Advertisment

ତିନି ଦିନରେ ୮୦ କୋଟି ପାର୍‌ କଲା 'ଦବଙ୍ଗ ୩'

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ‘ଦବଙ୍ଗ ୩’। ଗତ ୨୦ ତାରିଖରେ ଫିଲ୍ମି ଫ୍ରାଇଡେରେ ଏହି ଫିଲ୍ମଟି ରିଲିଜ୍‌ ହୋଇଛି। ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ନିୟମକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ କୁହାଯାଉଥିଲା ଯେ ଏହାର ପ୍ରଭାବ ଏହି ଫିଲ୍ମ ଉପରେ ପଡ଼ିବ। କିନ୍ତୁ ସଲ୍‌ମାନ୍‌ ଖାନ୍‌ଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଦମ୍‌ଦାର୍‌ ଓପନିଂ କରିଥିଲା।  ଏବେ ଏହି ଫିଲ୍ମଟି ତୃତୀୟ ଦିନରେ ୩୧ କୋଟି ଟଙ୍କାରୁ ଅଧିକ ବିଜିନେସ୍ କରିଛିା […]

ରିଲିଜ୍‌ ପୂର୍ବରୁ ୧୫୫ କୋଟି ଆୟ କଲା ‘ଦବଙ୍ଗ ୩’

dabang3copy

Advertisment

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ‘ଦବଙ୍ଗ ୩’। ଗତ ୨୦ ତାରିଖରେ ଫିଲ୍ମି ଫ୍ରାଇଡେରେ ଏହି ଫିଲ୍ମଟି ରିଲିଜ୍‌ ହୋଇଛି। ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ନିୟମକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ କୁହାଯାଉଥିଲା ଯେ ଏହାର ପ୍ରଭାବ ଏହି ଫିଲ୍ମ ଉପରେ ପଡ଼ିବ। କିନ୍ତୁ ସଲ୍‌ମାନ୍‌ ଖାନ୍‌ଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଦମ୍‌ଦାର୍‌ ଓପନିଂ କରିଥିଲା।  ଏବେ ଏହି ଫିଲ୍ମଟି ତୃତୀୟ ଦିନରେ ୩୧ କୋଟି ଟଙ୍କାରୁ ଅଧିକ ବିଜିନେସ୍ କରିଛିା

Advertisment

https://twitter.com/taran_adarsh/status/1209026275337048064

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶକଙ୍କ ଟ୍ୱିଟ୍ ମୁତାବିକ, ଫିଲ୍ମ ପ୍ରଥମ ଦିନରେ ୨୪.୫୦ କୋଟି, ଦ୍ୱିତୀୟ ଦିନରେ ୨୪.୭୫ କୋଟି ଟଙ୍କା ଓ ତୃତୀୟ ଦିନରେ ଏହା ୩୧.୯୦ କୋଟି ଟଙ୍କା ଆୟ କରିଛି। ଅର୍ଥାତ ଫିଲ୍ମଟି ମାତ୍ର ୩ ଦିନରେ ୮୧.୧୫ କୋଟି ଟଙ୍କା କଲେକ୍ସନ କରିସାରିଲାଣି। ତେବ ସୋମବାର ଏହା ୧୦୦ କୋଟି ପାର୍‌ କରିବ ବୋଲି ଆଶା କରାଯାଉଛି। ଏବା ବ୍ୟତୀତ ରିଲିଜ୍ ପୂର୍ବରୁ ଦବଙ୍ଗ-୩ ୧୫୫ କୋଟି ଟଙ୍କା ଆୟ କରିସାରିଥିଲା। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଥିଲା।

https://twitter.com/taran_adarsh/status/1207673233627140098

‘ଦବଙ୍ଗ ୩’ରେ ସଲ୍‌ମାନ୍‌ ଓରଫ୍‌ ଚୁଲ୍‌ବୁଲ୍‌ ପାଣ୍ଡେ ପୁଣିଥରେ ନିଜର ଜଲୱା ଦେଖାଇଛନ୍ତି। ଫିଲ୍ମରେ ତାଙ୍କ ଦବଙ୍ଗଗିରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏଥିରେ ତାଙ୍କ ସହ ସୋନାକ୍ଷୀ ସିହ୍ନା, ଅରବାଜ୍‌ ଖାନ୍, ସାଇ ମାଞ୍ଜ୍ରେକର ଓ କିଚ୍ଚା ସୁଦୀପ୍‌ ମଧ୍ୟ ଅଛନ୍ତି। ଫିଲ୍ମଟିକୁ ଅରବାଜ୍‌ ଖାନ୍‌ ପ୍ରଯୋଜନା କରିଥିବାବେଲେ ପ୍ରଭୁଦେବା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ପାଖାପାଖି ୧୦୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe