Advertisment

ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କ୍ରିକେଟର୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟା

ବଲିଉଡ୍‌ର ରାପର୍‌ ବାଦ୍‌ଶାହାଙ୍କ ଲୋକପ୍ରିୟ ଗୀତ ‘ଡିଜେ ବାଲେ ବାବୁ’ର ଥିବା ଅଭିନେତ୍ରୀ ନତାଶା ଷ୍ଟାନୋଭିକ୍‌ଙ୍କ ସହ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟା ବିବାହ କରିବାକୁ ଯାଉଛନ୍ତି। ଏମାନଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଲାଣି। ଏ ଦୁଇଜଣ ପରସ୍ପରକୁ ଅନେକ ଦିନ ହେଲାଣି ଡେଟ୍‌ କରୁଥିଲେ। ଏହି ଦୁଇଜଣଙ୍କୁ ପୂର୍ବରୁ ବହୁତ ଥର ଏକାଛି ଦେଖିବାକୁ ମିଳିଥିଲା। ହେଲେ ଏମାନେ କେବେ ବି ନିଜ ସମ୍ପର୍କ ବିଷୟରେ ଖୁଲାସା କରିନିଥିଲେ। କେବଳ ପରସ୍ପରର ବନ୍ଧୁ ବୋଲି କହିଥିଲେ। ହେଲେ […]

author-image
Chinmayee Roy
ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କ୍ରିକେଟର୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟା

panfya

ବଲିଉଡ୍‌ର ରାପର୍‌ ବାଦ୍‌ଶାହାଙ୍କ ଲୋକପ୍ରିୟ ଗୀତ ‘ଡିଜେ ବାଲେ ବାବୁ’ର ଥିବା ଅଭିନେତ୍ରୀ ନତାଶା ଷ୍ଟାନୋଭିକ୍‌ଙ୍କ ସହ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟା ବିବାହ କରିବାକୁ ଯାଉଛନ୍ତି। ଏମାନଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଲାଣି। ଏ ଦୁଇଜଣ ପରସ୍ପରକୁ ଅନେକ ଦିନ ହେଲାଣି ଡେଟ୍‌ କରୁଥିଲେ। ଏହି ଦୁଇଜଣଙ୍କୁ ପୂର୍ବରୁ ବହୁତ ଥର ଏକାଛି ଦେଖିବାକୁ ମିଳିଥିଲା। ହେଲେ ଏମାନେ କେବେ ବି ନିଜ ସମ୍ପର୍କ ବିଷୟରେ ଖୁଲାସା କରିନିଥିଲେ। କେବଳ ପରସ୍ପରର ବନ୍ଧୁ ବୋଲି କହିଥିଲେ। ହେଲେ ଏବେ ଦୁହେଁ ବାହା ହେବାକୁ ଯାଉଛନ୍ତି ଯେଉଁଥିପାଇଁ ନିର୍ବନ୍ଧ ମଧ୍ୟ ସରିଲାଣି। ଏ ସମ୍ପର୍କିତ ସୂଚନା ଦୁହେଁ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଓ ଭିଡିଓ ଶେୟାର୍‌ କରି ଦେଇଛନ୍ତି।

Advertisment

https://www.instagram.com/p/B6xwZuKAvFg/?utm_source=ig_web_copy_link

ବଲିଉଡ୍‌ରେ କାମ କରିବାର ସ୍ୱପ୍ନ ନେଇ ସର୍ବିଆରୁ ଭରତକୁ ଆସିଥିବା ନତାଶା ମଡେଲିଂ ଜରିଆରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୧୩ରେ ଆସିଥିବା ପ୍ରକାଶ ଝାଙ୍କର ଫିଲ୍ମ ସତ୍ୟାଗ୍ରହରେ ସେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏଥିରେ ସେ ଆଇଟମ୍‌ ନମ୍ବର କରିଥିଲେ। ଏହାପରେ ସେ ଫିଲ୍ମ ‘ଫୁକ୍‌ରେ ରିଟର୍ଣ୍ସ’ ଓ ‘ଜିରୋ’ରେ ନଜର ଆସିଥିଲେ। ଏହା ବ୍ୟତୀତ ନତାଶା ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ବସ୍‌ ୮’ରେ ମଧ୍ୟ ନଜର ଆସିଥିଲେ।

https://www.instagram.com/p/B3d4VxygNIV/?utm_source=ig_web_copy_link

ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ପୂର୍ବରୁ ନତାଶା ସିରିଏଲ୍‌ ‘ୟେ ହେ ମହବତୈଁ’ର ଅଭିନେତା ଅଲ୍ଲୀ ଗୋନୀଙ୍କୁ ଡେଟ୍‌ କରୁଥିଲେ। ବ୍ରେକ୍‌ଅପ୍‌ ପରେ ଉଭୟ ବଲିଏ ୯’ରେ ଭାଗ ନେଇଥିଲେ। ଅଲ୍ଲୀଙ୍କ ପୂର୍ବରୁ ନତାଶାଙ୍କ ନାଁ ଫିଲ୍ମ ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ସହ ମଧ୍ୟ ଯୋଡ଼ାହୋଇଥିଲା।  ନତାଶା ତାଙ୍କ ଫିଲ୍ମ ‘ଡ୍ୟାଡି’ରେ ଆଇଟମ୍‌ ସଙ୍ଗ କରିଥିଲେ।

Advertisment

https://www.instagram.com/p/B6xrw7WlubB/?utm_source=ig_web_copy_link

ସେହିପରି ହାର୍ଦ୍ଦିକ୍‌ଙ୍କର ମଧ୍ୟ ଅନେକ ଅଭିନେତ୍ରୀଙ୍କ ସହ ନାଁ ଯୋଡ଼ା ସରିଛି। ନତାଶାଙ୍କ ପୂର୍ବରୁ ଅଭିନେତ୍ରୀ ଏଲି ଅବ୍ରାମ୍, ଉର୍ବଶୀ ରୌତେଲା ଓ ମଡେଲ୍‌ ଲିଶା ଶର୍ମାଙ୍କ ସହ ତାଙ୍କର ଅଫେୟାର୍‌ ଥିଲା। ଏମାନଙ୍କ ବ୍ୟତୀତ ପରିଣିତି ଚୋପ୍ରା, ଶିବାନୀ ଦାଣ୍ଡେକର୍‌, ଈଶା ଗୁପ୍ତାଙ୍କ ସହ ମଧ୍ୟ ତାଙ୍କ ନାଁ ଯୋଡ଼ା ସରିଛି।