Advertisment

ବ୍ରେକ୍‌ଅପ୍‌ ପରେ ନିଜ ବିବାହକୁ ନେଇ ଏପରି କହିଲେ ଅଦିତି

ମୁମ୍ବାଇ: ‘ଇସକ୍‌ବାଜ୍‌’ ‘ବଦଲ୍‌ତେ ରିସ୍ତୋଁ କି ୱାସ୍ତା’ ଏବଂ ‘ହିଟ୍‌ଲର୍‌ ଦିଦି’ ଭଳି ବହୁ ଲୋକପ୍ରିୟ ଟିଭି ସିରିଏଲ୍‌ରେ ଅଭିନୟ କରି ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଉଥିବା ଅଦିତି ଗୁପ୍ତା  ଏପ୍ରିଲ୍‌ ୨୧ରେ ନିଜ ଜନ୍ମ ଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ସମ୍ପର୍କୀତ କିଛି ରୋଚକ ତଥ୍ୟ ଲାଇମଲାଇଟ୍‌କୁ ଆସିଛି। ଅଦିତି  ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀରେ କାମ କରୁଥିବା କବୀର୍‌ ଚୋପ୍ରାଙ୍କୁ  ଡିସେମ୍ବର ୧୨ରେ ବିବାହ କରିଥିଲେ। ଏବେ ତାଙ୍କ ଘର ସଂସାର ବେଶ୍‌ ଖୁସିରେ ଚାଲିଛି।  […]

ଅଦ୍ୟତନ ହୋଇଛି
ବ୍ରେକ୍‌ଅପ୍‌ ପରେ ନିଜ ବିବାହକୁ ନେଇ ଏପରି କହିଲେ ଅଦିତି

s111

Advertisment

ମୁମ୍ବାଇ: ‘ଇସକ୍‌ବାଜ୍‌’ ‘ବଦଲ୍‌ତେ ରିସ୍ତୋଁ କି ୱାସ୍ତା’ ଏବଂ ‘ହିଟ୍‌ଲର୍‌ ଦିଦି’ ଭଳି ବହୁ ଲୋକପ୍ରିୟ ଟିଭି ସିରିଏଲ୍‌ରେ ଅଭିନୟ କରି ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଉଥିବା ଅଦିତି ଗୁପ୍ତା  ଏପ୍ରିଲ୍‌ ୨୧ରେ ନିଜ ଜନ୍ମ ଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ସମ୍ପର୍କୀତ କିଛି ରୋଚକ ତଥ୍ୟ ଲାଇମଲାଇଟ୍‌କୁ ଆସିଛି।

Advertisment

publive-image

ଅଦିତି  ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀରେ କାମ କରୁଥିବା କବୀର୍‌ ଚୋପ୍ରାଙ୍କୁ  ଡିସେମ୍ବର ୧୨ରେ ବିବାହ କରିଥିଲେ। ଏବେ ତାଙ୍କ ଘର ସଂସାର ବେଶ୍‌ ଖୁସିରେ ଚାଲିଛି।  ହେଲେ ଏହା ପୂର୍ବରୁ ଅଦିତିଙ୍କର ଲୋକପ୍ରିୟ ଟିଭି ସିରିଏଲ୍‌ର ନିର୍ଦ୍ଦେଶିକା ଏକ୍‌ତା କପୁର୍‌ଙ୍କ ସାଙ୍ଗ ରିଜ୍‌ୱାନ୍‌ ବାଚବ୍‌ଙ୍କ ସହ ସମ୍ପର୍କ ଥିଲା।

ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ଦୁଇ ଜଣଙ୍କ ବିବାହ ମଧ୍ୟ ହେବାକୁ ଥିଲା। କିନ୍ତୁ ପରେ ଏହି ସମ୍ପର୍କରେ ଫାଟ ଦେଖାଦେଲା। ୨୦୧୭ରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା।

Advertisment

publive-image

କବୀର୍‌ଙ୍କ ସହ ବିବାହ ପୂର୍ବରୁ  ଅଦିତି କହିଥିଲେ ଯେ, ମୁଁ ଜଣେ ସଚ୍ଚୋଟ୍‌ ଏବଂ ଭଲ ମଣିଷକୁ ଚୟନ କରିଛି। ବିବାହ ପୂର୍ବରୁ ସେ ବହୁ ଟିଭି ସେଲିବ୍ରିଟିଙ୍କ ସହ ବ୍ୟାଚ୍‌ଲର୍‌ ପାର୍ଟି ମଧ୍ୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe