Advertisment

ଦାଦା ସାହେବ ଫାଲ୍‌କେ ପୁରସ୍କାର ଗ୍ରହଣ କରିବାକୁ ଯାଇପାରିବେନି ଅମିତାଭ

ମୁମ୍ୱାଇ: ଆଜି ନୂଆଦିଲ୍ଲୀରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଉପସ୍ଥିତ ରହି ସମ୍ମାନଜନକ ‘ଦାଦା ସାହେବ ଫାଲ୍‌କେ’ ପୁରସ୍କାର ଗ୍ରହଣ କରିବାର ଥିଲା। ତେବେ ଅସୁସ୍ଥତା ହେତୁ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରିବେ ନାହିଁ। ଏନେଇ ଗତକାଲି ଟ୍ୱିଟ୍‌ କରି ସେ ଜଣାଇଥିଲେ। ବିଗ୍ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଦାଦା ସାହେବ ଫାଲ୍‌କେ ପୁରସ୍କାର ଗ୍ରହଣ କରିବାକୁ ଯାଇପାରିବେନି ଅମିତାଭ

bigb

ମୁମ୍ୱାଇ: ଆଜି ନୂଆଦିଲ୍ଲୀରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଉପସ୍ଥିତ ରହି ସମ୍ମାନଜନକ ‘ଦାଦା ସାହେବ ଫାଲ୍‌କେ’ ପୁରସ୍କାର ଗ୍ରହଣ କରିବାର ଥିଲା। ତେବେ ଅସୁସ୍ଥତା ହେତୁ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରିବେ ନାହିଁ। ଏନେଇ ଗତକାଲି ଟ୍ୱିଟ୍‌ କରି ସେ ଜଣାଇଥିଲେ।

Advertisment

ବିଗ୍ ବି ଲେଖିଥିଲେ, “ଜ୍ୱରରେ ପୀଡ଼ିତ ଅଛି.. ଯାତ୍ରା କରିବାକୁ ଅନୁମତି ନାହିଁ.. ଆସନ୍ତାକାଲି ଦିଲ୍ଲୀରେ ଜାତୀୟ ପୁରସ୍କାର ଉତ୍ସବରେ ଯୋଗ ଦେଇ ପାରିବି ନାହିଁ.. ଅତ୍ୟନ୍ତ ଦୁର୍ଭାଗ୍ୟଜନକ.. ମୁଁ ଦୁଃଖିତ..”

https://twitter.com/SrBachchan/status/1208727507727339520

୧୯୬୯ ମସିହାରୁ ଭାରତ ସରକାରଙ୍କ ପକ୍ଷରୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ଦିଆଯାଉଛି। ଆଉ ସଂଯୋଗର ବିଷୟ ଏହା ଯେ ସେହି ବର୍ଷ ହିଁ ଅମିତାଭ ବଚ୍ଚନଙ୍କ ପ୍ରଥମ ଫିଲ୍ମ ‘ସାତ୍ ହିନ୍ଦୁସ୍ତାନୀ’ ରିଲିଜ୍ ହୋଇଥିଲା। ଅମିତାଭ ବଚ୍ଚନ ଚଳିତ ବର୍ଷ ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିଥିବା ବେଳେ ୨୦୧୮ ବର୍ଷ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଉଛି।

Advertisment

ପାରମ୍ପାରିକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରନ୍ତି। କିନ୍ତୁ ଏଥର ଉପ-ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। ମିଳିଥିବା ସୂଚନା ଅନୁଯାୟୀ, ଏଥରର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେ ଏକ ପାର୍ଟିର ଆୟୋଜନ କରିବେ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଅସୁସ୍ଥତା ଯୋଗୁ ବିଗ୍‌ ବି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।