Advertisment

ଅଭିନେତା ଦର୍ଶନ ଗିରଫ ମାମଲା; ସାମ୍ନାକୁ ଆସିଲା ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ

ପ୍ରସିଦ୍ଧ କନ୍ନଡ ଅଭିନେତା ଦର୍ଶନ ତୋଗୁଦୀପଙ୍କୁ ଅଭିଯୁକ୍ତ ଦର୍ଶାଯାଉଥିବା ହତ୍ୟାକାଣ୍ଡ ମାମଲାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Renuka Swamy(Left) & Darshan Thoogudeepa(Right) File Photo

Renuka Swamy(Left) & Darshan Thoogudeepa(Right) File Photo

Advertisment

ପ୍ରସିଦ୍ଧ କନ୍ନଡ ଅଭିନେତା ଦର୍ଶନ ତୋଗୁଦୀପଙ୍କୁ ଅଭିଯୁକ୍ତ ଦର୍ଶାଯାଉଥିବା ହତ୍ୟାକାଣ୍ଡ ମାମଲାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ମୃତ ରେଣୁକା ସ୍ୱାମୀଙ୍କ ମସ୍ତିଷ୍କରେ ଝଟକା ଓ ରକ୍ତସ୍ରାବ କାରଣରୁ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। 

Advertisment

ଏଥିସହ ରେଣୁକାଙ୍କ ଶରୀରରେ ୧୫ଟି କ୍ଷତ ଚିହ୍ନ ମିଳିଛି। ତାଙ୍କ ମୁଣ୍ଡ, ପେଟ, ଛାତି ଓ ଅନ୍ୟାନ୍ୟ ଅଙ୍ଗରେ ଆଘାତ ଲାଗିବା ସହ ମସ୍ତିଷ୍କ ଝଟକା ସହ ରକ୍ତସ୍ରାବ କାରଣରୁ ମୃତ୍ୟୁ ଘଟିଥିବା ପୋଷ୍ଟମୋର୍ଟମ ରିପୋର୍ଟରେ ଦର୍ଶାଯାଇଛି।

ଏହି ହତ୍ୟାକାଣ୍ଡରେ କନ୍ନଡ ଅଭିନେତା ଦର୍ଶନ ତୋଗୁଦୀପଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଉଛି। ତାଙ୍କ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ମୃତ ରେଣୁକା ସ୍ୱାମୀ ସୋଶାଲ ମିଡିଆରେ ଆପତ୍ତିଜନକ ମେସେଜ୍ କରିଥିବା କାରଣରୁ ସେ ସୁପାରି ଦେଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ଏହି ମାଲମାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନେ ଏନେଇ ସ୍ୱୀକାର କରିଛନ୍ତି। ପୁଲିସ କହିବା ଅନୁସାରେ, ରେଣୁକାଙ୍କୁ ହତ୍ୟା କରିବା ପାଇଁ ଦର୍ଶନ ତିନି ଜଣ ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସୁପାରି ଦେଇଥିଲେ।

ଏହି ମାମଲାରେ ଅଭିନେତା ଦର୍ଶନଙ୍କ ସମେତ ତାଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ପବିତ୍ରା ଗୌଡାଙ୍କ ସହ ୧୧ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ।  

Darshan Thoogudeepa Kannada Actor Pavithra Gowda Renuka Swamy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe