Advertisment

ରିଲିଜ୍‌ ହେଲା ପାରିବାରିକ ରୋମାଣ୍ଟିକ୍‌ କମେଡ଼ି ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’

ମୁମ୍ବାଇ: ବଲିଉଡ୍‌ର ସିଂହମ୍ ଅଜୟ ଦେବ୍‌ଗନ୍‌, ତବୁ ଏବଂ ରକୁଲ୍‌ ପ୍ରୀତ୍‌ ସିଂଙ୍କ ଅଭିନୀତ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ ଆଜି ସିନେମା ହଲ୍‌ରେ ରିଲିଜ୍‌ ହୋଇ ସାରିଛି। ଏହା ଏକ ପାରିବାରିକ ରୋମାଣ୍ଟିକ୍‌ କମେଡ଼ି ଫିଲ୍ମ। ଅକିବ୍‌ ଅଲ୍ଲୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ବ୍ୟକ୍ତି ନିଜଠୁ ଅଧା ବୟସର ଝିଅକୁ ଭଲ ପାଉଛନ୍ତି। ଏହି ଫିଲ୍ମର ଟ୍ରେଲର୍‌କୁ ଭଲ ରେସ୍‌ପଣ୍ଡ ମିଳିଛି। ଅଜୟ ଏଥିରେ ୫୦ ବର୍ଷୀୟ ଜଣେ ଚରିତ୍ର ଭାବେ ଅଭିନୟ […]

ରିଲିଜ୍‌ ହେଲା ପାରିବାରିକ ରୋମାଣ୍ଟିକ୍‌ କମେଡ଼ି ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’

x22

Advertisment

ମୁମ୍ବାଇ: ବଲିଉଡ୍‌ର ସିଂହମ୍ ଅଜୟ ଦେବ୍‌ଗନ୍‌, ତବୁ ଏବଂ ରକୁଲ୍‌ ପ୍ରୀତ୍‌ ସିଂଙ୍କ ଅଭିନୀତ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ ଆଜି ସିନେମା ହଲ୍‌ରେ ରିଲିଜ୍‌ ହୋଇ ସାରିଛି। ଏହା ଏକ ପାରିବାରିକ ରୋମାଣ୍ଟିକ୍‌ କମେଡ଼ି ଫିଲ୍ମ। ଅକିବ୍‌ ଅଲ୍ଲୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ବ୍ୟକ୍ତି ନିଜଠୁ ଅଧା ବୟସର ଝିଅକୁ ଭଲ ପାଉଛନ୍ତି।
ଏହି ଫିଲ୍ମର ଟ୍ରେଲର୍‌କୁ ଭଲ ରେସ୍‌ପଣ୍ଡ ମିଳିଛି। ଅଜୟ ଏଥିରେ ୫୦ ବର୍ଷୀୟ ଜଣେ ଚରିତ୍ର ଭାବେ ଅଭିନୟ କରୁଛନ୍ତି। ସେହିପରି ପ୍ରୀତି ୨୬ ବର୍ଷିୟ ଜଣେ ଝିଅ ଭୂମିକାରେ ଅଭିନୟ କରୁଛନ୍ତି।

Advertisment

publive-image

ଫିଲ୍ମରେ ଆଶିଷ ଭୂମିକାରେ ଅଭିନୟ କରୁଥିବା ଅଜୟଙ୍କ ସହ ଆୟେଶା ଭୂମିକାରେ ଅଭିନୟ କରୁଥିବା ପ୍ରୀତିଙ୍କ ଦେଖା ହୋଇଯାଏ। ଏହା ପରେ ଦୁହିଁଙ୍କ ଭିତରେ ବନ୍ଧୁତା ହୋଇଯାଏ। ପରେ ଏହା ରିଲେସନ୍‌ସିପ୍‌ରେ ବଦଳିଯାଏ।

ଏହି କାରଣରୁ ଆଶିଷଙ୍କୁ ସ୍ତ୍ରୀ ପିଲା ଏବଂ ପରିବାର ସହ ତାଳମେଳ ରଖିବା ବହୁତ କଷ୍ଟ ହୋଇପଡ଼େ। ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼େ।
ଏହାପରେ ଆୟେଶା ଆଶିଷଙ୍କୁ ବିବାହ କରିବାକୁ କୁହନ୍ତି। ଆଶିଷ ଆୟେସାଙ୍କୁ ବିବାହ କରିବା ପାଇଁ ତାଙ୍କୁ ତାଙ୍କ ଘରକୁ ନିଅନ୍ତି। ଆଉ ଏହା ପରେ କାହାଣୀରେ ଟ୍ୱିଷ୍ଟ ଆସେ।

Advertisment

publive-image

ଏହା ପରେ କ’ଣ ଆୟେଶ ଏବଂ ଆଶିସ୍‌ଙ୍କ ବାହାଘର ହୋଇପାରିବ ଦୁହିଁଙ୍କ ଭିତରେ ବୟସଗତ ଅଧିକ ତାରତମ୍ୟ ଥିବାରୁ କ’ଣ ଆଶିଷଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକାର କରିବେ। ଏହା ଜାଣିବା ପାଇଁ ଆପଣଙ୍କୁ ସିନେମା ହଲ୍‌ ଜିବାକୁ ପଡ଼ିବ।

ଏହାର ଗୀତ ଗୁଡ଼ିକ ଏତେ ଲୋକପ୍ରିୟ ହୋଇ ନଥିଲେ ମଧ୍ୟ ଫିଲ୍ମରେ ଡ୍ରାମା ଏବଂ କମେଡ଼ି ଭର୍‌ପୁର୍‌ ରହିଛି ଯାହା ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe