Advertisment

୨୦୧୯ରେ ଛାଡ଼ିଚାଲିଗଲେ ଏହିସବୁ ସେଲେବ୍ରିଟି

ସରିବାକୁ ବସିଲାଣି ୨୦୧୯। ଆଉ କିଛିଦିନ ପରେ ଆସିବ ନୂଆବର୍ଷ। ଏହି ବର୍ଷରେ ଅନେକ କିଛି ଘଟଣା ଦୁର୍ଘଟଣା ଘଟିଯାଇଛି। କିଛି ଆମକୁ ଖୁସି ଦେଇଥିଲାବେଳେ କିଛି ଘଟଣା ଦୁଃଖ ମଧ୍ୟ ଦେଇଛି। ଚଳିତ ବର୍ଷ ଫିଲ୍ମ ଜଗତର ଅନେକ ବଡ଼ ବଡ଼ କଳାକାର ଆମକୁ ଛାଡ଼ି ଚାଲିଯାଇଛନ୍ତି। ବଲିଉଡ୍‌ , ଟଲିଉଡ୍‌ ଓ ହଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ତା’ର ଅନେକ ଗୁଣବାନ ରତ୍ନଙ୍କୁ ହରାଇଛି। ଆସନ୍ତୁ ଜାଣିବା ସେମନଙ୍କ ସମ୍ପର୍କରେ। ୧) ଭେଣୁ ମାଧବ: ଦର୍ଶକଙ୍କୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
୨୦୧୯ରେ ଛାଡ଼ିଚାଲିଗଲେ ଏହିସବୁ ସେଲେବ୍ରିଟି

death

ସରିବାକୁ ବସିଲାଣି ୨୦୧୯। ଆଉ କିଛିଦିନ ପରେ ଆସିବ ନୂଆବର୍ଷ। ଏହି ବର୍ଷରେ ଅନେକ କିଛି ଘଟଣା ଦୁର୍ଘଟଣା ଘଟିଯାଇଛି। କିଛି ଆମକୁ ଖୁସି ଦେଇଥିଲାବେଳେ କିଛି ଘଟଣା ଦୁଃଖ ମଧ୍ୟ ଦେଇଛି। ଚଳିତ ବର୍ଷ ଫିଲ୍ମ ଜଗତର ଅନେକ ବଡ଼ ବଡ଼ କଳାକାର ଆମକୁ ଛାଡ଼ି ଚାଲିଯାଇଛନ୍ତି। ବଲିଉଡ୍‌ , ଟଲିଉଡ୍‌ ଓ ହଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ତା’ର ଅନେକ ଗୁଣବାନ ରତ୍ନଙ୍କୁ ହରାଇଛି। ଆସନ୍ତୁ ଜାଣିବା ସେମନଙ୍କ ସମ୍ପର୍କରେ।

Advertisment

publive-image୧) ଭେଣୁ ମାଧବ: ଦର୍ଶକଙ୍କୁ ପରଦାରେ ହସାଇ ହସାଇ ବେଦମ୍‌ କରାଇ ପାରୁଥିବା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର କମେଡିଆନ ଭେନୁ ସେପ୍ଟେମ୍ବର ୨୫ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଲିଭର୍‌ ଓ କିଡ୍‌ନୀ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଥିବାବେଳେ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ।

publive-image୨) ବିଜୁ ଖୋଟେ: ଫିଲ୍ମ ‘ଶୋଲେ’ରେ ଗବର୍‌ଙ୍କ ସହ ‘କାଲିଆ’ ଚରିତ୍ରରେ ଅଭିନୟ କରିଥିବା ବିଜୁ ଖୋଟେଙ୍କର ଚଳିତ ବର୍ଷ ସେପ୍ଟେମ୍ବର ୩୦ରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିରହିବାପରେ ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଫିଲ୍ମ ‘ଶୋଲେ’ରେ ସେ ‘କାଲିଆ’ ଚରିତ୍ରରେ ଅଭିନୟ କରି ଫେମସ୍‌ ହୋଇଯାଇଥିଲେ। ସେ ପାଖାପାଖି ୩୦୦ଟି ମରାଠି ଓ ହିନ୍ଦୀ ସିନେମାରେ କାମ କରିଥିଲେ।

