Advertisment

କମେଡି ଫିଲ୍ମରେ ଏକାଠି ନଜର ଆସିବେ ୟମି- ଦିଲ୍‌ଜିତ

ମୁମ୍ବାଇ: ‘ଉଡ୍‌ତା ପଞ୍ଜାବ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା କଣ୍ଠଶିଳ୍ପୀ ଦିଲ୍‌ଜିତ ଦୋସାଞ୍ଝଙ୍କର ଚଳିତ ବର୍ଷ ଦୁଇଟି ସିନେମା ରିଲିଜ୍‌ ହେବାକୁ ଯାଉଛି। ଏବେ ସେ ଏକ କମେଡି ଫିଲ୍ମରେ ୟାମୀ ଗୌତମଙ୍କ ସହିତ ପ୍ରଥମ ଥର ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଅଜିଜ ମିର୍ଜାଙ୍କ ପୁଅ ହାରୁନ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି। ଫିଲ୍ମର ନାଁ ଏପର୍ଯ୍ୟନ୍ତ ଠିକ୍‌ ନହୋଇଥିବା ବେଳେ ରମେଶ ତୌରାନୀ ଏହାର ପ୍ରଯୋଜନା କରିବେ ବୋଲି […]

ଅଦ୍ୟତନ ହୋଇଛି
କମେଡି ଫିଲ୍ମରେ ଏକାଠି ନଜର ଆସିବେ ୟମି- ଦିଲ୍‌ଜିତ

Diljit-Dosanjh-and-Yami-Gau

Advertisment

ମୁମ୍ବାଇ: ‘ଉଡ୍‌ତା ପଞ୍ଜାବ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା କଣ୍ଠଶିଳ୍ପୀ ଦିଲ୍‌ଜିତ ଦୋସାଞ୍ଝଙ୍କର ଚଳିତ ବର୍ଷ ଦୁଇଟି ସିନେମା ରିଲିଜ୍‌ ହେବାକୁ ଯାଉଛି। ଏବେ ସେ ଏକ କମେଡି ଫିଲ୍ମରେ ୟାମୀ ଗୌତମଙ୍କ ସହିତ ପ୍ରଥମ ଥର ନଜର ଆସିବାକୁ ଯାଉଛନ୍ତି।

Advertisment

publive-imageଏହି ଫିଲ୍ମ ମାଧ୍ୟମରେ ଅଜିଜ ମିର୍ଜାଙ୍କ ପୁଅ ହାରୁନ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି। ଫିଲ୍ମର ନାଁ ଏପର୍ଯ୍ୟନ୍ତ ଠିକ୍‌ ନହୋଇଥିବା ବେଳେ ରମେଶ ତୌରାନୀ ଏହାର ପ୍ରଯୋଜନା କରିବେ ବୋଲି ଜଣାପଡ଼ିଛି। ରମେଶଙ୍କ କହିବା ଅନୁଯାୟୀ, ଦିଲ୍‌ଜିତ ଓ ୟାମୀ ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇଯାଇଛନ୍ତି। ଏହା ଏକ ଫ୍ରେଶ୍‌ ଯୋଡ଼ି ଓ ସେମାନେ ଏକାଠି କାମ କରିବାକୁ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଏକ ସେନ୍‌ସିବଲ କମେଡି ସିନେମା, ଯାହା ଏକ ଦମ୍ପତିଙ୍କୁ ନେଇ ଗତି କରୁଛି ବୋଲି ସେ କହିଛନ୍ତି।

ଅଗଷ୍ଟ ମାସରେ ଫିଲ୍ମଟି ରିଲିଜ୍‌ ହେବାର ଯୋଜନା ରହିଛି। ‘ହେରାଫେରୀ’ ଓ ‘ଭୁଲ ଭୁଲୈୟା’ ସିନେମାର ସ୍କ୍ରିନ୍‌ପ୍ଲେ ରାଇଟର ନୀରଜ ବୋରାଙ୍କ ଦ୍ୱାରା ଲିଖିତ ସିନେମା ମଧ୍ୟରୁ ଏହା ଅନ୍ୟତମ। ୨୦୧୭ ମସିହାରେ ନୀରଜଙ୍କ ପରଲୋକ ହୋଇଯାଇଥିଲା। ବିଭା ସିଂ ଓ ଅର୍ଶଦ ସୈୟଦଙ୍କ ସହ ମିଶି ନୀରଜ ଏହାର ସ୍କ୍ରିପ୍ଟ  ଲେଖିଥିଲେ ବୋଲି ରମେଶ କହିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଦିଲ୍‌ଜିତ କମେଡି ସିନେମା ‘ଅର୍ଜୁନ ପଟିୟାଲା’ରେ କୃତି ସେନନ ଓ ବରୁଣ ଶର୍ମାଙ୍କ ସହିତ ନଜର ଆସିବାକୁ ଯାଉଛନ୍ତି। ଏହାବ୍ୟତୀତ ସେ ଅକ୍ଷୟ କୁମାର, କରୀନା କପୁର ଖାନ ଓ କିୟାରା ଆଡଭାଣୀଙ୍କ ସହ ‘ଗୁଡ୍‌ ନ୍ୟୁଜ୍‌’ରେ ମଧ୍ୟ ନଜର ଆସିବେ। ସେହିପରି ୟାମୀଙ୍କ ସିନେମା ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ଗତ ବର୍ଷ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ୍‌ କରିଥିଲା। ସିନେମାରେ ୟାମୀଙ୍କ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ। ଏବେ ସେ ଅମର କୌଶିକଙ୍କ ସିନେମା ‘ବାଲା’ରେ ଆୟୁଷ୍ମାନ ଖୁରାନା ଓ ଭୂମି ପେଦନେକରଙ୍କ ସହିତ ନଜର ଆସିବାକୁ ଯାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe