Advertisment

କ୍ରିକେଟର ଡାରେନ୍‌ ସାମିଙ୍କୁ ‘କଳା’ ବୋଲି କହିବାରୁ ରାଗିଗଲେ ସ୍ୱରା ଭାସ୍କର

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ ଡାରେନ୍‌ ସାମି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ସାମି ଆଇପିଏଲ୍‌ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ଉପରେ ଅଭିଯୋଗ ଆଣିଥିଲେ ଯେ ସେଠାରେ ତାଙ୍କୁ କିଛି ସଦସ୍ୟ ‘କଳା’ ବୋଲି କହି ସମ୍ୱୋଧନ କରିଥିଲେ। କିନ୍ତୁ ପରେ ସାମି ଏହି ଘଟଣାକୁ ଧ୍ୟାନ ନଦେଇ ଏତେ ବଡ଼ ନକରିବା ପାଇଁ କହିଥିଲେ। ତେବେ ଏହି ବିବାଦ ନଥମୁଣୁ ଅଭିନେତ୍ରୀ ସ୍ୱରା ଭାସ୍କର ପୁଣିଥରେ ନିଆଁରେ ଘିଅ ଢ଼ାଳିବା ପରି କାର୍ଯ୍ୟ କରିଛନ୍ତି। […]

କ୍ରିକେଟର ଡାରେନ୍‌ ସାମିଙ୍କୁ ‘କଳା’ ବୋଲି କହିବାରୁ ରାଗିଗଲେ ସ୍ୱରା ଭାସ୍କର

swara

Advertisment

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ ଡାରେନ୍‌ ସାମି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ସାମି ଆଇପିଏଲ୍‌ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ଉପରେ ଅଭିଯୋଗ ଆଣିଥିଲେ ଯେ ସେଠାରେ ତାଙ୍କୁ କିଛି ସଦସ୍ୟ ‘କଳା’ ବୋଲି କହି ସମ୍ୱୋଧନ କରିଥିଲେ। କିନ୍ତୁ ପରେ ସାମି ଏହି ଘଟଣାକୁ ଧ୍ୟାନ ନଦେଇ ଏତେ ବଡ଼ ନକରିବା ପାଇଁ କହିଥିଲେ। ତେବେ ଏହି ବିବାଦ ନଥମୁଣୁ ଅଭିନେତ୍ରୀ ସ୍ୱରା ଭାସ୍କର ପୁଣିଥରେ ନିଆଁରେ ଘିଅ ଢ଼ାଳିବା ପରି କାର୍ଯ୍ୟ କରିଛନ୍ତି। ସ୍ୱରା ଟ୍ୱିଟ୍‌ କରି ସନରାଇଜର୍ସ ହାଇଦ୍ରାବାଦ୍‌କୁ କ୍ରିକେଟର୍‌ ସାମିଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି।

Advertisment

ଟ୍ୱିଟ୍‌ କରି ସ୍ୱରା ସନରାଇଜର୍ସ ଟିମ୍‌ ଉପରେ ରାଗିବା ସହ କହିଛନ୍ତି, ‘ଡାରେନ୍‌ ଯଦି କୌଣସି ବ୍ୟକ୍ତି ଆପଣଙ୍କ ପ୍ରତି ନକାରାତ୍ମକ ଶବ୍ଦ ପ୍ରୟୋଗ କରୁଛି ଏବଂ କହୁଛି ଆପଣ ଯେଉଁ ଦେଶରୁ ଆସିଛନ୍ତି, ସେଠାରେ କଳାକୁ ପ୍ରେମର ପ୍ରତୀକ ବୋଲି କହିଥା’ନ୍ତି। ତେବେ ଆପଣ ଏହାକୁ ନେଇ କ’ଣ କହିବେ?  ଏପରି କିଛି ‘କାଳୁ’ ଶବ୍ଦରୁ ଦେଖିବାକୁ ମିଳିଛି। ଆପଣଙ୍କ ପ୍ରତି ଏପରି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବାରୁ ସନରାଇଜର୍ସ ହାଇଦ୍ରାବାଦ୍‌ ଟିମ୍‌ କ୍ଷମା ମାଗିବା ଉଚିତ୍‌। ସେମାନଙ୍କୁ କିଛି ସଭ୍ୟତା ଶିଖିବା ଉଚିତ୍‌।’

କେବଳ ଏତିକି ନୁହେଁ ସ୍ୱରା ଭାସ୍କର ଡାରେନ୍‌ ସାମିଙ୍କ ପ୍ରତି ସହାନୁଭୂତି ମଧ୍ୟ ଦେଖାଇ ତାଙ୍କ ପ୍ରତି ହୋଇଥିବା ଏସବୁ ଆଚରଣକୁ ଦେଖି ଖରାପ ଲାଗୁଛି ବୋଲି କହିଛନ୍ତି।

Advertisment

ଡାରେନ୍‌ ସାମିଙ୍କ ଟ୍ୱିଟ୍ ପରେ ସ୍ୱରା ସୋଶାଲ ମିଡିଆରେ ଏପରି ପୋଷ୍ଟ କରିଥିଲେ। ଯେଉଁଥିଲେ ସାମି ଲେଖିଥିଲେ, ‘କଳା ଭାବରେ ମୁଁ ଗର୍ବ ଅନୁଭବ କରୁଛି। ମୁଁ ଖୁସି ଜଣେ ବ୍ୟକ୍ତିଙ୍କ ସହିତ ମୁଁ ଭଲ କଥାବାର୍ତ୍ତା କରିଛି। ଆମେ ଦୁହେଁ ଚେଷ୍ଟା କରୁଛୁ ଯେ ନକାରାତ୍ମକ ଦିଗ ପ୍ରତି ଧ୍ୟାନ ନଦେବା ପାଇଁ ଲୋକଙ୍କୁ ସଚେଚନ କରିବୁ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe