Advertisment

ହୃଦଘାତରେ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ

ତାମିଲ ଫିଲ୍ମ ସହିତ ସେ ମଲୟାଲମ, ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Daniel Balaji

Daniel Balaji

ତାମିଲ ଅଭିନେତା ଟି.ସି ବାଲାଜୀ ଓରଫ ଡାନିଏଲ୍ ବାଲାଜୀଙ୍କର ଶୁକ୍ରବାର (ଗତକାଲି) ରାତିରେ ଚେନ୍ନାଇରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା।

Advertisment

ଡାନିଏଲ୍ ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାନିଏଲ ବାଲାଜୀଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ବନ୍ଧୁବାନ୍ଧବ, ସାଙ୍ଗସାଥୀ, ଫ୍ୟାନ୍ ଓ ତାମିଲ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ପ୍ରତ୍ୟେକ ଲୋକ ସ୍ତବ୍ଧ ହୋଇଯାଇଛନ୍ତି।

ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରୁଥିଲେ ଡାନିଏଲ ବାଲାଜୀ। ତାମିଲ ଫିଲ୍ମ ‘ବେଟ୍ଟୈୟାଡୁ ବିଲୈୟାଡୁ’ରେ ତାଙ୍କର ଅଭିନୟକୁ ସମସ୍ତ ପ୍ରଶଂସା କରିଛନ୍ତି। କମଲ ହାସଲଙ୍କ ଅସମାପ୍ତ ଡିମ୍‌ ପ୍ରୋଜେକ୍ଟ ‘ମରୁଧନାୟଗମ’ରେ ଜଣେ ୟୁନିଟ ପ୍ରଡକ୍ସନ ମ୍ୟାନେଜରରୁ କ୍ୟାରିୟର ଆରମ୍ଭ କରିଥିଲେ ଡାନିଏଲ। ପରବର୍ତ୍ତୀ ସମୟରେ ସେ ୨୦୦୦ ମସିହାରେ ତାମିଲର ଏକ ହିଟ୍ ଟେଲିଭିଜନ ଧାରାବାହିକ ‘ସିତ୍ତି’ରେ ଅଭିନୟ କରିଥିଲେ। ଏଥିରେ ସେ ଡାନିଏଲ ଚରିତ୍ରରେ ଅଭିନୟ କରିଥିଲେ। ଆଉ ତା’ ପରେ ସେ ଡାନିଏଲ ବାଲାଜୀ ନାଁରେ ପରିଚିତ ହୋଇଥିଲେ।

Advertisment

୨୦୦୨ରେ ସେ ତାମିଲ ଫିଲ୍ମ April Madhathiରେ ଡେବ୍ୟୁ କରିଥିଲେ। ତେବେ Kaakha Kaakha ତାଙ୍କୁ ଦେଇଥିଲା ପ୍ରସିଦ୍ଧି।  ଶେଷଥର ପାଇଁ ସେ ‘ଆର୍ଯ୍ୟବାନ’ରେ ଅଭିନୟ କରିଥିଲେ। ତାମିଲ ଫିଲ୍ମ ସହିତ ସେ ମଲୟାଲମ, ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରିଥିଲେ।  

Daniel Balaji