Advertisment

ଦଶହରା ବଜାରରେ ରାଜ୍ କରୁଛି ’ଜଗା ହାତରେ ପଘା’

ଭୁବନେଶ୍ୱର: ପୂଜା ବଜାରରେ ଏବେ ଧମାଲ୍ କରୁଛି ତରଙ୍ଗ ସିନେ ପ୍ରଡକସନ୍ସର ‘ଜଗା ହାତରେ ପଘା’। ନିଚ୍ଛକ ଓଡ଼ିଆ କାହାଣୀ, ମେଲୋଡିୟସ୍ ମ୍ୟୁଜିକ୍ ସାଙ୍ଗକୁ ସୁପରଷ୍ଟାର ଅନୁଭବଙ୍କ ଆକ୍ଟିଂ ଦର୍ଶକଙ୍କୁ ବାନ୍ଧି ରଖୁଛି। ଫିଲ୍ମର ସବୁ ସୋ’ ଏଯାଏଁ ହାଉସ୍ ଫୁଲ୍ ଯାଉଛି। ସିନେମା ହଲ୍ ଆଗରେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଲମ୍ୱା ଲାଇନ୍। ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ବେଶ୍ ପସନ୍ଦ କରୁଛନ୍ତି ସିନେପ୍ରେମୀ। ମୂରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୁଭବଙ୍କ […]

author-image
Rakesh Mallick
ଦଶହରା ବଜାରରେ ରାଜ୍ କରୁଛି ’ଜଗା ହାତରେ ପଘା’

jaga

ଭୁବନେଶ୍ୱର: ପୂଜା ବଜାରରେ ଏବେ ଧମାଲ୍ କରୁଛି ତରଙ୍ଗ ସିନେ ପ୍ରଡକସନ୍ସର ‘ଜଗା ହାତରେ ପଘା’। ନିଚ୍ଛକ ଓଡ଼ିଆ କାହାଣୀ, ମେଲୋଡିୟସ୍ ମ୍ୟୁଜିକ୍ ସାଙ୍ଗକୁ ସୁପରଷ୍ଟାର ଅନୁଭବଙ୍କ ଆକ୍ଟିଂ ଦର୍ଶକଙ୍କୁ ବାନ୍ଧି ରଖୁଛି। ଫିଲ୍ମର ସବୁ ସୋ' ଏଯାଏଁ ହାଉସ୍ ଫୁଲ୍ ଯାଉଛି। ସିନେମା ହଲ୍ ଆଗରେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଲମ୍ୱା ଲାଇନ୍। ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ବେଶ୍ ପସନ୍ଦ କରୁଛନ୍ତି ସିନେପ୍ରେମୀ।

Advertisment

ମୂରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୁଭବଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ତା’ ସହ ଭେଟରାନ୍ ଆକ୍ଟ୍ରେସ୍ ମହାଶ୍ୱେତା, ଟାଲେଣ୍ଟେଡ୍ ବୁଦ୍ଧାଦିତ୍ୟ, ଏଲିନା ‌ଏବଂ ବେଙ୍ଗଲି ବିଉଟି ଝିଲିକ୍ ମଧ୍ୟ ସିନେପ୍ରେମୀଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି।

ପ୍ରେମାନନ୍ଦଙ୍କ ମେଲୋଡିୟସ୍ ମ୍ୟୁଜିକ୍ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି।