Advertisment

ମନ ଜିତୁଛି 'ଦବଙ୍ଗ ୩'ର ରୋମାଣ୍ଟିକ୍‌ ଟ୍ରାକ୍

ମୁମ୍ବାଇ: ଆଉମାତ୍ର ଦିନ କେଇଟା ପରେ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇବାକୁ ଆସୁଛି ସଲ୍‌ମାନ୍‌ଙ୍କ ‘ଦବଙ୍ଗ ୩‘। ଫିଲ୍ମ ରିଲିଜ୍‌ ପୂର୍ବରୁ ସଲ୍‌ମାନ୍‌ ଏହାର ଗୋଟିଏ ପରେ ଗୋଟିଏ ଜବରଦସ୍ତ ଗୀତ ଶେଆର କରି ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେଉଛନ୍ତି। ଏବେ ପୁଣି ଫିଲ୍ମର ଆଉ ଏକ ରୋମାଣ୍ଟିକ୍‌ ଟ୍ରାକ୍‌ ‘ନୈନା ଲଢ଼େ’ ରିଲିଜ୍‌ ହୋଇଯାଇଛି। ଗୀତଟି ଏବେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଗୀତଟିରେ ସଲ୍‌ମାନ୍‌ ଓ ସାଇ ମଞ୍ଜରେକରଙ୍କୁ ଦେଖିବାକୁ ମିଳିଛି। ଦୁଇଜଣଙ୍କର ଏହି […]

ମନ ଜିତୁଛି 'ଦବଙ୍ଗ ୩'ର ରୋମାଣ୍ଟିକ୍‌ ଟ୍ରାକ୍

dabang

Advertisment

ମୁମ୍ବାଇ: ଆଉମାତ୍ର ଦିନ କେଇଟା ପରେ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇବାକୁ ଆସୁଛି ସଲ୍‌ମାନ୍‌ଙ୍କ ‘ଦବଙ୍ଗ ୩‘। ଫିଲ୍ମ ରିଲିଜ୍‌ ପୂର୍ବରୁ ସଲ୍‌ମାନ୍‌ ଏହାର ଗୋଟିଏ ପରେ ଗୋଟିଏ ଜବରଦସ୍ତ ଗୀତ ଶେଆର କରି ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେଉଛନ୍ତି। ଏବେ ପୁଣି ଫିଲ୍ମର ଆଉ ଏକ ରୋମାଣ୍ଟିକ୍‌ ଟ୍ରାକ୍‌ ‘ନୈନା ଲଢ଼େ’ ରିଲିଜ୍‌ ହୋଇଯାଇଛି। ଗୀତଟି ଏବେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି।

Advertisment

ଗୀତଟିରେ ସଲ୍‌ମାନ୍‌ ଓ ସାଇ ମଞ୍ଜରେକରଙ୍କୁ ଦେଖିବାକୁ ମିଳିଛି। ଦୁଇଜଣଙ୍କର ଏହି ଇନୋସେଣ୍ଟ ରୋମାନ୍ସ ବେଶ୍ କ୍ୟୁଟ୍‌ ଲାଗୁଛି। ଦର୍ଶକଙ୍କୁ ଏହା ବେଶ୍ ପସନ୍ଦ ଆସୁଛି। ଗୀତଟି ଦେଖିବାପରେ ଦର୍ଶକ ଫିଲ୍ମକୁ ନେଇ ଆହୁରି ଅଧିକ ଉତ୍ସାହିତ ହୋଇଗଲେଣି। ସଲ୍‌ମାନ୍‌ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଏହି ଷ୍ଟୋରୀ ଶେୟାର କରିଛନ୍ତି। ଗୀତର ଲିରିକ୍ସ ମଧ୍ୟ ବେଶ୍‌ ହୃଦୟ ସ୍ପର୍ଶୀ ହୋଇଛି। ଆଉ ଏହାକୁ ନିଜ ସୁମଧୁର କଣ୍ଠର ଯାଦୁରେ ଭରିଦେଇଛନ୍ତି ପ୍ଲେବ୍ୟାକ୍‌ ସିଙ୍ଗର୍‌ ଜାଭେଦ ଅଲ୍ଲି।

publive-imageଫିଲ୍ମରେ ସଲ୍‌ମାନ୍‌ ଚୁଲ୍‌ବୁଲ୍‌ ପାଣ୍ଡେ ଓ ସାଇ ଖୁସି ଭୂମିକାରେ ଅଭିନୟ କରିଛନ୍ତି। ଏହି ଗୀତରେ ଆପଣଙ୍କୁ ଚୁଲ୍‌ବୁଲ୍‌ ଓ ଖୁସିର ଅତିତର ପ୍ରେମ କାହାଣୀ ବିଷୟରେ କିଛି କିଛି ଜାଣିବାକୁ ମିଳିବ। ଜଣାଇଦେବାକୁ ଚାହୁଁ ଯେ ସାଇ ହେଉଛନ୍ତି ଫିଲ୍ମ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ। ସେ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି।

Advertisment

ଏହି ଫିଲ୍ମଟି ସଲ୍‌ମାନ୍‌ଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦବଙ୍ଗ’ର ତୃତୀୟ ପାର୍ଟ। ଏହା ପୂର୍ବରୁ ଦବଙ୍ଗର ଦୁଇଟି ଯାକ ପାର୍ଟ ସୁପର୍‌ହିଟ୍‌ ହୋଇଥିଲା। ‘ଦବଙ୍ଗ’ ସିରିଜ୍‌ର ଅନ୍ୟ ଦୁଇଟି ଫିଲ୍ମ ପରି ଏଥିରେ ମଧ୍ୟ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଫିଲ୍ମରେ ଅରବାଜ୍‌ ଖାନ୍‌ ଓ ସାଉଥ୍‌ ଷ୍ଟାର କିଚ୍ଚା ସୁଦୀପ ଏଥିରେ ନଜର ଆସିବେ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍‌ ସୁପର୍‌ଷ୍ଟାର୍ ପ୍ରଭୁ ଦେବା। ଆସନ୍ତା ୨୦ରେ ଏହା ପରଦାକୁ ଆସିବ।

https://www.instagram.com/tv/B39e-yTFmLk/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe