Advertisment

ଜଣାଶୁଣା ଡ୍ୟାନ୍ସର ଅସ୍ତାଦ ଦେବୁଙ୍କ ପରଲୋକ

ମୁମ୍ବାଇ: କଥକ ଓ କଥକଲିକୁ ଏକାଠି କରି ଡ୍ୟାନ୍ସକୁ ନୂଆ ମାନ୍ୟତା ଦେଇଥିବା ଜଣାଶୁଣା ଡ୍ୟାନ୍ସର ଅସ୍ତାଦ ଦେବୁଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅସ୍ତାଦ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ, ଯେଉଁକାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ପ୍ରୟାସ କରିଥିଲେ ହେଁ, ଏଥିରେ ବିଫଳ ହୋଇଥିଲେ। ଗୁରୁବାର ସକାଳେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। […]

author-image
Ranjit Kumar Jena
ଜଣାଶୁଣା ଡ୍ୟାନ୍ସର ଅସ୍ତାଦ ଦେବୁଙ୍କ ପରଲୋକ

astad

ମୁମ୍ବାଇ: କଥକ ଓ କଥକଲିକୁ ଏକାଠି କରି ଡ୍ୟାନ୍ସକୁ ନୂଆ ମାନ୍ୟତା ଦେଇଥିବା ଜଣାଶୁଣା ଡ୍ୟାନ୍ସର ଅସ୍ତାଦ ଦେବୁଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅସ୍ତାଦ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ, ଯେଉଁକାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ପ୍ରୟାସ କରିଥିଲେ ହେଁ, ଏଥିରେ ବିଫଳ ହୋଇଥିଲେ। ଗୁରୁବାର ସକାଳେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

Advertisment

ଅସ୍ତାଦ ଦେବୁ ଅନେକ ଚମତ୍କାର ନୃତ୍ୟ ପ୍ରଦର୍ଶନ ଦ୍ୱାରା ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଆଜି ସେ ନିଜ ମୃତ୍ୟୁ ସହ ଏକ ବଡ଼ ଶୂନ୍ୟ ସ୍ଥାନ ଛାଡ଼ି ଚାଲିଯାଇଛନ୍ତି। ଅସ୍ତାଦ ଦେବୁ ଆଧୁନିକ ଓ ପୁରାତନ ଭାରତୀୟ ନୃତ୍ୟକୁ ଏକାଠି ଏକ ନୂତନ ଶୈଳୀର ନୃତ୍ୟ ଯୁବ ପିଢିଙ୍କ ଆଗରେ ପରିବେଷଣ କରିଥିଲେ। ସେ ଭାରତୀୟ ନୃତ୍ୟକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ବହନ କରିଥିଲେ।

ଜୁଲାଇ ୧୩, ୧୯୪୭ରେ ଗୁଜରାଟରେ ଜନ୍ମିତ ଅସ୍ତାଦ ଦେବୁ ନିଜର ଗୁରୁ ପ୍ରହ୍ଲାଦ ଦାସଙ୍କ ଠାରୁ କଥକ ଶିକ୍ଷା ଗ୍ରହଣ କରିଥିଲେ। ଏହାର ବ୍ୟତୀତ ସେ ଗୁରୁ ଇକେ ପାନିକ୍କରଙ୍କଠାରୁ କଥକଲି ନୃତ୍ୟର ଶିକ୍ଷା ନେଇଥିଲେ। ଡ୍ୟାନ୍ସ ଜଗତରେ ପ୍ରାୟ ୫ ଦଶନ୍ଧି ଧରି ରାଜ୍ କରିଥିବା ଅସ୍ତାଦ ଦେବୁ ବିଶ୍ୱର ୭୦ଟି ଦେଶରେ ନିଜର ନିଖୁଣ ନୃତ୍ୟର ପରିବେଷଣ କରିଥିଲେ।

Advertisment

କେବଳ ଡ୍ୟାନ୍ସ ନୁହେଁ, ସେ ବହୁ ସମାଜସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ। ଭାରତ ଓ ବିଦେଶରେ ଥିବା ବଧିର ପିଲାମାନଙ୍କର ସହାୟତା କରି ଅସ୍ତାଦ ଦେବୁ ଖୁବ୍ ପ୍ରଶଂସା ସାଉଁଣ୍ଟିଛନ୍ତି। ୨୦୦୨ରେ ଅସ୍ତାବ ଦେବୁ ଡ୍ୟାନ୍ସ ଫାଉଣ୍ଡେସନ୍ ଜରିଆରେ ସେ ଭିନ୍ନକ୍ଷମଙ୍କୁ ସହାୟତା କରିଥିଲେ।

ଅସ୍ତାଦ ଦେବୁ ବଲିଉଡ୍ ନିର୍ଦ୍ଦେଶକ ମଣିରତ୍ନମ, ବିଶାଲ ଭରଦ୍ୱାଜଙ୍କ ଭଳି କିମ୍ବଦନ୍ତୀଙ୍କ ସହ କାମ କରିଛନ୍ତି। ଅସ୍ତାଦ ଦେବୁଙ୍କୁ ୧୯୯୫ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ୨୦୦୭ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।