Advertisment

ରିଲିଜ୍‌ ପୂର୍ବରୁ ୧୫୫ କୋଟି ଆୟ କଲା ‘ଦବଙ୍ଗ ୩’

ମୁମ୍ବାଇ: ରିଲିଜ୍ ପୂର୍ବରୁ ରେକର୍ଡ କରିଛି ‘ଦବଙ୍ଗ ୩’। ଫିଲ୍ମଟି ପରଦା ଉପରକୁ ଆସିବା ଆଗରୁ ୧୫୫ କୋଟି ଟଙ୍କା ଆୟ କରିସାରିଲାଣି। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଛି। ସୂଚନା ଅନୁଯାୟୀ, ଏହି ଫିଲ୍ମ ନିଜ ଡିଜିଟାଲ୍‌ ରାଇଟ୍ସକୁ ଆମାଜନ୍‌ ପ୍ରାଇମ୍‌କୁ ୬୦ କୋଟି ଟଙ୍କାରେ ବିକ୍ରି କରିଛି। ସେହିପରି ସ୍ୟାଟେଲାଇଟ୍‌ ରାଇଟ୍ସକୁ ୮୦ କୋଟି ଟଙ୍କାରେ […]

ରିଲିଜ୍‌ ପୂର୍ବରୁ ୧୫୫ କୋଟି ଆୟ କଲା ‘ଦବଙ୍ଗ ୩’

dabang3copy

Advertisment

ମୁମ୍ବାଇ: ରିଲିଜ୍ ପୂର୍ବରୁ ରେକର୍ଡ କରିଛି ‘ଦବଙ୍ଗ ୩’। ଫିଲ୍ମଟି ପରଦା ଉପରକୁ ଆସିବା ଆଗରୁ ୧୫୫ କୋଟି ଟଙ୍କା ଆୟ କରିସାରିଲାଣି। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଛି।

Advertisment

ସୂଚନା ଅନୁଯାୟୀ, ଏହି ଫିଲ୍ମ ନିଜ ଡିଜିଟାଲ୍‌ ରାଇଟ୍ସକୁ ଆମାଜନ୍‌ ପ୍ରାଇମ୍‌କୁ ୬୦ କୋଟି ଟଙ୍କାରେ ବିକ୍ରି କରିଛି। ସେହିପରି ସ୍ୟାଟେଲାଇଟ୍‌ ରାଇଟ୍ସକୁ ୮୦ କୋଟି ଟଙ୍କାରେ ଜି’ ନେଟ୍‌ୱାର୍କକୁ ବିକ୍ରି କରିଛି। ଏହା ବ୍ୟତୀତ ଟି’ ସିରିଜ୍‌ ୧୫ କୋଟି ଟଙ୍କା ଦେଇ ଫିଲ୍ମର ମ୍ୟୁଜିକ୍‌ ରାଇଟ୍ସ କିଣିଛି।

dabangg-3ସୂଚନାଯୋଗ୍ୟ, ଏହି ଫିଲ୍ମଟି ସଲ୍‌ମାନ୍‌ଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦବଙ୍ଗ’ର ତୃତୀୟ ପାର୍ଟ। ଏହା ପୂର୍ବରୁ ‘ଦବଙ୍ଗ’ର ଦୁଇଟି ଯାକ ପାର୍ଟ ସୁପର୍‌ହିଟ୍‌ ହୋଇଥିଲା। ‘ଦବଙ୍ଗ’ ସିରିଜ୍‌ର ଅନ୍ୟ ଦୁଇଟି ଫିଲ୍ମ ପରି ଏଥିରେ ମଧ୍ୟ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଫିଲ୍ମରେ ଅରବାଜ୍‌ ଖାନ୍‌ ଓ ସାଉଥ୍‌ ଷ୍ଟାର କିଚ୍ଚା ସୁଦୀପ ଏଥିରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ସାଇ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍‌ ସୁପର୍‌ଷ୍ଟାର୍ ପ୍ରଭୁ ଦେବା।

Advertisment

https://www.instagram.com/p/B5fwLGflfiU/?utm_source=ig_web_copy_link

ନିକଟରେ ପ୍ରଭୁ ଦେବା କହିଥିଲେ ଯେ ଏହି ଫିଲ୍ମଟି ହେଉଛି ଏକ ଟିପିକାଲ୍‌ ସଲ୍‌ମାନ୍‌ ଖାନ୍‌ ଫିଲ୍ମ। ଯେମିତି ଦର୍ଶକ ସଲ୍‌ମାନ୍‌ଙ୍କୁ ଦେଖିବାକୁ ଚାହୁଁଛନ୍ତି ଫିଲ୍ମରେ ତାଙ୍କ କ୍ୟାରେକ୍ଟରକୁ ସେମିତି ହିଁ ଦର୍ଶାଯାଇଛି। ସେ ଦାବି କରିଛନ୍ତି ଯେ ଏହା ‘ଦବଙ୍ଗ’ ସିରିଜ୍‌ର ପୂର୍ବ ଦୁଇଟି ଫିଲ୍ମ ଅପେକ୍ଷା ୧୦ ଗୁଣା ଅଧିକ ହିଟ୍‌ ହେବ। ଫିଲ୍ମଟି ଡିସେମ୍ବର ୨୦ରେ ପରଦାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe