Advertisment

ବକ୍ସ ଅଫିସ୍‌ରେ ଦମ୍‌ଦାର୍‌ ଓପନିଂ କଲା ‘ଦବଙ୍ଗ ୩’

ମୁମ୍ବାଇ: ଗତକାଲି ଫିଲ୍ମି ଫ୍ରାଇଡେରେ ରିଲିଜ୍‌ ହୋଇଛି ଚଳିତ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ ୩’। ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ନିୟମକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ କୁହାଯାଉଥିଲା ଯେ ଏହାର ପ୍ରଭାବ ଏହି ଫିଲ୍ମ ଉପରେ ପଡ଼ିବ। କିନ୍ତୁ ସଲ୍‌ମାନ୍‌ ଖାନ୍‌ଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଦମ୍‌ଦାର୍‌ ଓପନିଂ କରିଛି।  ବକ୍ସ ଅଫିସ୍‌ ଇଣ୍ଡିଆ ଡଟ କମ୍‌ ୱେବ୍‌ସାଇଟ୍‌ ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୨୨ ରୁ ୨୪ କୋଟି ଟଙ୍କା […]

author-image
Chinmayee Roy
ବକ୍ସ ଅଫିସ୍‌ରେ ଦମ୍‌ଦାର୍‌ ଓପନିଂ କଲା ‘ଦବଙ୍ଗ ୩’

dabang

ମୁମ୍ବାଇ: ଗତକାଲି ଫିଲ୍ମି ଫ୍ରାଇଡେରେ ରିଲିଜ୍‌ ହୋଇଛି ଚଳିତ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ ୩’। ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ନିୟମକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ କୁହାଯାଉଥିଲା ଯେ ଏହାର ପ୍ରଭାବ ଏହି ଫିଲ୍ମ ଉପରେ ପଡ଼ିବ। କିନ୍ତୁ ସଲ୍‌ମାନ୍‌ ଖାନ୍‌ଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଦମ୍‌ଦାର୍‌ ଓପନିଂ କରିଛି।  ବକ୍ସ ଅଫିସ୍‌ ଇଣ୍ଡିଆ ଡଟ କମ୍‌ ୱେବ୍‌ସାଇଟ୍‌ ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୨୨ ରୁ ୨୪ କୋଟି ଟଙ୍କା ଆୟ କରିଛି।

Advertisment

https://twitter.com/taran_adarsh/status/1207673233627140098

’ଦବଙ୍ଗ ୩’ରେ ସଲ୍‌ମାନ୍‌ ଓରଫ୍‌ ଚୁଲ୍‌ବୁଲ୍‌ ପାଣ୍ଡେ ପୁଣିଥରେ ନିଜର ଜଲୱା ଦେଖାଇଛନ୍ତି। ଫିଲ୍ମରେ ତାଙ୍କ ଦବଙ୍ଗଗିରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏଥିରେ ତାଙ୍କ ସହ ସୋନାକ୍ଷୀ ସିହ୍ନା, ଅରବାଜ୍‌ ଖାନ୍, ସାଇ ମାଞ୍ଜ୍ରେକର ଓ କିଚ୍ଚା ସୁଦୀପ୍‌ ମଧ୍ୟ ଅଛନ୍ତି। ଦର୍ଶକଙ୍କୁ ବିଶେଷ କରି ଫିଲ୍ମର କ୍ଲାଇମାକ୍ସରେ ସାଉଥ୍‌ ସୁପରଷ୍ଟାର୍‌ ସୁଦୀପ ଓ ସଲମାନ୍‌ଙ୍କ ଜବରଦସ୍ତ ଆକ୍ସନରେ ଭରା ଫାଇଟ୍‌ ବେଶ୍‌ ପସନ୍ଦ ଆସୁଛି। ଏହା ବ୍ୟତୀତ ଫିଲ୍ମରେ ସଲ୍‌ମାନ୍‌ ଓ ସାଇଙ୍କ କେମେଷ୍ଟ୍ରିକୁ ମଧ୍ୟ ଦର୍ଶକ ପସନ୍ଦ କରୁଛନ୍ତି। ସବୁଆଡ଼ୁ ଦେଖିବାକୁ ଗଲେ ଫିଲ୍ମଟିକୁ ଭଲ ରେସପନ୍ସ ମିଳିଛି ଓ ଏହାର ରେଟିଂ ମଧ୍ୟ ଭଲ ରହିଛି। ଫିଲ୍ମଟିକୁ ଅରବାଜ୍‌ ଖାନ୍‌ ପ୍ରଯୋଜନା କରିଥିବାବେଲେ ପ୍ରଭୁଦେବା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ପାଖାପାଖି ୧୦୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଛି।

publive-imageସୂଚନାଯୋଗ୍ୟ, ରିଲିଜ୍ ପୂର୍ବରୁ ଫିଲ୍ମଟି ୧୫୫ କୋଟି ଟଙ୍କା ଆୟ କରିସାରିଥିଲା। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଥିଲା।

Advertisment