Advertisment

ଅଶ୍ଲୀଳ ନାଚି ଚେୟାର ମାଡ଼ ଖାଇଲେ! ଥାନାରେ ଅଭିଯୋଗ କଲେ ନିଶା

ରାତିର ମୁଖ୍ୟ ଆକର୍ଷଣ ଥିଲେ ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା। ଅଧ ନଙ୍ଗୁଳି ବେଶରେ ନାଲି ଡ୍ରେସରେ ଷ୍ଟେଜ୍‌କୁ ଆସିଥିଲେ ନିଶା। ଆଉ ଗୋଟିଏ ପରେ ଗୋଟିଏ ହଟ ଡ୍ୟାନ୍ସ କରିଥିଲେ। କରତାଳି ଓ ହୋ-ହଲ୍ଲାରେ କମ୍ପୁଥିଲା ପରିବେଷ।

Nisha

Nisha

Advertisment

ହଟ୍‌ ସେକ୍ସି ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା ଥାନାରେ। ଷ୍ଟେଜ୍‌ରେ ତାଙ୍କ ଉପରେ ହୋଇଥିବା ଚେୟାର ମାଡ଼କୁ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚେୟାର ମାଡ଼ ପୂର୍ବରୁ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିବା ନିଶା ଏଫ୍‌ଆଇଆର୍‌ରେ ଲେଖିଛନ୍ତି। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

Advertisment

ମଙ୍ଗଳବାର ରାତିରେ ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଗାଁ ସ୍ଥିତ ମାଆ କାମୁଡେଇ ପଡ଼ିଆରେ ‘ସ୍ଵପ୍ନ ମହଲ’ ଖେଳୁଥିଲା। ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ ହୋଇଥିଲା। ନାଟକ ଆରମ୍ଭ ପୂର୍ବରୁ ହୋଇଥିଲା ରଙ୍ଗାରଙ୍ଗ ମେଲୋଡି ଓ ଡ୍ୟାନ୍ସ କାର୍ଯ୍ୟକ୍ରମ। ତେବେ ସେହି ରାତିର ମୁଖ୍ୟ ଆକର୍ଷଣ ଥିଲେ ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା। ଅଧ ନଙ୍ଗୁଳି ବେଶରେ ନାଲି ଡ୍ରେସରେ ଷ୍ଟେଜ୍‌କୁ ଆସିଥିଲେ ନିଶା। ଆଉ ଗୋଟିଏ ପରେ ଗୋଟିଏ ହଟ ଡ୍ୟାନ୍ସ କରିଥିଲେ। କରତାଳି ଓ ହୋ-ହଲ୍ଲାରେ କମ୍ପୁଥିଲା ପରିବେଷ।

ଡ୍ୟାନ୍ସ ଚାଲିଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି ଷ୍ଟେଜ୍‌ରେ ନାଚୁଥିବା ନିଶାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ଚେୟାରଟି ତାଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲେ। ଯାହାଫଳରେ ତାଙ୍କ କପାଳରେ କ୍ଷତ ସୃଷ୍ଟି ହୋଇଥିଲା। ସେଇଠାରେ ସେ ପଡି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋରେଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆରୋଗ୍ୟ ହେବା ପରେ ରାତିରେ ନିଶା ଭୁବନେଶ୍ୱର ଫେରି ଆସିଥିଲେ।

Advertisment

ଭୁବନେଶ୍ୱର ଆସିବା ପୂର୍ବରୁ ନିଶା ମେଡ଼ିକାଲ୍‌ ବାହାରେ କହିଥିଲେ, ସବୁ ଦର୍ଶକ ଖରାପ ନୁହଁନ୍ତି। ଧାନ ଭିତରେ ଯେମିତି କିଛି ବାଳୁଙ୍ଗା ଥାଆନ୍ତି, ଠିକ୍‌ ସେମିତି ଗୋଟିଏ ଗୋଟିଏ ଏମିତିକା ଲୋକ ଥାଆନ୍ତି। ତାଙ୍କ ଭିତରୁ କିଏ କ’ଣ କରିଦେବ ମୁଁ କହିପାରିବି ନାହିଁ। କମିଟି ମେମ୍ୱର ଭାଇମାନେ ସମସ୍ତୁଙ୍କୁ ଜଗି ପାରିବେ ନାହିଁ? ମୁଁ ନୁହେଁ, ମୋ ଭଳି ଅନେକ କଳାକାର ଅଛନ୍ତି, ଯେଉଁମାନେ ମାଡ଼ ଗାଳି ଖାଇ ଷ୍ଟେଜ୍‌ରେ ଅଭିନୟ କରିଛନ୍ତି। କଳାକାର ଜୀବନଟା ସେୟା ଆଜ୍ଞା। ଗାଳି ଅଛି ତ ତାଳି ଅଛି। ସେଣୁ ସାଟାକୁ ମୁଁ ଭଗବାନଙ୍କ ଆଶୀର୍ବାଦ ଭାବେ। ଦର୍ଶକ ହେଉଛନ୍ତି ମୋର ଭଗବାନ। ମୁଁ ସବୁବେଳେ ସେମାନଙ୍କ ପାଇଁ ଅଛି ବୋଲି ନିଶା କହିଥିଲେ।

ହେଲେ ଗୋଟିଏ ଦିନ ପରେ ବଦଳିଗଲା ସେକ୍ସି ଆଇଟମ୍‌ ଡ୍ୟାନ୍ସର ନିଶାଙ୍କ କଥା। ବୁଧବାର ରାତିରେ ସେ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଫ୍‌ଆଇଆର୍‌ରେ ସେ ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ନାଁ ଲେଖିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କୁ କୁଆଡ଼େ ଖରାପ ଇଙ୍ଗିତ କରିଥିଲେ। ମାରିଦେବା ଉଦ୍ଦେଶ୍ୟରେ ଚେୟାର ଫିଙ୍ଗିଥିଲେ। ଯେଉଁଥିପାଇଁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି ବୋଲି ନିଶା ଏଫ୍‌ଆଇଆର୍‌ରେ ଲେଖିଛନ୍ତି। ନିଶାଙ୍କ ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur Jatra Artiste Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe