛନ୍ତି। କେବଳ ତାଙ୍କର ଫିଲ୍ମ ହିଁ ବଜାରରେ ଚାଲୁଛି। ଏହାକୁ ପ୍ରମୋଟ କରିବାକୁ କିଛି ଭି କରିବାକୁ ଏହି ନାୟକମାନେ ପ୍ରସ୍ତୁତ ରହୁଛନ୍ତି। ନିଜର ଫିଲ୍ମ ଷ୍ଟୁଡିଓ କରି ଫିଲ୍ମକୁ ଜୋର ଜବରଦସ୍ତ ଚଳାଉଛନ୍ତି । ‘ଘାୟଲ୍ ୱାନ୍ସ ଏଗେନ୍’ର ଟେଲର ଲଞ୍ଚ ଅବସରରେ ଏହା କହିଛନ୍ତି ସନ୍ନି। ୯୦ଦଶକରେ ସନ୍ନି ଦେୱାଲଙ୍କ ସୁପରହିଟ ଫିଲ୍ମ ‘ଘାୟଲ୍’ର ଏହା ହେଉଛି ସିକ୍ୟୁଏଲ।
ପ୍ରଥମରୁ ଏହି ଚଳଚିତ୍ରର ନାଁ ରଖା ଯାଇଥିଲା ‘ଘାୟଲ୍ ରିଟର୍ଣ୍ଣ’। କିନ୍ତୁ ପରବର୍ତ୍ତି ସମୟରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ‘ଘାୟଲ୍ ୱାନ୍ସ ଏଗେନ୍’ ରଖା ଯାଇଥିଲା। ଆସନ୍ତା ଜାନୁୟାରୀ ମାସ ୧୫ ତାରିଖ ଏହି ଚଳଚିତ୍ର ରିଲିଜ ହେବ। ଏଥିରେ ସନ୍ନି ଦେୱଲ ଲିଡ ରୋଲରେ ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶନା ଓ ପ୍ରଯୋଜନା ଦାୟିତ୍ୱ ମଧ୍ୟ ସେ ନେଇଛନ୍ତି। ତାଙ୍କ ବିପକ୍ଷରେ ପରଦାକୁ ଆସୁଛନ୍ତି ସୋଆ ଅଲ୍ଲୀ ଖାନ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।