Advertisment

publive-image୩) ଶ୍ରୀରାମ ଲାଗୁ:  ୭୦ ଓ ୮୦ ଦଶକର ଭେଟେରାନ୍ ଅଭିନେତା ତଥା ଥିଏଟର୍ କଳାକାର ଶ୍ରୀରାମ ଲାଗୁଙ୍କର ଡିସେମ୍ବର ୧୭ ତାରିଖ ରାତିରେ ପରଲୋକ ଘଟିଥିଲା। ବୟସାଧିକ କାରଣରୁ ଗତ କିଛିଦିନ ହେବ ସେ ଶଯ୍ୟାଶାୟୀ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ପୁଣେସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ୯୨ ବର୍ଷ ବୟସରେ ଶ୍ରୀରାମ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶ୍ରୀରାମ ପ୍ରାୟ ଶହେରୁ ଅଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି।

publive-image୪) ରବର୍ଟ ଫୋର୍ଷ୍ଟର: ହଲିଉଡ୍‌ ଅଭିନେତା ରବର୍ଟ ଫୋର୍ଷ୍ଟର ଅକ୍ଟୋବର ୧୨ ତାରିଖରେ ଲସ୍‌ ଏଞ୍ଜେଲସ୍‌ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ବହୁ ଦିନ ହେଲା ସେ ବ୍ରେନ୍‌ କ୍ୟାନସର୍‌ରେ ପୀଡ଼ିତ ଥିଲେ।

publive-image୫) ଖୟାମ୍ ହାଶ୍‌ମି: ଭାରତୀୟ ସିନେମା ଜଗତର ଅନ୍ୟତମ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମ ଭୂଷଣ ମହମ୍ମଦ ଜହୁର ଖୟାମ୍ ହାଶ୍‌ମିଙ୍କର ଅଗଷ୍ଟ ୧୯ରେ ପରଲୋକ ଘଟିଥିଲା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଖୟାମ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ଫୁସଫୁସରେ ସଂକ୍ରମଣ ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।  ୨୦୧୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

publive-image୬) ବିଜୟା ନିର୍ମଳା: ପ୍ରଖ୍ୟାତ ଅଭିନେତ୍ରୀ ଓ ନିର୍ଦ୍ଦେଶିକ ବିଜୟା ନିର୍ମଳାଙ୍କର ଚଳିତବର୍ଷ ଜୁନ୍‌ ୨୭ରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହାଇଦ୍ରାବାଦର ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅବସ୍ଥାରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିଲେ। ବିଜୟା ନିର୍ମଳା ୨୦୦ରୁ ଅଧିକ ତାମିଲ, ତେଲୁଗୁ ଓ ମାଲାଲିୟମ ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସେ ୪୪ଟି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

girishkarnad୭) ଗିରିଶ କର୍ଣ୍ଣାଡ଼: ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡ଼ଙ୍କର ଜୁନ୍‌ ୧୦ ତାରିଖରେ ମୃତ୍ୟୁ ହୋଇଥିଲା। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ୧୯୭୪ରେ ଗିରିଶ କର୍ଣ୍ଣାଡଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

publive-image୮) ମ୍ୟାଲକମ୍ ଜନ୍‌ ରେବନେକ: ନିଜ ଗୀତରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ହଲିଉଡ୍ ଗାୟକ ମ୍ୟାଲକମ୍ ଜନ୍‌ ରେବନେକଙ୍କର ଜୁନ୍‌ ୬ରେ ହୃଦଘାତରେ ମଜତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍, ବୟସ ହୋଇଥିଲା। ସେ ଡକ୍ଟର ଜନ୍‌ ନାମରେ ଜଣାଶୁଣା। ତାଙ୍କୁ ୬ଥର ଗ୍ରାମୀ ସମ୍ମାନରେ ସମ୍ମାନିତ କରାଯାଇଛି।

publive-image୯) କର୍ଣ୍ଣେଲ୍‌ ରାଜ୍‌ କପୁର: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନ୍‌ଙ୍କୁ ଅଭିନୟ ଜଗତରେ ସୁବର୍ଣ୍ଣ ସୁଯୋଗ ଦେଇଥିବା ନିର୍ଦ୍ଦେଶକ କର୍ଣ୍ଣେଲ୍‌ ରାଜ୍‌ କପୁରଙ୍କର ଏପ୍ରିଲ୍‌ ୧୦ ତାରିଖରେ ୮୭ ବର୍ଷ ବୟସରେ ପରଲୋକ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦୀର୍ଘ ଦିନ ହେବ ପୀଡ଼ିତ ଥିଲେ।

publive-image୧୦)ମହେଶ ଆନନ୍ଦ: ୮୦ ଓ ୯୦ ଦଶକରେ ବଲିଉଡ୍‌ ଫିଲ୍ମରେ ନେଗେଟିଭ୍‌ ରୋଲ୍‌ରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ମହେଶ୍‌ ଆନନ୍ଦଙ୍କର ଫେବୃଆରୀ ୯ରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ମ୍ବାଇର ବର୍ସୋଭାସ୍ଥିତ ବାଭବନରୁ ତାଙ୍କ ମର ଶରୀର ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

publive-image୧୧) ବିଦ୍ୟା ସିହ୍ନା:  ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟାଙ୍କର ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।