Advertisment

ରାହୁଲଙ୍କୁ ନେଇ ଏମିତି କଥା କହିଲେ ଦୀପିକା

ମୁମ୍ୱାଇ: ନିର୍ମାଣ ହେଉଛି ବଲିଉଡ୍ ଫିଲ୍ମ ‘୮୩’। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ କପିଲ୍ ଦେବ୍ ଓ ୧୯୮୩ ମସିହାରେ ଭାରତର ବିଶ୍ୱକପ୍ ବିଜୟର କାହାଣୀକୁ ନେଇ ଏହି ଫିଲ୍ମ ତିଆରି ହେଉଛି। ଏହି ଫିଲ୍ମରେ କପିଲ୍‌ଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର ସିଂହ। ସେହିଭଳି କପିଲ୍‌ଙ୍କ ପତ୍ନୀ ରୋମି ଭାଟିଆଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ରଣବୀରଙ୍କ ରିଅଲ୍ ଲାଇଫ୍ ପାର୍ଟନର୍‌ ଦୀପିକା ପାଦୁକୋନ୍‌। କ୍ରିକେଟ୍‌ କାହାଣୀ ଉପରେ ଫିଲ୍ମ କରୁଥିବା ଉଭୟ ରଣବୀର ଓ […]

ରାହୁଲଙ୍କୁ ନେଇ ଏମିତି କଥା କହିଲେ ଦୀପିକା

deepikapadukon

Advertisment

ମୁମ୍ୱାଇ:ନିର୍ମାଣ ହେଉଛି ବଲିଉଡ୍ ଫିଲ୍ମ ‘୮୩’। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ କପିଲ୍ ଦେବ୍ ଓ ୧୯୮୩ ମସିହାରେ ଭାରତର ବିଶ୍ୱକପ୍ ବିଜୟର କାହାଣୀକୁ ନେଇ ଏହି ଫିଲ୍ମ ତିଆରି ହେଉଛି। ଏହି ଫିଲ୍ମରେ କପିଲ୍‌ଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର ସିଂହ। ସେହିଭଳି କପିଲ୍‌ଙ୍କ ପତ୍ନୀ ରୋମି ଭାଟିଆଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ରଣବୀରଙ୍କ ରିଅଲ୍ ଲାଇଫ୍ ପାର୍ଟନର୍‌ ଦୀପିକା ପାଦୁକୋନ୍‌। କ୍ରିକେଟ୍‌ କାହାଣୀ ଉପରେ ଫିଲ୍ମ କରୁଥିବା ଉଭୟ ରଣବୀର ଓ ଦୀପିକା ରିଅଲ୍‌ ଲାଇଫ୍‌ରେ ମଧ୍ୟ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି। ଫିଲ୍ମ ‘ଛପକ୍‌’ର ପ୍ରୋମୋସନ୍ ବେଳେ ଏ କଥା କହିଛନ୍ତି ଦୀପିକା।

Advertisment

ଫିଲ୍ମ ‘୮୩’ ଆସନ୍ତା ବର୍ଷ ଏପ୍ରିଲ୍‌ ମାସରେ ରିଲିଜ୍ ହେବାକୁ ଥିବା ବେଳେ ‘ଛପକ୍‌’ ଜାନୁଆରୀ ମାସରେ ପରଦାକୁ ଆସିବ। ତେଣୁ ଦୀପିକା ଏବେ ଏହାର ପ୍ରୋମୋସନ୍‌ରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହାର ପ୍ରୋମୋସନ୍ ପାଇଁ ସେ ଏକ ଶୋ’କୁ ଯାଇଥିଲା। ସେଠାରେ ଦୀପିକା କହିଥିଲେ ଯେ ରଣବୀର ଓ ସେ ଏକାଠି ଅନେକ କ୍ରିକେଟ୍ ମ୍ୟାଚ୍ ଦେଖିଛନ୍ତି। ତେବେ ରଣବୀର ଫୁଟ୍‌ବଲ୍‌ର ବି ଜଣେ ବଡ଼ ପ୍ରଶଂସକ। ଏହି ଶୋ’ରେ ସେ ତାଙ୍କ ମନପସନ୍ଦର କ୍ରିକେଟ୍‌ରଙ୍କ ବିଷୟରେ ବି କହିଥିଲେ।

ଦୀପିକା କହିଥିଲେ ଯେ ରାହୁଲ ଦ୍ରାବିଡ଼ ହେଉଛନ୍ତି ତାଙ୍କର ପ୍ରିୟ କ୍ରିକେଟର୍‌। ତେବେ ସେ କେବଳ ଭଲ ଖେଳୁଥିଲେ ବୋଲି ତାଙ୍କର ପ୍ରିୟ କ୍ରିକେଟର୍‌ ହୋଇ ନାହାନ୍ତି। ରାହୁଲ ଦ୍ରାବିଡ଼ ଜଣେ ଭଲ ମଣିଷ। ସେ ସମସ୍ତଙ୍କ ସହିତ ମିଶନ୍ତି। ତାଙ୍କ ବ୍ୟକ୍ତିତ୍ୱ ତାଙ୍କୁ ଆକର୍ଷିତ କରିଛି। ତେଣୁ ଯେଉଁ କେତେ ଜଣଙ୍କୁ ସେ ନିଜର ଆଦର୍ଶ ବୋଲି ମନେ କରନ୍ତି, ସେମାନଙ୍କ ମଧ୍ୟରେ ରାହୁଲ ଦ୍ରାବିଡ଼ ବି ଅଛନ୍ତି। ତା’ଛଡ଼ା ରାହୁଲ ବି ବେଙ୍ଗାଲୁରୁର।

Advertisment

publive-imageସୂଚନାଯୋଗ୍ୟ, ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ଫିଲ୍ମ ‘ଛପକ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲ୍‌ଜାର। ଫିଲ୍ମଟି ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା  ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନକୁ ନେଇ ଆଧାରିତ। ଲକ୍ଷ୍ମୀଙ୍କ ଉପରେ ହୋଇଥିବା ଏସିଡ୍‌ ଆକ୍ରମଣର ଭୟାବହତା ଓ ଏହା ପରବର୍ତ୍ତୀ ତାଙ୍କର ସଂଘଷପୂର୍ଣ୍ଣ ଜୀବନକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଫିଲ୍ମରେ କୋର୍ଟ ରୁମ୍ ଡ୍ରାମା ସହ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ମୁଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି। ଫିଲ୍ମରେ ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ଦୀପିକା ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe