Advertisment

ଆଖି ବୁଜିଲେ ‘ଦଙ୍ଗଲ’ ଗାର୍ଲ ଜାୟରାଙ୍କ ବାପା

ଜାୟରାଙ୍କ ପିତା ଆଖି ବୁଜି ଦେଇଥିବା ବେଳେ ଏହି ଘଟଣା ତାଙ୍କୁ ଶକ୍ତ ଆଘାତ ଦେଇଛି। ନିଜ ସୋଶାଲ ମିଡିଆ ଆକାଉଣ୍ଟ ‘X’ରେ ଜାୟରା ନିଜ ଫ୍ୟାନ୍ସଙ୍କ ସହ ଏହି ଦୁଃଖଦ ଘଟଣାକୁ ଶେଆର କରିଛନ୍ତି।

ଅଦ୍ୟତନ ହୋଇଛି
zaira-wasim

zaira-wasim

Advertisment

ଆକ୍ଟିଂକୁ ବାଏ ବାଏ କରି ବଲିଉଡରୁ ଦୂରେଇ ଯାଇଥିବା ‘ଦଙ୍ଗଲ’ ଗାର୍ଲ ଜାୟରା ୱସୀମଙ୍କ ଜୀବନରେ ଘୋଟି ଯାଇଛି କଳା ବାଦଲ । ଜାୟରାଙ୍କ ପିତା ଆଖି ବୁଜି ଦେଇଥିବା ବେଳେ ଏହି ଘଟଣା ତାଙ୍କୁ ଶକ୍ତ ଆଘାତ ଦେଇଛି।

Advertisment

ନିଜ ସୋଶାଲ ମିଡିଆ ଆକାଉଣ୍ଟ ‘X’ରେ ଜାୟରା ନିଜ ଫ୍ୟାନ୍ସଙ୍କ ସହ ଏହି ଦୁଃଖଦ ଘଟଣାକୁ ଶେଆର କରିଛନ୍ତି। ଏଥିସହ ସେ ଉଲ୍ଲେଖ କରିଛନ୍ତି, ଆଲ୍ଲାଙ୍କୁ ପ୍ରାର୍ଥନା କରନ୍ତୁ, ମୋ’ ପିତାଙ୍କ ସବୁ ଭୁଲ୍‌କୁ କ୍ଷମା କରିଦେବେ। ତାଙ୍କ ଆତ୍ମାଙ୍କୁ ଶାନ୍ତି ମିଳୁ । ଆପଣମାନେ ନିଜ ହୃଦୟରେ ତାଙ୍କୁ ଜାଗା ଦିଅନ୍ତୁ ।

ବଲିଉଡର ସୁପରହିଟ୍‌ ଫିଲ୍ମ 'ଦଙ୍ଗଲ'ରେ ଅଭିନୟ କରି ଜାୟରା ରାତାରାତି ଷ୍ଟାର ପାଲଟଇ ଯାଇଥିଲେ। ଏହାପରେ ସେ ‘ସିକ୍ରେଟ ସୁପରଷ୍ଟାର’ ଓ ‘ଦ ସ୍କାଏ ଇଜ ପିଙ୍କ’ ଫିଲ୍ମରେ ଅଭିନୟ କରିଥିଲେ। ମାତ୍ର ଏହି ଷ୍ଟାରଡମ୍‌କୁ ସେ ବେଶି ଦିନ ହଜମ କରି ନ ପାରି ବଲିଉଡକୁ ବାଏ ବାଏ କରି ଦେଇଥିଲେ। ଏହାପରେ ସେ ଲାଇମଲାଇଟ୍‌ରୁ ଦୂରେଇ ଯାଇଥିବା ବେଳେ ଏବେ ପିତାଙ୍କ ମୃତ୍ୟୁ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି।

Advertisment
Bollywood News Film Dangal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe