/odisha-reporter/media/post_attachments/uploads/2016/10/dangal-aamir-khan_640x480_51476944557.jpg)
dangal
ମୁମ୍ବାଇ: ଆମୀର ଖାନ୍ଙ୍କ ‘ଦଙ୍ଗଲ’ ରିଲିଜ ହେବାକୁ ଆହୁରି ଢେର ସମୟ ବାକି ଅଛି। ହେଲେ ରିଲିଜ ହୋଇଥିବା ଏହାର ଟ୍ରେଲର ଇତିହାସ ସୃଷ୍ଟି କରିଛି। ୬ ଦିନ ତଳେ ୟୁଟୁବରେ ରିଲିଜ ହୋଇଥିବା ଟ୍ରେଲର ୨୪ଘଣ୍ଟା ମଧ୍ୟରେ ସବୁଠୁ ଅଧିକ ଲୋକ ଦେଖିଥିବା ଭିଡିଓରେ ସ୍ଥାନ ପାଇଛି। ରିଲିଜର ୬ ଦିନ ମଧ୍ୟରେ ଟ୍ରେଲରକୁ ୨୧ କୋଟିରୁ ଅଧିକ ଥର ଦେଖା ସରିଲାଣି।
Advertisment
‘ଦଙ୍ଗଲ’ ଚଳିତବର୍ଷ ଡିସେମ୍ବରରେ ରିଲିଜ ହେବ। ଫିଲ୍ମଟି ହରିୟାଣାର ପହିଲମାନ ମହାବୀର ସିଂହଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମରେ ଆମୀର ମହାବୀର ସିଂହଙ୍କ ଭୂମିକାରେ ନଜରକୁ ଆସିବେ। ପ୍ରତିବର୍ଷ ଦୀପାବଳୀରେ ଆମୀର ତାଙ୍କ ଫ୍ୟାନ୍ମାନଙ୍କୁ ହିଟ୍ ପିଲ୍ମ ମାଧ୍ୟମରେ ଉପହାର ଦେଉଥିବା ବେଳେ ଚଳିତବର୍ଷ ଏହି ଟ୍ରେଲରକୁ ଗିଫ୍ଟ ଆକାରରେ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
